ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉପଲକ୍ଷେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉପଲକ୍ଷେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ 

କଟକ : ଉତ୍କଳ କେଶରୀ ଡ଼ଃ.ହରେକୃଷ୍ଣ ମହତାବଙ୍କ ୧୨୬ତ୍ତମ ଜୟନ୍ତୀ ଉପଲକ୍ଷେ ୪୨ ମୌଜା ଦେଉଳି ସ୍ଥିତ ବାଲୁଙ୍କେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାପୀଠ ଠାରେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଡ଼ଃ.ହରେକୃଷ୍ଣ ମହତାବ ଫାଉଣ୍ଡେସନର ଆବାହକ ସନ୍ତୋଷ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୪୨ମୌଜାର ବିଭିନ୍ନ ବିଦ୍ୟାଳୟରୁ ମୋଟ ୩୫ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସମ୍ମାନଷ୍ପଦ ବିଚାରକ ଭାବେ ଅଧ୍ୟାପକ ପ୍ରଫୁଲ୍ଲ ଦାସ,ସାହିତ୍ୟିକ ଡ଼ଃ.ଚିତ୍ତରଞ୍ଜନ ବେହେରା,ଶିକ୍ଷାବିତ ଗୌତମ ଚରଣ ପରିଡା,ଅଲ୍ଲୀକୁଦ ଜମାନ ଖାନ,ଚିତ୍ରଶିଳ୍ପୀ ଶୁକଦେବ ମହାରଣା,ସତ୍ୟ ନାରାୟଣ ରଥ ଓ ଦୁର୍ଗାପ୍ରସାଦ ପତି ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମାନୀୟ ଅତିଥି ଭାବେ ସାମ୍ବାଦିକ ବୁଲେଇ ବେହେରା,ଅଫସାର ଅଲ୍ଲୀ ଖାନ,ସାମ୍ବାଦିକ ସ୍ମୃତିରଞ୍ଜନ ମହାନ୍ତି ଓ ସମାଜସେବୀ ବାବାଜୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ବକୃତା ପ୍ରତିଯୋଗିତାରେ ସିନିୟର ବିଭାଗରୁ ଶ୍ରୀୟା°ଶ୍ରୀ ଦାସ ବାଲୁଙ୍କେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଥମ,ଆୟୁଷ୍ ମହାନ୍ତି ବେଣ୍ଟକାର ନୋଡାଲ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ, ବିଦ୍ୟୁସ୍ମିତା ଦାସ ପାର୍ବତୀ ନୋଡାଲ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାରୀ କରିଛନ୍ତି । ଜୁନିୟର ବିଭାଗରୁ ବିଶ୍ଵପ୍ରକାଶ ସେନାପତି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର- ପ୍ରଥମ,ଅର୍ପିତା ପତି ବେଣ୍ଟକାର ନୋଡାଲ ସ୍କୁଲ ଦ୍ୱିତୀୟ, ମାମାଲି ରାଉତ ପାର୍ବତୀ ନୋଡାଲ ସ୍କୁଲ ତୃତୀୟ ସ୍ଥାନ ଅଧିକାରୀ କରିଛନ୍ତି। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ସିନିୟର ବିଭାଗରୁ ବର୍ଷାରାଣୀ ବେହେରା ବାଲୁଙ୍କେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଥମ,ସସ୍ମିତା ସାହୁବେଣ୍ଟକାର ନୋଡାଲ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ,ଆଦିତ୍ୟ କେତନ ଚୌଧୁରୀ ବେଣ୍ଟକାର ନୋଡାଲ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାରୀ କରିଛନ୍ତି। ଜୁନିୟର ବିଭାଗରୁ ସ୍ମୃତିପ୍ରଜ୍ଞା ବିନ୍ଧାଣି କୁଳସରିଚୁଆଁ ନୋଡାଲ ସ୍କୁଲ ପ୍ରଥମ,ସ୍ମୃତି ରେଖା ନାୟକ ପାର୍ବତୀ ନୋଡାଲ ସ୍କୁଲ ଦ୍ୱିତୀୟ,ସୂର୍ଯ୍ୟଂଶ ରଥ ବେଣ୍ଟକାର ନୋଡାଲ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ବେହେରା,ଶିକ୍ଷୟତ୍ରୀ ସସ୍ମିତା କାନୁନଗୋ, ତୃପ୍ତିମୟୀ ପତି,କର୍ମକର୍ତ୍ତା ବିଜୟ କୁମାର ପ୍ରଧାନ,ଜଗବନ୍ଧୁ ବେହେରା,ଚଞ୍ଚଳା ପତି ଓ ସୁକାନ୍ତି ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପବିତ୍ର ବୁକ୍ସ ଏଡୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତିର ହବିଷିଆଳୀ ମାନଙ୍କ ପାଇଁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

Sunil Chandra Nayak

ନିଲଜୀ କ୍ଲଷ୍ଟରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!