ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମ୍ମୁ କାଶ୍ମୀରର ଫୁଲୱାମା ବିସ୍ପୋରଣରେ ଶହୀଦ ଯବାନ ମାନଙ୍କୁ ମନେ ପକାଇ ଏକ ରାଲିର ଆୟୋଜନ

ଜମ୍ମୁ କାଶ୍ମୀରର ଫୁଲୱାମା ବିସ୍ପୋରଣରେ ଶହୀଦ ଯବାନ ମାନଙ୍କୁ ମନେ ପକାଇ ଏକ ରାଲିର ଆୟୋଜନ 

ନବରଙ୍ଗପୁର:(୧୪/୦୨)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ଥିବା ଗୁରୁକୃପା ପବ୍ଲିକ ସ୍କୁଲ ୨୦୧୯ ରେ ହୋଇଥିବା ଜମ୍ମୁ କାଶ୍ମୀରର ଫୁଲୱାମା ବିସ୍ପୋରଣରେ ଶହୀଦ ଯବାନ ମାନଙ୍କୁ ମନେ ପକାଇ ଏକ ରାଲିର ଆୟୋଜନ ହୋଇଯାଇଛି | ଏହି ରାଲି ରେ ବିଦ୍ୟାଳୟର କୁନି କୁନି ପିଲାମାନେ ଫୁଲୱାମାରେ ଶହୀଦ ହୋଇଥିବା ଶହୀଦଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ହାତରେ କିଛି ପୋଷ୍ଟର ଧରି ପାପଡାହାଣ୍ଡି ଗ୍ରାମ ପରିକ୍ରମା କରିଥିଲେ | ଏହି ରାଲିରେ ବିଦ୍ୟାଳୟର ଶିକ୍ଷୟତ୍ରୀ ମନୀଷା ପାଇକ, ରଶ୍ମିତା ଭୋଇ, ଲକ୍ଷ୍ମୀ ନାୟକ ପିଲାମାନଙ୍କୁ ଧାଡି କରି ରାସ୍ତାର ବାମ ପଟେ ବହୁତ ସୁନ୍ଦର ଭାବରେ ଶାନ୍ତି ଶୃଙ୍ଖଳାର ସହ ନେଉଥିଲେ |କୁନି କୁନି ପିଲାମାନଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ କପିଳ ଦେବ ସାହୁ, ବି ପି ସି ଶଶିକାନ୍ତ ଦାସ ଜି ପି ଓ ଅକ୍ଷୟ କୁମାର ପଟ୍ଟନାୟକ ଓ ବ୍ଲକ କର୍ମଚାରୀ ବସଷ୍ଟାଣ୍ଡ ଠାରେ ସ୍ୱାଗତ କରିଥିଲେ ଏବଂ ଶିଶୁଙ୍କୁ ଚକଲେଟ ମଧ୍ୟ ଦେଇଥିଲେ | ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଆଜକୁ ୬ବର୍ଷ ବିତିଗଲା ପରେ ମଧ୍ୟ କିଛି ମାଆ ସେମାନଙ୍କ ପୁଅକୁ, କିଛି ସ୍ତ୍ରୀ ସେମାନଙ୍କ ସ୍ୱାମୀକୁ ଓ କିଛି ଶିଶୁ ସେମାନଙ୍କ ବାପାକୁ ହରାଇ ସେହି ସ୍ମୃତିକୁ ଭୁଲି ପାରୁନାହାନ୍ତି | ଫେବୃଆରୀ ୧୪ କୁ ଭେଲେଣ୍ଟାଇନ ଡେ ଭାବେ ପାଳନ କରାଯାଉଛି, କିନ୍ତୁ ୨୦୧୯ ମସିହାରୁ ଫେବୃଆରୀ ୧୪ ତାରିଖକୁ ଭାରତୀୟ ରାଷ୍ଟ୍ରୀୟ ବଳିଦାନ ସମ୍ମାନ ସମାରୋହ ବା କଳା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

*ତଳଜାରିଂ ଆଇ ପି ଏଲ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଲେ ନାନ୍ଦୋଲ୍ ପଞ୍ଚାୟତ ବାସି

Sunil Chandra Nayak

ବରିଷ୍ଠ କିରାଣି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ବିପଦର ବଂଧୁ ସେବା ସଙ୍ଗଠନ ତରଫରୁ ସହାୟତା ପ୍ରଦାନ 

masiha

Leave a Comment

error: Content is protected !!