ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହକି ବିଶ୍ୱ କପ ହକିର ପଲିଶ୍ରୀ ମେଳା ଉଦଯାପିତ

ନବରଙ୍ଗପୁର(ମସିହା) ହକି ବିଶ୍ୱ କପ ୨୦୨୩ ର ଅବସରରେ ସ୍ଥାନୀୟ ସର୍କିଟ ହାଉସ ନିକଟସ୍ଥ ପଡ଼ିଆରେ ଅନୁଷ୍ଠିତ ପଲିଶ୍ରୀ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଅରବିନ୍ଦ ଢାଲି ଏବଂ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ, ନାଟ୍ୟ ନିର୍ଦେଶକ ଦେଵଦାସ ମହାଙ୍କୁଡ଼, ଅଧ୍ୟାପକ ଦିଲୀପ ହୋତା, ଅଧ୍ୟାପିକା ଜି. ଭି. ଭି ରଂଜିତା ଏବଂ ସୁନନ୍ଦିନୀ ତ୍ରିପାଠୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ଅନୁଷ୍ଠାନ ର କଳାକାର, ସେଲ୍ଫ ହେଲ୍ପ ଗ୍ରୁପର ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଏବଂ ଲୋକ ପ୍ରତିନିଧି ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଭାଗବତ ଜନ୍ମଦିନରେ ଭାଗବତ ଟୁଙ୍ଗୀରେ ଉପହାର ନେଇ ପହଞ୍ଚିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

Sunil Chandra Nayak

ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ 

ପଞ୍ଚାୟତ ସମିତି ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ 

masiha

Leave a Comment

error: Content is protected !!