ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ 

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ 

କର୍ଲାମୁଣ୍ଡା, ୦୧/୧୦ (ସୁଶାନ୍ତ ରଣା): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ଆଜି ମ.ରାମପୁର ବ୍ଲକ ରାମ କ୍ରିଷ୍ଣା ଅନାଥ ଆଶ୍ରମ ପରିସରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏଥିରେ ବରିଷ୍ଠ ଲୋକ ମାନଙ୍କୁ କିଛି ଫଳ ଓ ବସ୍ତ୍ର ବଣ୍ଟନ କରି ପରେ ବନ୍ଧୁ ମିଳନ, ଭାବର ଆଦାନ ପ୍ରଦାନ କରିବା ସହ ସେମାନଙ୍କ ନଖ କାଟିବା, ବେଡ଼ ସଜାଡିବା, ଯୋଗ, ଶାରୀରିକ ବ୍ୟାୟାମ ଓ ପ୍ରାଣାୟାମ ଶିଖାଇ ନିତିଦିନ ଯୋଗ ପ୍ରାଣାୟାମ ଅଭ୍ୟାସ କରିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବ ବୋଲି ଯୋଗ ଶିକ୍ଷକ ସନତ କୁମାର ସାହୁ କହିଥିଲେ। ବରିଷ୍ଠ ନାଗରିକ ମାନଙ୍କର ଅବଦାନ, ଜ୍ଞାନ, ସମ୍ମାନ ଏବଂ ଆବଶ୍ୟକତାକୁ ସ୍ୱୀକାର କରିବା ଓ ବୟସ୍କ ଲୋକମାନଙ୍କର ଭୂମିକା ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମନେ ମତବ୍ୟକ୍ତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହ ସମ୍ପାଦକ ସ୍ୱାମୀ ବିରେଶ ନନ୍ଦଜୀ, ପ୍ରକୃତି ବନ୍ଧୁ ତଥା ଯୋଗ ଶିକ୍ଷକ ସନତ କୁମାର ସାହୁ, ଯୁବ କବି ଉଦେୟନାଥ, ଯୁବ ସମାଜସେବୀ ସୌମ୍ୟ ରଞ୍ଜନ ସାହୁ, ସମାଜସେବୀକା ସ୍ୱରୂପା ରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ସ୍ବେଚ୍ଛାସେବୀ ଅନିଲ ପରାସେଠ, ମନ୍ଦିର ମାଝୀ, ଦୁର୍ଯ୍ୟୋଧନ ହରିଜନ ପ୍ରମୁଖ ସହଯୋଗ କରିଥିବା ବେଳେ ଯୁବ କବି ଉଦେୟନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ପିଇବା ପାଣି ଯୋଗାଣ ପାଇଁ ମାଆ ମାନଙ୍କ ଗୁହାରି ଶୁଣିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସଙ୍ଗେ ସଙ୍ଗେ ହେଲା ସମାଧାନ ମାଆ ମାନେ ହେଲେ ଖୁସି 

Sunil Chandra Nayak

ଜୁଏଲଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ 

masiha

ଡାବୁଗାଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଲ୍ୟାଣ ସଂଘ ବୈଠକ

Sunil Chandra Nayak

Leave a Comment

error: Content is protected !!