ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା: ଆମ ଆଦମୀ ପାର୍ଟି ତରଫରୁ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ପାର୍ଟିର ବାସନ୍ତୀ କଲୋନୀ, ରାଉରକେଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟତଃ ଗତ ଏପ୍ରିଲ ମାସରେ ବନ୍ଧମୁଣ୍ଡା ନିକଟବର୍ତ୍ତୀ ବରକାନି ଗ୍ରାମ ରେ ଆଦିବାସୀଙ୍କ ଜମି ଅଧିଗ୍ରହଣ ସମୟରେ ସେଠାକାର ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ ଓ ଉପଯୁକ୍ତ କ୍ଷତିପୁରଣ ଦାବି କରିଥିଲେ। କିନ୍ତୁ ପ୍ରଶାସନ ପୋଲିସ ବାହିନୀର ସହଯୋଗରେ ଜୋର୍ ଜବରଦସ୍ତ ଜାଗା ରେ “ଜେ.ସି.ବି.” ସାହାଯ୍ୟରେ ଜମିକୁ ଅଧିଗ୍ରହଣ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଜଣେ ଆଦିବାସୀ ବ୍ଯକ୍ତି ଏତୋ ଏକ୍କାଙ୍କ ଉପରେ ଜେ.ସି.ବି. ଗାଡ଼ି ଚଢ଼େଇ ଦିଆଗଲା ଯାହା ଫଳରେ ସେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ ଓ ଆଉ ଜଣେ ବ୍ୟକ୍ତି ସୁରା କୁଜୁର ଗୁରୁତର ଆହତ ହୋଇଥିଲେ, ଯିଏ କି ସବୁ ଦିନ ପାଇଁ ଅକର୍ମଣ୍ୟ ହୋଇ ଘରେ ପଡି ରହିଛନ୍ତି। ସେ ସମୟରେ ତା. ୨୨.୦୪.୨୦୨୫ ଦିନ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଙ୍କ ତରଫରୁ ଦୁଇ ଜଣଙ୍କୁ ଏକ ଲିଖିତ ପ୍ରତିଶ୍ରୁତି ଦିଆଗଲା। ପ୍ରତିଶ୍ରୁତି ଅନୁଯାୟୀ କ୍ଷତି ପୂରଣ ବାବଦରେ ଏତୋ ଏକ୍କାଙ୍କ ବିଧବା ପତ୍ନୀ ଅଞ୍ଜଲି ଏକ୍କାଙ୍କୁ ୨୦ ଲକ୍ଷ ଟଙ୍କା ଦେବା ସହିତ ମାସକ ଭିତରେ ରାଉରକେଲା ଇସ୍ପାତ କାରଖାନାରେ ଚାକିରି ଓ ପିଲାଙ୍କ ପାଠ ପଢ଼ା ଦାୟିତ୍ଵ ନେବେ ବୋଲି କହିଥିଲେ ଓ ସୁରା କୁଜୁରଙ୍କ ପତ୍ନୀଙ୍କୁ ଚାକିରି ଦେବା ସହ ତାଙ୍କର ସମସ୍ତ ଡାକ୍ତରୀ ଖର୍ଚ୍ଚ ବହନ କରିବା ସହିତ ତାଙ୍କ ପିଲାଙ୍କର ପାଠ ପଢା ର ସମସ୍ତ ଖର୍ଚ୍ଚ ଆର ଏସ୍ ପି ବହନ କରିବ ବୋଲି କହିଥିଲେ। କିନ୍ତୁ ଆଜି ଏହା ଭିତରେ ୬ ମାସ ବିତିଯାଇଥିଲେ ବି କ୍ଷତିଗ୍ରସ୍ତ ପରିବାରଙ୍କୁ ଚାକିରି ମିଳିନାହିଁ କି ପିଲାଙ୍କ ପାଠ ପଢା ଦାୟିତ୍ବ କେହି ନେଇନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲାର ସାଂସଦ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସବୁବେଳେ ବାକ୍ୟରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି କିନ୍ତୁ ଆର. ଏସ୍. ପି. କର୍ତ୍ତୃପକ୍ଷଙ୍କୁ ପଦେ କଥା କହିନାହାନ୍ତି ଫଳରେ କିଛି ସୁଫଳ ମିଳିନାହିଁ। ତାଙ୍କୁ ବାରମ୍ବାର ଭେଟିଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଣୁ ଆମ୍ ଆଦମୀ ପାର୍ଟି ଏ ବିଷୟକୁ ଗୁରୁତର ସହିତ ବିଚାର କରି କିପରି କ୍ଷତିଗ୍ରସ୍ତ ଆଦିବାସୀ ପରିବାର ଉଚିତ୍ କ୍ଷତି ପୂରଣ ପାଇବେ ସେଥିପାଇଁ ଆଗାମୀ ଦିନରେ ଜୋରଦାର ଲଢେଇ କରାଯିବ, ପାର୍ଟି ତରଫରୁ ଆର୍. ଏସ୍. ପି. କର୍ତ୍ତୃପକ୍ଷ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଆାଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସୁନ୍ଦରଗଡ଼ ଜିଲ୍ଲାପାଳ ଓ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖାଯିବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ମେଘନାଦ ମାଝୀ ଘୋଷଣା କରିଥିଲେ। ଦୁଇଜଣଙ୍କ ପରିବାର ଙ୍କୁ ମାଗଣାରେ ଆଇନଗତ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀ ରେ ସେହି ଦୁଇଜଣ ମହିଳା ଅଞ୍ଜଳି ଏକ୍କା ଓ ସୁନିତା ଓରାମ ଉପସ୍ଥିତ ଥିବା ସହିତ ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ଲାଲ ମଣି ଲଗୁନ୍, ରାଜ୍ଯ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ଯୋଗେନ୍ଦ୍ର ପାଲ ତିର୍କୀ, ଆମ ଆଦମୀ ପାର୍ଟି ସୁନ୍ଦରଗଡ଼ ଜିଲ୍ଲା ସମ୍ପାଦକ ସତ୍ୟ କିଶୋର ମହାନ୍ତି, ରାଉରକେଲା ଜିଲ୍ଲା ସଭାପତି ସନ୍ତୋଷ ବେହେରା, ମିଡ଼ିଆ ପ୍ରଭାରୀ ଭରତ ବାଇ, ସମ୍ପାଦକ ଚିନ୍ତାମଣି ମହାନନ୍ଦ, ଦେବ ରଞ୍ଜନ ଦାସ, ଆଶିଷ ମହାରଣା, ଜାନୁଆରୀସ ମିଞ୍ଜ, ପ୍ରମୁଖ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧlନେ’ର ୨୪ ତମ ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଧନା ସଭା 

masiha

କୁଷ୍ଠ ରୋଗ ଚିହ୍ନଟ ଏବଂ ଆରୋଗ୍ୟ ନେଇ କର୍ମଶାଳା ଅନୁଷ୍ଠିତ

masiha

ଜୁନାଗଡ଼ ରେ ରକ୍ଷା ବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ 

masiha

Leave a Comment

error: Content is protected !!