ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି ପ୍ରଭାବିତ ଅଞ୍ଚଳର ପରିବାର ମାସିକ ୩ ହଜାର ଟଙ୍କା ଭତ୍ତା ଦାବି, ଉତ୍କଳ ଆଲୁମିନା କର୍ମଚାରୀଙ୍କ ସହିତ ଆଲୋଚନ ସ୍ଥାଗିତ, ମାସକ ପାଇଁ ସମୟ ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ 

ଖଣି ପ୍ରଭାବିତ ଅଞ୍ଚଳର ପରିବାର ମାସିକ ୩ ହଜାର ଟଙ୍କା ଭତ୍ତା ଦାବି, ଉତ୍କଳ ଆଲୁମିନା କର୍ମଚାରୀଙ୍କ ସହିତ ଆଲୋଚନ ସ୍ଥାଗିତ, ମାସକ ପାଇଁ ସମୟ ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ 

ଥୁଆମୂଳ ରାମପୁର:୦୮/୭ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଉତ୍କଳ ଆଲୁମିନା କମ୍ପାନୀ ଦାୟିତ୍ୱବୋଧ (CSR) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବଫଲାମାଳି ବକ୍ସାଇଟ ଖଣି ଅଞ୍ଚଳ ପ୍ରଭାବିତ ଗ୍ରାମବାସୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଭାବିତ ଅଞ୍ଚଳର ବିକାଶ, ସ୍ଥାନୀୟଙ୍କ ନିଯୁକ୍ତି, ପରିବାର ପ୍ରତିପୋଷଣ ଭତ୍ତା ଦାବି ସମେତ ବିଭିନ୍ନ ବିଭିନ୍ନ ଉନ୍ନୟନ ଉପରେ ଅଞ୍ଚଳର ଗ୍ରାମବାସୀ କମ୍ପାନୀ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରିଥିଲେ। ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି ଯେ, ବଫଲାମାଳି ବକ୍ସାଇଟ ଖଣି ଖନନରେ ପ୍ରଭାବିତ ଅଞ୍ଚଳ ଅଡ୍ରୀ, ମାଳିଗାଁ ଓ ଗୋପୀନାଥପୁର ପଞ୍ଚାୟତ ବିଶେଷ କରି ପ୍ରଭାବିତ ଅଞ୍ଚଳ ହୋଇଛି। କମ୍ପାନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ସେଥିରେ ଅଞ୍ଚଳବାସୀ ସନ୍ତୋଷ ନୁହଁନ୍ତି ବୋଲି କହିଥିଲେ। କିନ୍ତୁ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ପ୍ରଭାବିତ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ ଅଧିକ ଓ ସେହି ଅଞ୍ଚଳର ପରିବାର ପ୍ରତି ଅଧିକ ଭତ୍ତା ପ୍ରଦାନ କରାଯାଉଛି, ହେଲେ ଥୁଆମୂଳ ରାମପୁରର ପ୍ରଭାବିତ ତିନୋଟି ପଞ୍ଚାୟତ ପ୍ରତି କମ୍ପାନୀ ପକ୍ଷରୁ ଅଣଦେଖା କରାଯାଇଛି ବୋଲି ବୈଠକରେ ଅଭିଯୋଗ କରିଥିଲେ ଅଞ୍ଚଳବାସୀ। ଖଣି ଖନନରେ ପ୍ରଭାବିତ ଜୀବନ ବଞ୍ଚିବା ବଦଳର ଲୋକମାନଙ୍କ ଜୀବନ ଜୀବିକା ସଙ୍କଟରେ ଦେଇ ଗତିକରୁଛି। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ପ୍ରଭାବିତ ଅଞ୍ଚଳର ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ପରିବାରଙ୍କୁ ଜୀବିକା ନିର୍ବାହ ନିମିତ୍ତ ସହାୟତା ରାଶି ସ୍ୱରୂପ ମାସିକ ୩ ହଜାର ଟଙ୍କା ଭତ୍ତା ହିସାବରେ ପ୍ରଦାନ କରିବା ପାଇଁ ସର୍ବସମ୍ମତିକ୍ରମେ ଦାବି ଉପସ୍ଥାପନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରଭାତ କୁମାର ବିଶ୍ୱାଳଙ୍କ ଉପସ୍ଥିତିରେ ଦାବି ଗୁଡ଼ିକ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରଦାନ କରାଯାଇଥିଲା। ତେବେ କମ୍ପାନୀ ପକ୍ଷରୁ ଏହି ଦାବି ଗୁଡ଼ିକୁ ବିଚାର କରିବା ପାଇଁ କିଛି ସମୟ ମାଗିଥିଲେ। ମାତ୍ର ସଭାରେ ଉପସ୍ଥିତ ଲୋକମାନେ କମ୍ପାନୀ ପକ୍ଷରୁ ତୁରନ୍ତ ସ୍ପଷ୍ଟ ଭାବରେ ଏହାର ଘୋଷଣା କରିବାକୁ ଦାବି ରଖିଥିଲେ। ଏଭଳି ଦୀର୍ଘ ସମୟ ଆଲୋଚନା ହୋଇଥିବା ସତ୍ବେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିନଥିଲେ। ଏହି କାରଣରୁ ପ୍ରଭାବିତ ଅଞ୍ଚଳର ପ୍ରତିନିଧି ମାନେ ସ୍ପଷ୍ଟ ଭାବରେ ପ୍ରକାଶ କହିଥିଲେ ଯେ, ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ବଫଲାମାଳି ଖଣି ଖନନ ବିରୋଧରେ ଗଣ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଥିବା ବେଳେ କମ୍ପାନୀ ପକ୍ଷରୁ ମାସକ ପାଇଁ ସମୟ ନେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ତପନ କୁମାର ପତୀଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ କମ୍ପାନୀର ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ସଭାର ସୁରକ୍ଷା ଦୃଷ୍ଟିରେ ଥାନା ଅଧିକାରୀ କୈବଲ୍ଯ ସେଠଙ୍କ ନିର୍ଦ୍ଦେଶରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ଆଲୋଚନା ସଭାରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ନିଜ ଦାବି ଉପସ୍ଥାପନ କରିଥିଲେ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନର୍ଲାରେ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଠିକାଦାର ଓ ଅଧିକାରୀ ମଧୁଚନ୍ଦ୍ରିକା , ଜାତୀୟ ରାଜପଥ ଖାଲଖମା ନିମ୍ନମାନର ପିଚୁକାମ

Sunil Chandra Nayak

ବିଶୋଇ – ୫୦ ନମ୍ବର ରାଜ୍ୟ ରାଜପଥ କୁନ୍ଦୁଳିଆରେ ନବ ନିର୍ମିତ ପୋଲ ଏବଂ ପାର୍ଶ୍ବ ରାସ୍ତା ନିମ୍ନମାନର ନେଇ ଗ୍ରାମବାସୀଙ୍କ ଅଭିଯୋଗ

Leave a Comment

error: Content is protected !!