ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ଉଦଘାଟିତ

୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ଉଦଘାଟିତ

୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ୨୦୨୪-୨୫ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମେଦିନୀପୁର ଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଜିଲ୍ଲା ମୁଖ୍ୟ କମିଶନର ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ, ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଜିଲ୍ଲା ସଭାପତି ଶାନ୍ତନୁ କୁମାର ବେହେରା, ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଜାତୀୟ ପ୍ରଶିକ୍ଷକ ତ୍ରିନାଥ ଠାକୁର, ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଜିଲ୍ଲା କେମ୍ପୋରୀ ଆବାହକ ଆଚାରୀ ଶବର, ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସମ୍ପାଦକ ରୂପସିଂହ ରାଉତ, ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସାଂଗଠାନିକ ସମ୍ପାଦକ ସୁଶୀଳ କୁମାର ବିଶ୍ଵାଳ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରିଥିଲେ। ଶିକ୍ଷକ ପ୍ରଭାତ କୁମାର ରଥ ଅତିଥି ପରିଚୟ ଓ ସଂଯୋଜନା କରିଥିବା ବେଳେ ଶିକ୍ଷକ ବିଷ୍ଣୁ ଚରଣ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ସନାତନ ସାହୁ, ଧୀରେନ୍ଦ୍ର ପଣ୍ଡା, ମନୋରଞ୍ଜନ ସାହୁ, ପ୍ରଦୀପ ନେଗୀ, ପ୍ରକାଶ ମିଶ୍ର, କମଳାକାନ୍ତ ରଣା, ରାଜୁ ସାହୁ, ଗୋରେଖ ଚନ୍ଦ୍ର ସାହୁ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ସାମ୍ବାଦିକଙ୍କୁ ପ୍ରତିଶ୍ରୁତି ଦେଇ କଥା ରଖିଲେ ଜିଲ୍ଲାପାଳ; ବହୁ ପ୍ରତିକ୍ଷିତ ରାଇରଙ୍ଗପୁର‌ସହରରେ ଲାଗିଲା ସିସି କେମେରା

masiha

ନାଲକୋ ଖଣି ଅଂଚଳର ଦୁଃଖ ଟାଙ୍ଗଣିପଦର ଗାଁ , ଅଙ୍ଗନବାଡ଼ି ଘରେ ଚାଲିଛି ପାଠ ପଢା ବିଜୁଳି ରାସ୍ତା ସାତ ସପନ

Sunil Chandra Nayak

ସନାତନ ଧର୍ମର ପୁନଃ ଉଦ୍ଧାର ପାଇଁ ଗୀତା ଗ୍ରନ୍ଥ ବଣ୍ଟନ 

masiha

Leave a Comment

error: Content is protected !!