ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମକୁ ମାତ୍ର ଚାଲିଛି ବନ୍ଧୁଗାଁ ବ୍ଲକର ପ୍ରତି ପଞ୍ଚାୟତର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବିନା ଗ୍ରାମବାସୀଙ୍କ ଉପସ୍ଥିତିରେ ଅଳ୍ପ ସଂଖ୍ୟକ ସରକାରୀ କଳ ମୁଖ୍ୟ , ୪ ଜଣ ଅଙ୍ଗନୱାଡି କର୍ମୀ, ୩ ଜଣ ୱାର୍ଡ ମେମ୍ବର ଓ ସରପଞ୍ଚ ନେଇ ଅଭିଯୋଗ ଶୁଣାଣି 

ବନ୍ଧୁଗାଁ ତା ୬/୨/୨୩ ଆଜି ହଠାତ୍ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତରେ ଚାଲିଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଠାରେ ପହଞ୍ଚିଥିଲେ । ସେଠାରେ ସେ ଦେଖିଥିଲେ ନାମକୁ ମାତ୍ର ଚାଲିଥିବା ପ୍ରତି ସୋମବାର ଦିନ ବ୍ଲକ ପ୍ରଶାସନର ସବୁ ବିଭାଗର ମୁଖ୍ୟଙ୍କ ଅନୁପସ୍ଥିତ ଥାଇ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ୯୮ ଭାଗ ଆଦିବାସି ସଂପ୍ରଦାୟର ଲୋକେ ବହୁ ସମସ୍ୟା ଥାଇ ବସବାସ କରନ୍ତି । ପ୍ରତି ସୋମବାର ଦିନ ଗୋଟିଏ ପଞ୍ଚାୟତ ଠାରେ ବ୍ଲକ ପ୍ରଶାସନ ଉପସ୍ଥିତିରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ରହିଥିବା ବେଳେ ନିର୍ଦ୍ଧିଷ୍ଟ ପଞ୍ଚାୟତର ସରପଞ୍ଚ, ସେମିତି କିମ୍ବା ୱାର୍ଡ ସଭ୍ୟ ସମସ୍ତ ଅଙ୍ଗନୱାଡି କର୍ମୀ ଓ ପ୍ରତି ଗାଁ ରୁ ଆସିଥିବା ଗ୍ରାମବାସୀଙ୍କ କରିଥିବା ଅଭିଯୋଗ ଶୁଣିବା ସହିତ ପ୍ରତି ସରକାରୀ ବିଭାଗ ତରଫରୁ ଲୋକଙ୍କ ଅଭିଯୋଗକୁ କେବେ ଓ କିପରି ସମାଧାନ ହୋଇ ପାରିବ ଜାଣିବାକୁ ମିଳିବ।ଆଜିର ଏହି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସରପଞ୍ଚ ଗୌରୀ ମେଲେକା ତହସିଲଦାର ସଦାଶିବ ଭତ୍ରା ,ଜିପିଓ ଶ୍ରୀନିବାସ ପଟ୍ଟନାୟକ, ଭି ଏସ ଏସ ଓ ଯାଜ୍ଞେଶ୍ୱର ନାୟକ ଉପସ୍ଥିତ ଥିବା ବେଳେ ବିଡ଼ିଓ ପ୍ରାଣୀ ଚିକିତ୍ସା କେନ୍ଦ୍ର, ଉଦ୍ୟାନ କୃଷି, କୃଷି ବିଭାଗ, ବନ ବିଭାଗ, ଶିକ୍ଷା ବିଭାଗ, ଜଲ ଜଗାଣ ବିଭାଗ, ବିଜୁଳି ବିଭାଗ, ଖାଉଟି ବିଭାଗ,ସମ୍ମନିତ ଶିଶୁ ବିକାଶ ବିଭାଗ, ଅନୁପସ୍ଥିତ ଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକା ଙ୍କ ହଠାତ ଗସ୍ତ ସମୟରେ ଦେଖିବାକୁ ପାଇଥିଲେ । ବନ୍ଧୁଗାଁ ବ୍ଲକ ରେ ଏହି ପ୍ରକାର ନାମକୁ ମାତ୍ର ଅଳ୍ପ ସଂଖ୍ୟକ ସରକାରୀ କଳ ଓ ଜଣେ ମଧ୍ୟ ଗ୍ରାମବାସୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ନ ଆସିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ବନ୍ଧୁଗାଁ ବ୍ଲକରୁ ଆଜି ଜଣେ ଉଚ୍ଚ ଶିକ୍ଷିତ ଛାତ୍ରୀ ସୁସ୍ମିତା ମେଲେକା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଛନ୍ତି । ଆଜି ସେହି ବ୍ଲକରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଠାରେ ସ୍ଥାନୀୟ ସରକାରି କଳ ଗୁରୁତ୍ପ ନ ଦେଇ ଥିବା ଯୋଗୁଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଙ୍ଗେ ସଙ୍ଗେ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତାର ଙ୍କୁ ଜଣାଇଥିବା କହିଛନ୍ତି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଜନଗର ବିଜେଡି ବିଧାୟକ ପ୍ରାଥୀ ଧ୍ରୁବ ଙ୍କ ଶୋଭାଯାତ୍ରା ସମୟରେ ଫୁଟୁଥିବା ବାଣପଡି ଜଳିଗଲା ଘର

masiha

ନର୍ଲା ପଂଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

Sunil Chandra Nayak

ତିର୍ତ୍ତୋଲ ବ୍ଲକରେ ଯୁଗ୍ମ ଜନଶୁଣାଣୀ ଶିବିର , ଆବାସ ଯୋଜନା ଗୃହ ପାଇଁ ଅଭିଯୋଗକାରୀଙ୍କ ସଂଖ୍ୟା ସର୍ବାଧିକ

Sunil Chandra Nayak

Leave a Comment

error: Content is protected !!