ଚାଷୀ ମାନଙ୍କୁ କୃଷି ସାମଗ୍ରୀ ବଣ୍ଟନ
ଡାବୁଗାଁ, ୧୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟ ସଭାଗୃହରେ ନବରଙ୍ଗପୁର ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନା ମାଧ୍ୟମରେ ଚାଷୀ ମାନନକୁ ମକା ଓ ପନିପରିବା ବିହନ ମାଗଣାରେ ପ୍ରଦାନ କରାଯାଇଛି | ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାଷୀ ମାନଙ୍କୁ ବିହନ ବଣ୍ଟନ କରାଯାଇଛି | ଏଥିରେ ମେଦନା ପଞ୍ଚାୟତର ୪ ଟି ଗ୍ରାମର ଚାଷୀ ମାନଙ୍କୁ ବିହନ ବଣ୍ଟନ କରାଯାଇଛି | ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ସରପଞ୍ଚ ସୁମିତ୍ରା ମାଝି, ଆଇଟିଡିଏ ପ୍ରୋଜେକ୍ଟ ମ୍ୟାନେଜର ଗୋବିନ୍ଦ ସିଂ, ପୁଷ୍ପାଞ୍ଜଳି ସିକ, ସୁଶୀଲ ମେହେର, ଅଞ୍ଜନ କୁମାର ସାମଲ ଓ ଚାଷୀ ମାନେ ଉପସ୍ଥିତ ଥିଲେ |