ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥମୁନି ଦାଦନ ଶ୍ରମିକଙ୍କ ଦୁଃଖ, ଠିକାଦାର ଙ୍କ ବର୍ବରତା, ଅଧରାତିରେ ଘରୁ ଉଠାଇ ନେବା ଅଭିଯୋଗ

ଥମୁନି ଦାଦନ ଶ୍ରମିକଙ୍କ ଦୁଃଖ,           

ଠିକାଦାର ଙ୍କ ବର୍ବରତା, ଅଧରାତିରେ ଘରୁ ଉଠାଇ ନେବା ଅଭିଯୋଗ

     ଦିନ କୁ ଦିନ ଦାଦନ ଶ୍ରମିକ ଙ୍କ ଦୁଃଖ ଥମିବାର ନା ନେଉନି।ଦାଦନ ଉପରେ ଅତ୍ୟାଚାର ନିର୍ଯ୍ୟାତନା ଅଞ୍ଚଳ ପାଇଁ ଦୈନ ଦିନ ଘଟଣା ପାଲଟିଛି।ଏହିପରି ସ୍ଥଳେ ଧର୍ମଗଡ ବ୍ଲକ ଜୟନ୍ତପୁର ପଞ୍ଚାୟତ କାଣ୍ଡପଡା ଘଟଣା ଏହି ଅଭିଯୋଗ କୁ ନେଇ ଏବେ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି।ଅଧା ରାତିରେ ଗାଁ କୁ ପଶି ଜୋର ଜବରଦସ୍ତ ଠିକାଦାର ଜଣକ ଦାଦନ ଶ୍ରମିକ ଙ୍କୁ ଉଠାଇ ନେବା ଘଟଣା ଏବେ ଆଲୋଚନା ପରିସର କୁ ଆସିଛି।ସୂଚନା ମତେ ଗାଁ ର ଦୁଲ୍ଲଭ ନିଆଲ ଙ୍କ ପରିବାର ବହୁଦିନ ଧରି ଛତିଶଗଡ଼ ରାୟପୁର ରେ ଏକ ମାଲିକ ପାଖରେ ଦାଦନ ଶ୍ରମିକ ଭାବେ ନିୟୋଜିତ ହୋଇ ଆସୁଛନ୍ତି।ମାଲିକ ଙ୍କ ଏକ ବାଡ଼ି ରେ ଦୁଲ୍ଲଭ ଙ୍କ ସହ ପରିବାର (ସ୍ତ୍ରୀ)ନୁର, ଝିଅ-ଦୁଶିଳା(୧୮)ଆରତୀ (୧୪) ଓ ପୁଅ ସିଦ୍ଧାର୍ଥ (୭)କାମ କରି ଆସୁଛନ୍ତି।ତେବେ ପାରିଶ୍ରମିକ ବାବଦରେ ଦିନ ରାତି ଖଟି କେବଳ ମିଳେ ୧୮୦ଟଙ୍କା ମାତ୍ର।ତାହାବି ସାପ୍ତାହିକ ରେ ଥରେ -ଯାହା ପରିବାର ଚଳଣିରେ କଷ୍ଟ ହୋଇପଡେ।ବହୁଦିନ ରୁ ଏହି ପରିବାର ଠିକାଦାର ଙ୍କ ନିର୍ଯ୍ୟାତନା ସହି ଆସୁଛନ୍ତି ।ଏପରିକି ସେଠାରୁ ଖସି ଆସିବା ଉଦ୍ୟମ କରି ବିଫଳ ହୋଇଥିବା କୁହାଯାଏ।ହେଲେ ତାଙ୍କ ସମ୍ପର୍କୀୟ ଜଣକ ଙ୍କ ଦେହ ଅତି ସଙ୍କଟ ଥିବା ଶୁଣି ଗତ ଦୁଇଦିନ ତଳେ ଠିକାଦାରଙ୍କ କବଳରୁ ଲୁଚିକି ଖସି ଆସିଥିଲେ ପରିବାର।ସାଥିରେ ତାଙ୍କ ସହ ଥିବା ଆଉ ଏକ ପରିବାର ମଧ୍ୟ ଲୁଚି କି ପଳାଇ ଆସିଥିଲେ।ହେଲେ ଏକଥା ଜାଣିବା ପରେ ଠିକାଦାର ଜଣକ ମଙ୍ଗଳବାର ରାତ୍ରି ପାହାନ୍ତିଆ ବେଳ କୁ ୨ଗାଡି ଗୁଣ୍ଡା ନେଇ ଗାଁ କୁ ଆସି ଘର ଘର କୁ ପସି ଦୁଲ୍ଲଭ ଙ୍କ ପରିବାର ଓ ସାଙ୍ଗରେ ଥିବା ଦାଦନ ଶ୍ରମିକଙ୍କ ଗଣେଶବାଗ ଓ ସ୍ତ୍ରୀ ଅହଲ୍ୟା କୁ ଉଠାଇ ନେଇଥିଲେ।ତେବେ ରାତ୍ରି ରେ ଅହଲ୍ୟା କୁ ଦେଭୋଗ ଥାନା ରେ ରଖି ସକାଳେ ଛାଡି ଦେଇଥିବା ବେଳେ ସେ ଦୀର୍ଘ ୧୨କିମି ଚାଲି ଚାଲି ଗାଁ କୁ ଆସିଥିବା ଲୋକେ କାହାନ୍ତି।ଏଇଠି ପ୍ରଶ୍ନ ଉଠେ ଛତିଶଗଡ଼ ପୋଲିସ ଠିକାଦାର କୁ ସହଯୋଗ କରିବା ପଛରେ କି ରହସ୍ୟ ରହିଛି ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।ବାସ୍ତବରେ ପୋଲିସ ନା ଗୁଣ୍ଡା -ଙ୍କ ସହାୟତାରେ ଠିକାଦାର ଜଣକ ଗାଁ କୁ ଆସି ଘର ଘର ପଶିବା ସମସ୍ତଙ୍କୁ ସନ୍ଦେହ ସୃଷ୍ଟି କରୁଛି।ଏନେଇ ଦୁଲ୍ଲଭ ର ସ୍ତ୍ରୀ କୋକସରା ଥାନା ରେ ଲେଖିତ ଅଭିଯୋଗ କରିଥିବା ଜଣାପଡିଛି।ତେବେ କୋକସରା ପୋଲିସ ଘଟଣା କୁ କିଭଳି ଭାବେ ଗ୍ରହଣ କରି ପଦକ୍ଷେପ ନେବ ସମସ୍ତ ଙ୍କ ନଜର ତାହା ଉପରେ ଥିବା ଅଞ୍ଚଳରେ ଆଲୋଚନା ହେଉଛି।ହେଲେ ଏହା ଏକ ସମ୍ବେଦନଶୀଳ ଘଟଣା -ହାଲକା ନ ନେଇ ପ୍ରଶାସନ ଓ ପୋଲିସ ପ୍ରଶାସନ ଘଟଣା ପ୍ରତି ତତ୍ପରତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସମ୍ପୃକ୍ତ ଠିକାଦାର ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ସାଧାରଣ ରେ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ବିଧାୟକଙ୍କ ହସ୍ତକ୍ଷେପ ଫଳରେ କଲେଜକୁ ହେଲା ପିଚୁ ରାସ୍ତା

ମା’ କନ୍ଧୁଣୀ ଦେବୀଙ୍କ ଦିବ୍ୟ ଆଶୀର୍ବାଦ ଲାଭ କଲେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

Sunil Chandra Nayak

Leave a Comment

error: Content is protected !!