ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ଯୋଗ ପ୍ରତି ଯୋଗିତାରେ ଭାଗନେବେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ 

କୋକସରା,୨୦/୧- କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗର ଅୟୋଜନ କ୍ରମେ ଅନୁଷ୍ଟିତ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତାରେ କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରୀତି ରାଉତ। ୧୪ ବର୍ଷରୁ କମ ବାଳିକା ବିଭାଗର ଯୋଗ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଆସନ୍ତା ୨୩ ଓ ୨୪ ଦୁଇ ଦିନ ଧରି ଭଦ୍ରକ ଜିଲ୍ଲାର ତିହିଡ଼ିରେ ହେବାକୁ ଥିବା ରାଜ୍ୟସ୍ତରିୟ ଯୋଗ ପ୍ରତି ଯୋଗିତାରେ ଭାଗ ନେବେ ସେ ପୂର୍ବରୁ ମଧ୍ୟ ୨୦୨୨ରେ ଭୁବନେଶ୍ୱରର କେପିଟାଲ ହାଇସ୍କୁଲରେ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପୁଣି ଥରେ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାରୁ ପ୍ରୀତି ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଖେଳ ଶିକ୍ଷକ ଅମିତ ମହାନ୍ତି ଓ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ରକ୍ତ ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ

Sunil Chandra Nayak

ନୂଆପଡାରେ ଆୟୁଷ ସେବାର ଉନ୍ନତି ପାଇଁ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!