ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହକି ବିଶ୍ୱ କପ ହକିର ପଲିଶ୍ରୀ ମେଳା ଉଦଯାପିତ

ନବରଙ୍ଗପୁର(ମସିହା) ହକି ବିଶ୍ୱ କପ ୨୦୨୩ ର ଅବସରରେ ସ୍ଥାନୀୟ ସର୍କିଟ ହାଉସ ନିକଟସ୍ଥ ପଡ଼ିଆରେ ଅନୁଷ୍ଠିତ ପଲିଶ୍ରୀ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଅରବିନ୍ଦ ଢାଲି ଏବଂ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ, ନାଟ୍ୟ ନିର୍ଦେଶକ ଦେଵଦାସ ମହାଙ୍କୁଡ଼, ଅଧ୍ୟାପକ ଦିଲୀପ ହୋତା, ଅଧ୍ୟାପିକା ଜି. ଭି. ଭି ରଂଜିତା ଏବଂ ସୁନନ୍ଦିନୀ ତ୍ରିପାଠୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ଅନୁଷ୍ଠାନ ର କଳାକାର, ସେଲ୍ଫ ହେଲ୍ପ ଗ୍ରୁପର ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଏବଂ ଲୋକ ପ୍ରତିନିଧି ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଡ଼ୁମା ଡଙ୍ଗର ଠାରେ ଷ୍ଟେଟ ବେଙ୍କ ର ନୂତନ ଲିଙ୍କ ଶାଖା ଉଦ୍ଘାଟନ

masiha

ଜ୍ଞାନ ବିଜ୍ଞାନ ମେଳା ମହା ସମାରୋହରେ ଅନୁଷ୍ଠିତ

Sunil Chandra Nayak

ଅନ୍ତ୍ୟୋଦୟ ଗୃହ ଯୋଜନା ତୁର୍ଲାପଡା ଙ୍କ ପାଇଁ ସାଜିଲା ବରଦାନ  ଅନ୍ତ୍ୟୋଦୟ ନଗର ପାଇଁ ୧୩ ପରିବାର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!