କୋକସରା କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ଅନୁଷ୍ଠିତ
କୋକସରା,୧୭/୧୧ // କଳାହାଣ୍ଡି ଜିଲ୍ଲା କୋକସରା ଆଞ୍ଚଳିକ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ୧୯ ତମ ଆଞ୍ଚଳିକ ସ୍ତରୀୟ ପୂଜନୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଅଛି l ମଙ୍ଗଳବାର କଳସ ଯାତ୍ରା ଓ ଅଧିବାସ, ବୁଧବାର ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା l ଉକ୍ତ ପୂଜାରେ କର୍ତ୍ତା ଭାବେ ପିତାମ୍ବର ପଟ୍ଟନାୟକ ସପତ୍ନୀକ ଦାୟିତ୍ୱ ତୁଲାଇଥିଲେ l ଏହି ଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯଥା ମହିଳା ଏବଂ ଝିଅ ମାନଙ୍କ ମଧ୍ୟରେ ହୁଳହୁଳି ଓ ଝୋଟି ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଚଳିତ ବର୍ଷ ପୂଜା କମିଟିରେ ସଭାପତି ଅଭିମନ୍ୟୁ ପଟ୍ଟନାୟକ, ସମ୍ପାଦକ ବସନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ପଙ୍କଜ ପଟ୍ଟନାୟକ ପୂଜା କାର୍ଯ୍ୟକ୍ରମ ଭାର ଗ୍ରହଣ କରିଥିଲେ l ଉପଦେଷ୍ଟା ମଣ୍ଡଳୀ ନିମନ୍ତେ ବିପିନ ପଟ୍ଟନାୟକ, ସୁଶାନ୍ତ ପଟ୍ଟନାୟକ, ସହଦେଵ ପଟ୍ଟନାୟକ, ନାରାୟଣ ପଟ୍ଟନାୟକ, ଦଶରଥ ପଟ୍ଟନାୟକ ଓ ଚିତ୍ତରଞ୍ଜନ ପଟ୍ଟନାୟକ ରହିଥିଲେ l କୋକସରା କରଣ ସମାଜର ସମସ୍ତେ ସହଯୋଗ କରିଥିଲେ l
ମସିହା ନିୟୂଜ୍ ସର୍ଭିସ୍