ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାଭିମାନୀ ଓଡ଼ିଆଣୀ ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ 

ସ୍ଵାଭିମାନୀ ଓଡ଼ିଆଣୀ ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ 

ରାଉରକେଲା: ମହିଳାଙ୍କ ଦ୍ବାରା ଗଠିତ ସାମାଜିକ ଅନୁଷ୍ଠାନ ସ୍ବାଭିମାନୀ ଓଡ଼ିଆଣୀ ତରଫରୁ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାନସୀ ଦାସ ମହାପାତ୍ରଙ୍କ ଆବାହକତ୍ୱ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବିଜୟିନୀ ଜେନା , କବୀ ରଶ୍ମି ସାହୁ ଅତିଥି ତଥା ବିଚାରକ, ସ୍ବତନ୍ତ୍ର ଅତିଥି ଭାବେ ଶିକ୍ଷାବିତ୍ ରଶ୍ମିବାଳା ରାଉତରାୟ , ଅନ୍ୟତମ ଅତିଥି ଭାବେ ସମାଜସେବୀ ରାଜଲକ୍ଷ୍ମୀ ପାତ୍ର ଓ ଆଇନଜୀବୀ ରେଖା ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଶ୍ରୀମତୀ ଜେନା କାର୍ତ୍ତିକ ମାସର ସକଳ୍ପ,ନୈ।ବାଣିଜ୍ୟ,କଳିଙ୍ଗ ଯୁଦ୍ଧ, ଅଶୋକ ଚଣ୍ଡାଶୋକ ରୁ ଧର୍ମାଶୋକ ଓ କଳିଙ୍ଗ ଯୁଦ୍ଧରେ ବୀରାଙ୍ଗନାଙ୍କ ନେତୃତ୍ୱ ତଥା ପ୍ରେରଣା ସମ୍ପର୍କରେ ଓ କବୀ ଶ୍ରୀମତୀ ସାହୁ ଆ କା ମା ବୈ,ବୋଇତ ଯାତ୍ରା,ରାଧାପାଦ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ବତନ୍ତ୍ର ଅତିଥି ଶ୍ରୀମତୀ ରାଉତରାୟ ଓ ଅନ୍ୟ ଅତିଥି ମାନେ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମରେ ଆବାହିକା ଶ୍ରମତୀ ଦାସ ମହାପାତ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ଓ କାର୍ତ୍ତିକ ପୂର୍ଣ୍ଣିମାର ଆଭିମୁଖ୍ୟ ସମ୍ପର୍କରେ ମତ ରଖି କହିଲେ ଯେ ବିବିଧତାର ପ୍ରତୀକ ଓ ପରମ୍ପରା ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ଶ୍ରେଷ୍ଠ ସାଧବ ବୋହୁ, ବୋଇତ ସଜା,ତୋଲ ମୋଲ କି ବୋଲ ପ୍ରତିଯୋଗିତା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା। ଶ୍ରେଷ୍ଠ ସାଧବ ବୋହୁ ଭାବେ ଇନ୍ଦିରା ମିଶ୍ର, ବୋଇତ ସଜା ରେ ରାଜଲକ୍ଷ୍ମୀ ସୁତାର ଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ଅନ୍ୟ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ବିଳାସୁଣୀ ଅଧିକାରୀ, ସ୍ମିତା ମିଶ୍ର,ଡିମ୍ପଲ ସାହୁ ଓ ଅନିତା ମହାନ୍ତି ସଂଗୀତ ପରିବେଷଣ କରିଥିଲେ। ପ୍ରାରମ୍ଭରେ ସୋମା 

ଭୈ।ମିକ ଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନର ମନୋରମା ପାତ୍ର, ସୁପ୍ରଭା ମହାପାତ୍ର,ସାଇଜ୍ୟୋତି, ସନ୍ଧ୍ୟାରାଣୀ ଦାସ, ପ୍ରିୟଙ୍କା ବିଶ୍ବାଳ, ଆର୍ଯ୍ୟଶ୍ରୀ, ରଶ୍ମିତା ସାହୁ, ସ୍ୱାଗତିକା ପଟ୍ଟନାୟକ, ମମତା ରାଉତରାୟ, ମମତା ଭୂୟାଁ,ଶୁଭଦୀପ୍ତା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ରାଜଲକ୍ଷ୍ମୀ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଲ୍ଯାମ୍ପର ଵାର୍ଷିକ ସାଧାରଣ ସଭା ୨୦୨୬-୨୭

ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ବାଣପୁର ବିଜ୍ଞାପିତ ଅଞ୍ଚଳପରିଷଦରେ ସ୍ୱଛତା କର୍ମଚାରୀଙ୍କୁ ସାଇକେଲ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!