ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କର୍ଲାପଡା କ୍ରିକେଟ ଟୁର୍ନାମେଣ୍ଟରେ ଡଙ୍ଗରିଗୁଡା ବିଜୟୀ

କର୍ଲାପଡା : ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା ଠାରେ ଏକ ସ୍ୱତନ୍ତ୍ର ରାତ୍ରୀ କାଳୀନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ହୋଇଥିଲା। ଏହି ଟୁର୍ନାମେଣ୍ଟରେ ଡଙ୍ଗରିଗୁଡା ଓ ହଲଦିଗଡ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଡ଼ଙ୍ଗରିଗୁଡା ବିଜୟୀ ହୋଇଥିଲା । ଏହି ମ୍ୟାଚ୍ ରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଦୟାନିଧି ନାଏକ ଜିଲ୍ଲା ପରିଷଦ ସଦସ୍ୟ,ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ଅଞ୍ଜନ କୁମାର ବାଗ ଓ ନବ ୟୁଗା ସିଡସ ର ମାର୍କେଟଟିଂ ଅଫିସର ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପ୍ରଧାନ ଯୋଗ ଦେଇ ଥିଲେ।ଖେଳର ବିବରଣୀ ଦେଇଥିଲେ ଶ୍ରୀଯୁକ୍ତ ରାଜୀବ ଲୋଚନ ଯୁଆଡ୍,ପ୍ରିତମ ପ୍ରଧାନ ଓ କିଶୋର ଯୁଆଡ।ଖେଳକୁ ସୂଚାରୁ ରୂପେ ଖେଳାଉଥିଲେ ଶ୍ରୀଯୁକ୍ତ ସୁନିଲ ପ୍ରଧାନ ଓ ସିପୁନ ପ୍ରଧାନ ତଥା କର୍ଲାପଡ଼ା ର ବିଶିଷ୍ଟ କ୍ରିକେଟ ଖେଳାଳୀ  ଶ୍ରୀଯୁକ୍ତ ବସିଷ୍ଟ ପ୍ରଧାନ ଖେଳ ତଦାରଖ କରିଥିଲେ ଏବଂ କର୍ଲାପଡା ର ବିରାଜ,ଅରୂପ,ସିଦ୍ଧାର୍ଥ,ବାପୁନ୍,ବିକି,ବାବ୍ଲୁ ତଥା କର୍ଲାପଡା ର ଅନ୍ୟାନ୍ୟ ଭଦ୍ର ବ୍ୟକ୍ତିଙ୍କର ସହଯୋଗ ରେ ଖେଳ ସମାପନ ହୋଇଥିଲା।

କର୍ଲା ପଡ଼ା ରୁ ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଆନ୍ତ କ୍ଳବ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ୨୦୨୫ ଏପ୍ରିଲ ୨ ତାରିଖରୁ

masiha

କ୍ରିକେଟ ପ୍ରତିଯୋଗୀତା : ଗୁରୁନାନକ ପବ୍ଲିକ ସ୍କୁଲ ଏବଂ ସେଣ୍ଟ୍ ଆରନୋଲଡସ୍ ସ୍କୁଲ ବିଜୟୀ

Sunil Chandra Nayak

Leave a Comment

error: Content is protected !!