ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହୁଡ଼ାଯାତ – ରଙ୍ଗତୁଳୀରେ ଜଗନ୍ନାଥ

ବାହୁଡ଼ାଯାତ – ରଙ୍ଗତୁଳୀରେ ଜଗନ୍ନାଥ

ରାଉରକେଲା: ସହରର ଚିତ୍ରକଳାର ଅଗ୍ରଣୀ ଅନୁଷ୍ଠାନ “ରାଉରକେଲା କ୍ୟାନାଭାସ” ୨୦୧୪ ମସିହାରୁ ଚିତ୍ରକଳା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିକୂ ଜନସାଧାରଣଙ୍କ. ନିକଟରେ ଚେତନା ଜାଗ୍ରତ କରୁଛି l ବାହୁଡ଼ାଯାତ୍ରା ଦିନ ଠାରୁ ଦୁଇ ଦିବସୀୟ ଚିତ୍ରକଳା ପ୍ରଦର୍ଶନୀ ସେକ୍ଟର ୩ ପ୍ରଦର୍ଶନୀ ପଡିଆରେ ଉଦଯାପିତ ହୋଇଯାଇଛି l ଏହି ଚିତ୍ରକଳା ଓ କଳା ପ୍ରଦର୍ଶନୀ ରେ ୧୬ ଜଣ ଚିତ୍ରାଶିଳ୍ପୀ ଜଗନ୍ନାଥ ସଂସ୍କୃତି ଆଧାରିତ ଚିତ୍ର ଅଙ୍କନ କରିଥିଲେ ଏବଂ ସେହି ଚିତ୍ରଗୁଡିକ ବାହୁଡ଼ାଯାତ୍ରା ଦିନଠାରୁ ତିନିରଥ ସମ୍ମୁଖରେ ପ୍ରଦର୍ଶିତ ହୋଇଥିଲା l ଦିଲିପ କୁମାର ଦାସ ଚିତ୍ରକଳା ଓ ଭାସ୍କର୍ଯ୍ୟ ମିଶ୍ରିତ ଶୈଳୀରେ ତିନିଠାକୁରଙ୍କ ଅଣସର ଅବସର “ଗୁପ୍ତଲୀଳା” ଶିଳ୍ପୀଙ୍କର ସ୍ୱତନ୍ତ୍ରତା ପ୍ରକାଶ କରୁଥିଲା l ପ୍ରତାପ କୁମାର ପଟ୍ଟନାୟକଙ୍କର “ଗୁଣ୍ଡିଚା ବିଜେ “ଦୃଶ୍ୟ, ସସ୍ମିତା ପଟ୍ଟନାୟକଙ୍କ ପୁରାଣ ଆଧାରିତ ପ୍ରକୃତି କୋଳରେ ବିଶ୍ୱବସୁଙ୍କ ପୂଜିତ “ନୀଳମାଧଵ”, କୁମାରୀ ପୂର୍ବୀତା ପଟ୍ଟନାୟକ ଙ୍କର “ଆରତୀ “ସିଦ୍ଧାର୍ଥ ଶଙ୍କର ଜେନା ଙ୍କର “କୋମଳମତି ଶିଶୁର ଜଗନ୍ନାଥ ଭକ୍ତି” ଚିତ୍ର ସ୍ଥାନ ପାଇଥିଲା l ସୁଜିତ କୁମାର ବେହେରା ଲାଲ ଓ କଳା ରଙ୍ଗ ମିଶ୍ରଣରେ ଅଙ୍କିତ ଚିତ୍ର ଜଗନ୍ନାଥ ଓ ଧ୍ୟାନମଗ୍ନ ଗୌତମ ବୁଦ୍ଧ ଚିତ୍ରଟିରେ ଶିଳ୍ପୀଙ୍କର ଦକ୍ଷତା ପ୍ରକାଶ ପାଇଛି l ଅନିରୁଦ୍ଧ ସାହୁଙ୍କ “ରଥଯାତ୍ରା” ଜ୍ୟୋତ୍ସ୍ନାରାଣୀ ନନ୍ଦଙ୍କର “ଶ୍ରୀ କୃଷ୍ଣ ” ସସ୍ମିତା ସାହୁଙ୍କର “ବଡ଼ସିଂହାର ବେଶ ” ଅଭିଜିତ ରାୱାତ ଙ୍କର “ଜ୍ୟୋତିର୍ମୟୀ ” ସୀମା ମହାନ୍ତ ଙ୍କର ” ଦାରୁବ୍ରହ୍ମ “, ସଞ୍ଜିବନୀ ଭୂୟାଁ ଙ୍କର “ସ୍ବର୍ଗୀୟ ପ୍ରତିଧ୍ୱନି ” ସ୍ପନ୍ଦନ ବେରl ଙ୍କର “ପତିତପାବନ “ଓ ରୁବି କୁମାରୀ ଙ୍କର “ପ୍ରକୃତି ଓ ଆଧ୍ୟାତ୍ମିକ”ଦର୍ଶକ ଙ୍କୁ ମୁଗ୍ଧ କରିଥିଲା l ଲକ୍ଷ୍ମୀ ପୁରାଣ ଗାଥା ଆଧାରରେ ଚିତ୍ରଗାଥl ଆଙ୍କିଛନ୍ତି ଶିଳ୍ପୀ ରୋହନ କୁଲେର l ଗାଥା କାହାଣୀକୁ ଅତି ସୁନ୍ଦର ଭାବେ ଦର୍ଶାଇଛନ୍ତି l ମାତା ଯଶୋଦା,ଶିଶୁ କହ୍ନେଇ ଓ ଗୋମାତା “ଆଧ୍ୟାତ୍ମିକ ସଂଯୋଗ ” ଚିତ୍ରଟିକୁ ସୁକନ୍ୟା ମହାନ୍ତି ଅତି ନିପୁଣ ଭାବେ ଦର୍ଶାଇଛନ୍ତି l ଏହି ପ୍ରଦର୍ଶନୀରେ ବରିଷ୍ଠ ଚିତ୍ରଶିଳ୍ପୀ ରମେଶ ଚନ୍ଦ୍ର ପାତ୍ର ଓ ରାମଶିଷ ପ୍ରସାଦ ଉପସ୍ଥିତ ରହି ଅଂଶଗ୍ରହଣକାରି ଶିଳ୍ପୀମାନଙ୍କ ସହ ଆଲୋଚନା କରିଥିଲେ l ମୁଖ୍ୟ ଆୟୋଜକ ଦିଲିପ କୁମାର ଦାସ, ସୁଜିତ କୁମାର ବେହେରା, ଅନିରୁଦ୍ଧ ସାହୁ, ସସ୍ମିତା ପଟ୍ଟନାୟକ, ଜ୍ୟୋତ୍ସ୍ନା ରାଣୀ ନନ୍ଦ, ରୁବି କୁମାରୀ, ସୀମା ମହାନ୍ତ, ସସ୍ମିତା ସାହୁ, ସୁକନ୍ୟା ମହାନ୍ତି, ଅଭିଷେକ ରାୱାତ, ରୋହନ କୁଲେର, ସଂଜୀବନୀ ଭୂୟାଁ, ପୂର୍ବୀତା ପଟ୍ଟନାୟକ, ସ୍ପନ୍ଦନ ବେରା, ସିଦ୍ଧାର୍ଥ ଶଙ୍କର ଜେନା, ପ୍ରତାପ କୁମାର ପଟ୍ଟନାୟକ ସହ ଅନୁଷ୍ଠାନର ଅବିରତ ପ୍ରୟାସକୂ ରମେଶ ଚନ୍ଦ୍ର ପାତ୍ର ପ୍ରଶଂସା କରିଥିଲେ l ଜନସାଧାରଣ ଓ କଳାପ୍ରେମୀମାନେ ପ୍ରଦର୍ଶନୀକୂ ଉପଭୋଗ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭେଳା ଗ୍ରାମର ଷୋହଳ ପ୍ରହରୀ ନାମ ଯଜ୍ଞ ବାତିଲ

Sunil Chandra Nayak

ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

Sunil Chandra Nayak

ସାଇଭେଲି ୱାଲ୍ଡ ସ୍କୁଲର ୧୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!