ରାଇରଙ୍ଗପୁର ହାଇସ୍କୁଲର୮୪ତମ ସ୍ବନକ୍ଷତ୍ର ଦିବସ ପାଳିତ
ମୟୂରଭଞ୍ଜ ୯/୪- ରାଇରଙ୍ଗପୁର ହାଇସ୍କୁଲ ପୁରାତନ ଛାତ୍ର ସଂଘ ପକ୍ଷରୁ ବିଦ୍ୟାଳୟର ୮୪ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବ୍ଯାଚ୍ ର ବହୁ ପୁରାତନ ଛାତ୍ର, ପୁରାତନ ଏବଂ ବର୍ତ୍ତମାନ ର ଶିକ୍ଷକ /ଶିକ୍ଷୟିତ୍ରୀ ଛାତ୍ର ଓ ଅଭିବାବକ ଅଭିବାବିକା ମାନଙ୍କର ସମାଗମ ହୋଇଥିଲା।ପ୍ରାରମ୍ଭରେ ଜଗନ୍ନାଥ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରାରେ ସଭିଏଁ ବାହାରି ବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ପରେ ପରେ ଠାକୁର ପୂଜନ ଏବଂ ପର୍ପଟି ବୃକ୍ଷ ମୂଳେ ସମୂହ ପ୍ରାର୍ଥନା ଯୋଗ ଦେଇଥିଲେ । ଦିବା ୧୦ଘଟିକା ରେ ଆରମ୍ଭ ହୋଇଥିଲା ଉଦଘାଟନୀ ଉତ୍ସବ । ବାମନଘାଟୀ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ (ଆଇଏ ଏସ୍) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ପୁରାତନ ଛାତ୍ର ସଂଘ ର ସଭାପତି ଡ. ସ୍ଵୟମ୍ବର ସିଂହ, କୋଷାଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ ରଂଜନ ନାଏକ, ପୂର୍ବତନ ଶିକ୍ଷକ ପ୍ରଭାସ ଚନ୍ଦ୍ର ପଣ୍ଡା, ପୁରାତନ ଛାତ୍ର କିଟସ୍ ର ନିର୍ଦ୍ଦେଶକ ଡ. ସଞ୍ଜୟ ସୁଆର, ଅଧ୍ୟକ୍ଷ ଡ. ମୃତ୍ୟୁଞ୍ଜୟ ସୁଆର, ଡ. ସତ୍ୟପ୍ରିୟ ରଥ (ଆଇ ଏ ଏସ୍) ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରେ ପୁରାତନ ଶିକ୍ଷକ ଯତୀନ୍ଦ୍ର ମୋହନ ଶତପଥି, ପ୍ରଭାସ ପଣ୍ଡା, ସଚିକାନ୍ତ କର, ଦିଲ୍ଲୀପ କୁମାର ମହାନ୍ତି, ଦିଲ୍ଲୀପ ମହାନ୍ତ, ପରମାନନ୍ଦ ସିଂ, ମନ୍ମଥ କୁମାର ବେହେରା, ଦେବବ୍ରତ ଦାସ, ଦିଲ୍ଲୀପ ଷଡଙ୍ଗୀ, ରସାନନ୍ଦ ଶେଯପଡା, ଗୌରୀ ଶଙ୍କର ମହାନ୍ତ, ହେମନ୍ତ ମହାନ୍ତ ପ୍ରମୁଖ ଏବଂ ବର୍ତ୍ତମାନର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ମାନଙ୍କୁ ପୁରାତନ ଛାତ୍ର ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା।ଉଦ୍ଘାଟନୀ ଉତ୍ସବ ପରେ ଆରମ୍ଭ ହୋଇଥିଲା ସ୍ମୃତି ଅନୁଭୂତି ର କାର୍ଯ୍ୟକ୍ରମ। ଏଥିରେ ପୁରାତନ ଛାତ୍ର ଓ ଶିକ୍ଷକ ମାନେ ଅଂଶଗ୍ରହଣ କରି ଅତୀତର ସ୍ମୃତି ରୋମନ୍ଥନ କରିଥିଲେ। ମଧ୍ଯାହ୍ନ ଭୋଜନ ପରେ ଆରମ୍ଭ ହୋଇଥିଲା ରାଇରଙ୍ଗପୁର ହାଇସ୍କୁଲ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ କ୍ଯାରିୟର କାଉନସେଲିଂ କାର୍ଯ୍ୟକ୍ରମ। ବିଭିନ୍ନ ବିଭାଗରେ ପ୍ରତିଷ୍ଠା ଅର୍ଜନ କରିଥିବା ପୁରାତନ ଛାତ୍ର ଡ.ସଞ୍ଜୟ ସୁଆର, ଡ.ମୃତ୍ୟୁଞ୍ଜୟ ସୁଆର,ଡ. ନିର୍ମଳ ମହାକୁଡ(କିମସ୍) , ଡ. ସତ୍ୟପ୍ରିୟ ରଥ , ପ୍ରାଣୀ ବିଜ୍ଞାନୀ ଡ. ଆଶୁତୋଷ ସାହୁ ପ୍ରମୁଖ ମାର୍ଗଦର୍ଶନ କରିଥିଲେ। ସଂନ୍ଧ୍ଯା ରେ ଆୟାଜିତ ସାସ୍କୃତିକ କାର୍ଯ୍ୟକ୍ରମ ସଭାରେ ବରେଣ୍ୟ ଅତିଥି ଭାବେ ରାଇରଙ୍ଗପୁର ପୌରପରିଷଦର ଅଧ୍ଯକ୍ଷ ତଥା ପୁରାତନ ଛାତ୍ର ଅଭିଷେକ ପଟ୍ଟନାୟକ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଗୋକୁଳାନନ୍ଦ ସାହୁ, ପୁରାତନ ଛାତ୍ର ସଂଘ ସଭାପତି ସ୍ଵୟମ୍ବର ସିଂହ, ଉପସଭାପତି ରାମକୃଷ୍ଣ ମହାନ୍ତି, ପୁରାତନ ଶିକ୍ଷକ ମନ୍ମଥ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ରାଇରଙ୍ଗପୁର ହାଇସ୍କୁଲ, ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ (ଏସ୍ ଏସ୍ ଡି) ବା ଲିକା ଉଚ୍ଚ ବିଦ୍ୟାଳୟ, ଲିଟିଲ ଫ୍ଲାଓର ସ୍କୁଲ,. କେରଲା ପବ୍ଲିକ ସ୍କୁଲ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସ୍ପର୍ଶ ପବ୍ଲିକ୍ ସ୍କୁଲ୍, ସୁଧାକଲା ନୃତ୍ୟ ଅନୁଷ୍ଠାନ, ବାଦଡା ଛ୍ଉ ନୃତ୍ୟ ପ୍ରତିଷ୍ଠାନ ର ଶିଶୁ ପ୍ରତିଭା ଓ କଲାକାର ମାନେ ଚିତାକର୍ଷକ ନୃତ୍ଯ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଘର ବିଜୟ କୁମାର ରାମ, କାଳୀପ୍ରସନ୍ନ ମହାନ୍ତି, ରଂଜନ କୁମାର ନନ୍ଦ, ସୂର୍ଯ୍ୟକାନ୍ତ ଘଣା, ଦୀନେଶ ବେହେରା,ରିତେଶ ଆଠଘରିଆ, ଲଲୀତ କୁମାର ପାତ୍ର, ପ୍ରଭାସ ଦାସ, ସିଦ୍ଧାର୍ଥ ପାଲ୍ହ ତମ ତମ ଚାହାଣି କିଶୋର ରଜକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ବହୁ ପୁରାତନ ଛାତ୍ର ଓ ବିଦ୍ଯାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ମାନେ ସହଯୋଗ କରିଥିଲେ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

