ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପ୍ରଶାସନ କରିବ – ଜିଲ୍ଲାପାଳ, ନୂଆପଡା 

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପ୍ରଶାସନ କରିବ – ଜିଲ୍ଲାପାଳ, ନୂଆପଡା 

ନୂଆପଡା ,ନୂଆପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ, ଏସ ପି ଓ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଆସିଥିବା ଅଭିଯୋଗ ସବୁର ସମାଧାନ କରିଥିଲେ। ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ସାମିୟାନା,ବସିବା ଯାଗା ଓ ପିଇବା ପାଣି ସୁବିଧା କରାଯାଇଥିଲା l ଆଜିର ମୋଟ ୯୦ ଗୋଟି ଅଭିଯୋଗ ମଧ୍ୟରୁ ୭୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୮ ଗୋଟି ଗୋଷ୍ଠୀଗତ ଅଭିଯୋଗ ଶୁଣାଣି ପ୍ରଶାସନ କରିଛନ୍ତି। ଏହିସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ସହିତ, ବାନାଞ୍ଚଳ ଅଧିକାରୀ ଅଜିଜ ଖାନ,ଅତିରିକ୍ତ ଜିଲାପାଳ ସୁବାଷ ଚନ୍ଦ୍ର ରଇତା , ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସିଡିଏମଓ  ଡ଼ଃ ଧରଣୀଧର ସେନାପତି, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ବରୀ ସାହୁ, ବିଡ଼ିଓ ଶରତ ଭୋଇ , ତହସିଲଦାର ନୂଆପଡା ଶୁଣାଣି ରେ ଭାଗ ନେଇଥିଲେ l ଜିଲ୍ଳା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ସଂଗୀତା ପାତ୍ର, ଜିଲ୍ଳା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଳା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ, ଜିଲ୍ଳା ପ୍ଳାନିଙ୍ଗ ଅଧିକାରୀ ଅଙ୍କିତ ମହାକୁର, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଇଞ୍ଜିନିୟର, ଲାଇନ ବିଭାଗ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ସଭାରେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ ବୃଦ୍ଧ ଶୁବେ ଶବରଙ୍କୁ ଚିକିତ୍ସା ସହାୟତା ପାଇଁ ପାଞ୍ଚ ହଜାର ଟଙ୍କା ର ଚେକ ଜିଲ୍ଲାପାଳ ପ୍ରଦାନ କରିଥିଲେ l ଏହି ଅବସରରେ ଜିଲ୍ଲାପାଳ ପ୍ରକାଶ କରିଥିଲେଯେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଜିଲ୍ଲାର ୪୩୩ ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଂକୁ ତିନି କୋଟି ଛତିଶ ଲକ୍ଷ ଛଅ ହଜାର ଟଙ୍କାର ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯିବ l ଏଥି ମଧ୍ୟରୁ କେତେ ଜଣଙ୍କୁ ଜିଲ୍ଲାପାଳ ଓ ଏସପି ଟୋକେନ ଚେକ ପ୍ରଦାନ କରିଥିଲେ lଭବିଷ୍ୟତରେ ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟା କୁ ଆହୁରି ଲୋକାଭିମୁଖୀ କରି ସମସ୍ୟା ର ଆଶୁ ସମାଧାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମହାରାଜା ଶ୍ରୀରାମଚନ୍ଦ୍ର ଜ୍ଯୋତିରଥକୁ ରାଇରଙ୍ଗପୁରରେ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

କଲଭେଟ ସେଣ୍ଟିଙ୍ଗ ଭୁଶୁଡି ମୃତକଙ୍କ ପରିବାରକୁ ସହାୟତ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କଲେ ଜିଲାପାଳ ଓ ଆଇନ ମନ୍ତ୍ରୀ

Sunil Chandra Nayak

ସିରିଡ଼ି ସାଇ ଟ୍ରଷ୍ଟ ତରଫରୁ ଖିଜୁରିଆ ଗ୍ରାମରେ ବୃକ୍ଷରୋପଣ ,ରାସ୍ତା ସଫେଇ ପରିସରରେ ବୃକ୍ଷ ରୋପଣ,ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!