ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମଜିକ ସଂଗଠନ ର  ସହାୟତାରେ ଦାଦନ ଶ୍ରମିକ ଙ୍କ ମୃତ ଦେହ ତେଲେଙ୍ଗାନା ରୁ ଗାଁ କୁ ପହଞ୍ଚିଲା

ସାମଜିକ ସଂଗଠନ ର  ସହାୟତାରେ ଦାଦନ ଶ୍ରମିକ ଙ୍କ ମୃତ ଦେହ ତେଲେଙ୍ଗାନା ରୁ ଗାଁ କୁ ପହଞ୍ଚିଲା

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁର ବିକାଶ ଚନ୍ଦ୍ର ଜାଲ ବୟସ -୨୮ ନିଜର ପେଟ ପୋଷଣ ପାଇଁ ନିଜର ପରିବାର କୁ ଧରି ତେଲେଙ୍ଗାନା ରାଜ୍ୟ ସ୍ଥିତ ରାମଗୁଣ୍ଡମ ସହରକୁ ଦାଦନ ଖଟି ଯାଇଥିବା ବେଳେ ବାଇକ ଦ୍ୱାରା ଦୁର୍ଘଟଣା ହେବାରୁ ତୁରନ୍ତ ହସ୍ପିଟାଲ କୁ ଲୋକେ ନେଇଥିବାରୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ରାତିସାରା ମୃତ ଦେହ ହସ୍ପିଟାଲ ରେ ଥିଲା ଓ ଗତକାଲି ଶବ କୁ ପଞ୍ଚନାମା ହେଲା ପରେ ମୃତ ଦେହ କୁ ନିଜ ଗାଁକୁ ଆଣିବାକୁ ପରିବାର ବର୍ଗ ଅସମର୍ଥ ଥିବାରୁ ଗ୍ରାମବାସି ସୋସିଆଲ ମିଡ଼ିଆ ମାଧ୍ୟମରେ ସହଯୋଗ ଲୋଡ଼ିଥିଲେ।

ଏ ନେଇ “ବିନ୍ଦୁମିନା ସେବା ଫାଉଣ୍ଡେସନ” ନିକଟରେ ଖବର ପହଂଚିଲା ପରେ ଶ୍ରୀ ଧର୍ମେନ୍ଦ୍ର ଜାଲ, ଶ୍ରୀ ଭକ୍ତରାମ,ଶ୍ରୀ ଡମ୍ବରୁଧର ଜାଲ ଭାଇ ମାନଙ୍କ ସହିତ ଫାଉଣ୍ଡେସନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ମୃତ ପରିବାର ବର୍ଗ ଙ୍କ ଆର୍ଥିକ ସ୍ଥିତି ବିଷୟରେ ଆଲୋଚନା କରି ତୁରନ୍ତ ଏକ ଫ୍ରିଜର ଆମ୍ବୁଲାନ୍ସ ଗାଡିର ବ୍ୟବସ୍ଥା କରି ଦେବାରୁ ଆଜି ମୃତ ଦେହ ଘୋଟିଆରେ ପହଞ୍ଚି ଶେଷ କାର୍ଯ୍ୟ ସମ୍ପନ୍ନ ହୋଇପାରିଛି।ଏତିକି ଛୋଟ ବୟସରେ ବି ଭଗବାନ ଏତେ କଷ୍ଟ ଦେବା ଉଚିତ ନୁହଁ ।

ତାଙ୍କର ସ୍ତ୍ରୀ ସହ ଏକ ଛୋଟ ପୁଅ ଥିବା ବେଳେ ଏବେ ପରିବାର ବେସାହାରା । ଏହି ସେବା ଫାଉଣ୍ଡେସନ ଅହରହ ଗରିବ ଲୋକଙ୍କ ସେବା କରୁଥିବାରୁ ଫାଉଣ୍ଡେସନକୁ ଅଞ୍ଚଳ ବାସୀ ବହୁତ ପ୍ରଶଂସା କରିଛନ୍ତି।

Related posts

କେସିଙ୍ଗାଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଓ ଆଇଆଇପିଏମ୍ କାଂସବାହାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ କାର୍ଯ୍ୟକ୍ରମ

masiha

ସେବାପ୍ରାଣ ଦମ୍ପତି ଗୋସେବକ ସ୍ଵର୍ଗତ ଗୁଣ୍ଡିଚା ବେହେରା ଓ ଧର୍ମପତ୍ନୀ ମଲ୍ଲୀ ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ 

masiha

Leave a Comment

error: Content is protected !!