ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ଏଲ ଏଫ ଫର ରେ ଇସି ମେମ୍ବର ମଞ୍ଜୁଲତା ବାରିକ କୁ ପଦରୁ ବହିଷ୍କାର ଦାବିରେ ପଞ୍ଚାୟତ ଅଫିସ ରେ ବୈଠକ

ବାଲିଆପାଳ12/05-( ମନିସ )ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜାମ୍ଭୀରାଇ ପଞ୍ଚାୟତ ମିଶନ ଶକ୍ତି ଆଞ୍ଚଳିକ ମଞ୍ଚ ଚାରି ରେ ଇସି ମେମ୍ବର ମଞ୍ଜୁଲତା ବାରିକ କୁ ପଦରୁ ବହିଷ୍କାର ପାଇଁ ପଞ୍ଚାୟତ ଅଫିସ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମିଶନ ଶକ୍ତି ର ଜିପିଏଲ ସଂଘର ମେମ୍ବର ଙ୍କ ସହିତ ଆଞ୍ଚଳିକ ମଞ୍ଚ ର ଇସି ମେମ୍ବର,ଚାରି ଶହରୁ ଅଧିକ ଏସ ଏଚ ଜି ଗ୍ରୁପ ମେମ୍ବର ଉପସ୍ଥିତି ରହି ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିବା ପରେ ମଞ୍ଜୁଲତା ବାରିକ କୁ ଇସି ପଦରୁ ବହିଷ୍କାର ପାଇଁ ବୈଠକ ରେ ଉପସ୍ଥିତି ଥିବା ମେମ୍ବର ମାନେ ନିଷ୍ପତି ନେଇଥିଲେ l ମଞ୍ଜୁଲତା ବାରିକ ମିଶନ ଶକ୍ତି ର କାର୍ଯ୍ୟ ସଇଳି ର ଉର୍ଦ୍ଧରେ ରହି କାର୍ଯ୍ୟ କରିବା, କୌଣସି କାର୍ଯ୍ୟ କୁ ସମୟ ଅନୁସାରେ ନ କରିବା, କୌଣସି ମେମ୍ବର କୁ ସୂଚନା ନଦେଇ ମନମୁଖି କାର୍ଯ୍ୟ କରିବା,ଅନ୍ୟ ମାନଙ୍କୁ ଦ୍ୱାରା ଫୋନ ଯୋଗେ ଧମକ ଦେବା,ସଂଘକୁ ଅପମାନିତ କରିବା ଅଭିଯୋଗରେ ଜାମ୍ଭୀରାଇ ପଞ୍ଚାୟତ 84 ଟି ଏସ ଏଚ ଜି ଗ୍ରୁପ ମେମ୍ବର ଓ ସମସ୍ତ ଇସି ମେମ୍ବର ମାନେ ମଞ୍ଜୁଲତା ବାରିକ କୁ ପଦରୁ ବହିଷ୍କାର ପାଇଁ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ ଦାବିପତ୍ର ଦେବେ ବୋଲି ନିଷ୍ପତି ନେଇଛନ୍ତି l କିଛି ଦିନ ପୂର୍ବରୁ ଜାମ୍ଭୀରାଇ ପଞ୍ଚାୟତ ମିଶନ ଶକ୍ତି ର ସଭାନେତ୍ରୀ ସ୍ନେହଲତା ବେହେରା ଙ୍କ ବିରୋଧରେ ଜିଲ୍ଲାପାଳ, ବିଡ଼ିଓ ଓ ସିଡିପିଓ ଙ୍କ ପାଖରେ ଅଭିଯୋଗ ହୋଇଥିଲା l କଣ ପାଇଁ ସଭାନେତ୍ରୀ ଙ୍କ ବିରୋଧରେ ମଞ୍ଜୁଲତା ବାରିକ ଙ୍କ ସହିତ ରାଧାରାଣୀ ବେହେରା, ମାମୁନି ସାହୁ, ଶ୍ରଦ୍ଧାଞ୍ଜଳି ବିଶ୍ୱାଳ, ନମିତା ଦାସ, ସିଂଧାରାଣୀ ପାତ୍ର, ସସ୍ମିତା ବିଶ୍ୱାଳ, ତିଳତମା ଘଣ୍ଟି ପ୍ରମୁଖ ଏ ବାବଦରେ ଦରଖାସ୍ତ ଦେଇଥିଲେ l ସଭାନେତ୍ରୀ ଶ୍ରୀମତୀ ବେହେରା ଙ୍କ କୌଣସି କଥା ବିଡ଼ିଓ ଶୁଣିନଥିଲେ ବୋଲି ସଭାନେତ୍ରୀ ଶ୍ରୀମତୀ ବେହେରା କହିଛନ୍ତି l ଯଦି ଏବିଷୟରେ ବିଡ଼ିଓ କୌଣସି ପଦକ୍ଷେପ ନନେବେ ତେବେ ଆଗାମୀ ଦିନରେ ବ୍ଲକ ଆଗରେ ମିଶନ ଶକ୍ତି ମହିଳା ମାନେ ଧାରଣା ରେ ବସିବେ ବୋଲି ଚେତାବନି ଦେଇଛନ୍ତି l

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଉଦ୍ୟୋଗୀ ମେଳାରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ସୁଯୋଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା 

masiha

ରାଜ୍ୟ ସରକାରଙ୍କ ୨୦୨୨ ସଂଶୋଧିତ ବେତନହାର ପ୍ରଦାନ କ୍ୟାବିନେଟ୍ ନିଷ୍ପତ୍ତି – ୪୮୮ ଶିକ୍ଷକ କର୍ମଚାରୀ ସଂଘର ସ୍ବାଗତ

Sunil Chandra Nayak

Leave a Comment

error: Content is protected !!