ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଲାବଣ୍ୟ ମାଝୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଚନ୍ଦାହାଣ୍ଡି -(ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଜୁନାପାଣି ମୁସ୍ତଫା ଅଲ୍ଲୀ ଷ୍ଟାଡିୟମ ଠାରେ ଲାବଣ୍ୟ ମାଝୀ ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ଲାବଣ୍ୟ ମାଝୀ ସ୍ମାରକୀ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଆଜିର ଫାଇନାଲ ମ୍ୟାଚରେ ଚନ୍ଦାହାଣ୍ଡି ଦଳକୁ ଭେଟିଥିଲା ଦଣ୍ଡାମୁଣ୍ଡା ଦଳ l 10 ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ଦଣ୍ଡାମୁଣ୍ଡା ଦଳ ପ୍ରଥମେ ବ୍ୟାଟିଙ୍ଗ କରି 114 ରନ ସଂଗ୍ରହ କରି 115 ରନର ବିଶାଳ ଲକ୍ଷ୍ୟ ପ୍ରତି ପକ୍ଷ ଦଳକୁ ଦେଇଥଲା l ବିଜୟ ଲକ୍ଷ୍ୟ ପିଛା କରିବାକୁ ପଡିଆକୁ ଓଲ୍ଲାଇଥିବା ଚନ୍ଦାହାଣ୍ଡି ଦଳ 9 ଓଭର 4ବଲ ଏବଂ ଯୁଗଳ ଙ୍କ ବ୍ୟକ୍ତିଗତ 74 ରନର ଧୂଆଁଧାର ବ୍ୟାଟିଙ୍ଗରେ ଚନ୍ଦାହାଣ୍ଡି ଦଳ ବିଜୟ ଚମ୍ପିୟାନ ହୋଇଥିଲା l ଗୌରୀଶଙ୍କର ଡଙ୍ଗରିଙ୍କ ସଭାପତିତ୍ୱରେ ଆୟୋଜନ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇ ସ୍ବର୍ଗତ ଲାବଣ୍ୟ ମାଝୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ l ବାସୁଦେବ ଗୌଡ଼ ମୁଖ୍ୟବକ୍ତା,ବଳରାମ ପଟ୍ଟନାୟକ, ସରପଞ୍ଚ ଗଙ୍ଗେଶ୍ଵରୀ ପୂଜାରୀ,ସମିତି ସଭ୍ୟ ପୌରସ ମାଝୀ,ପ୍ରଶାନ୍ତ ପାରି,ହର ପୂଜାରୀ,ମୁରାଦ ଅଲ୍ଲୀ,ପୁରୁଷୋତ୍ତମ ବାଘ,ପାର୍ବତୀ ଧୁରୁଆ,ଲିଙ୍ଗରାଜ ମାଝୀ,ଚନ୍ଦ୍ରଧ୍ଵଜ ଡ଼ଙ୍ଗରି,ବିରେନ ମାଝୀ,ପବିତ୍ର ଡ଼ଙ୍ଗରି,ଭୀମସେନ ଡ଼ଙ୍ଗରି,କରୁଣାକର ମାଝୀ,ଭୈରବ ମାଝୀ,ଭୋଳାନାଥ ମାଝୀ,ଅଜୟ ମାଝୀ,ତ୍ରିନାଥ ସିଙ୍ଗଲପୁରିଆ,ଗଦବ ମାଝୀ,ଟିକ ହାତୀ,ଜଳଧର ସିହ୍ନl,ଡମ୍ବରୁ ଚୌହାନ ପ୍ରମୁଖ ଯୋଗ ଦେଇଥିଲେ l ଚମ୍ପିୟାନ ଚନ୍ଦାହାଣ୍ଡି ଦଳକୁ 10ହଜାର ଟଙ୍କା ସହ ଟ୍ରଫି ଏବଂ ରନରଅପ ଦଣ୍ଡାମୁଣ୍ଡା ଦଳକୁ 7ହଜାର ଟଙ୍କା ସହ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ l ଫାଇନାଲ ମ୍ୟାଚରେ ସର୍ବାଧିକ 74 ରନ କରିଥିବା ଚନ୍ଦାହାଣ୍ଡି ଦଳର ଯୁଗଳ ବଗ୍ନୀକୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବେ 500 ସହ ଟ୍ରଫି ପ୍ରଦାନ କରିଥିଲେ l ଶୃଙ୍ଖଳିତ ଦଳ ଭାବେ ଫଟକି ଦଳକୁ ପୁରସ୍କୃତ କରାଯାଇଛି l ଆଜିର ମ୍ୟାଚରେ ରଞ୍ଜନ ମାଝୀ ଓ ଡିଟୁ ମାଝୀ ଅମ୍ପାୟର ଦାୟିତ୍ୱ,ଭାଷ୍ୟକାର ସଂଗ୍ରାମକେଶରୀ ସାହୁ,ସ୍କୋରର ସାମନ୍ତ ପୂଜାରୀ,ଦେବେନ୍ଦ୍ର ମାଝୀ,ଅନଲାଇନ ସ୍କୋରର ସୁରେଶ ଡ଼ଙ୍ଗରି,ସଞ୍ଜୟ ମାଝୀ ଦାୟିତ୍ୱ ତୁଲାଇଥିଲେ l ଅର୍ଜୁନ,କୌରବ,ଆକାଶ,ମିଣ୍ଟୁ,କୃଷ୍ଣ,ଭବିନ୍ଦ୍ର,ଗଗନ,ସୁଶାନ୍ତ,ରଞ୍ଜନ,ଉମେଶ,ଗୁଡୁ,କୁଞ୍ଜ,ନେପାଳ,ବିମଲ,କୃପା,ଯତୀନ,ମଣ୍ଟୁ,ନବୀନ,ତ୍ରିଲୋଚନ,ଚିତ୍ର,ଗୋବିନ୍ଦଙ୍କ ସମେତ ଲାବଣ୍ୟ ମାଝୀ ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

୨ୟ ନବରଙ୍ଗ ସିଂ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଗୋଡଧୁଆପଦର ଚମ୍ପିୟାନ   

Sunil Chandra Nayak

କୋଟଗରା ରୟାଲ ବଏଜ କ୍ରିକେଟ କ୍ଲବ୍ ପକ୍ଷରୁ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

Sunil Chandra Nayak

ନବରଙ୍ଗପୁର ପୋଲିସ ପ୍ରିମିୟର କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!