ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ : ଦୁଇ ଗିରଫ

ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ : ଦୁଇ ଗିରଫ

କନ୍ଧମାଳ,୦୨/୦୯: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା।ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ୱାଇଁ ଙ୍କ ନେତୃତ୍ବରେ ସୋମବାର ପାଟ୍ରୋଲିଂ କରାଯାଉଥିବା ବେଳେ ଗୋଇବନ୍ଧା ଛକ ଠାରେ ଏକ ବାଇକ ନଂ.ଓଡି-୦୩-ୱାଇ- ୪୪୬୪ ଯୋଗେ ଗଞ୍ଜେଇ ଚାଲଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ମାଡି ବସିଥିଲା l ଉକ୍ତ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ବରଗଡ ଜିଲ୍ଲା ଖଇରାପାଲି ଅଞ୍ଚଳର ସୁଶୀଲ କୁମ୍ଭାର ଓ ବଲାଙ୍ଗୀର ଜିଲ୍ଲା ମୋହନାବନ୍ଧ ଅଞ୍ଚଳର ବାଳକୃଷ୍ଣ ଦାସ ଉଭୟଙ୍କ ପାଖରୁ ୧୦ କିଲୋ ୧୫୦ ଗ୍ରାମ ଗଂଜେଇ ସହ ନଗଦ ୨୫୦୦ ଟଙ୍କା ଓ ଦୁଇ ମୋବାଇଲ ଜବତ କରାଯାଇ ସେମାନଙ୍କ ନାମରେ କେଶ ନଂ.୨୦୧/୨୪ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ସୋର ଓ ଖଇରା ଅଞ୍ଚଳରେ ଚଢାଉ

Sunil Chandra Nayak

ବ୍ୟବସାୟୀ ଙ୍କୁ ଦାଦା ବଟି ମାଗିବା ମହଙ୍ଗା ପଡିଲା ମାନବାଧିକାର କର୍ମୀ ଙ୍କୁ ,ଥାନା ରେ ମାମଲା ରୁଜୁ କଲେ ବରିଷ୍ଠ ନାଗରିକ 

masiha

ଯୁବତୀର ବେକରେ ଓଢଣୀ ଦେଇ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

masiha

Leave a Comment

error: Content is protected !!