ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କଳାହାଣ୍ଡି କପ ପାଇଁ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

ନବରଙ୍ଗପୁର: (ମସିହା) କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତଃ ଜିଲ୍ଲା ଏକ ଦିବସୀୟ କଳାହାଣ୍ଡି କପ କ୍ରିକେଟ ଟୁର୍ଣାମେଣ୍ଟ ନିମନ୍ତେ କ୍ରିକେଟ ଦଳର ଚୟନ ହୋଇଯାଇଛି। ଜିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ ଏବଂ ସହ ସମ୍ପାଦକ ଏମ. ବାଳକୃଷ୍ଣ ରାଓ, ଅଂଶୁମାନ ତ୍ରିପାଠୀ ଙ୍କ ନେତୃତ୍ୱରେ ଏକ ଅଠର ଜଣିଆ ଦଳ ଘୋଷଣା କରିଛନ୍ତି। ସେମାନେ ହେଲେ ନବରଙ୍ଗପୁର ବ୍ଲକ ଅଞ୍ଚଳରୁ ସେକ ରିଆଜ, ମିର୍ଜା ତାନବିର ବେଗ,ଦିଲୀପ ବିଷୋୟୀ, ଅମିତ କୁମାର ଦାସ, ଦିବ୍ୟାନ୍ସୁ ରଞ୍ଜନ ନାୟକ, ଏନ.ବିଜୟ, ସୁଧାଂଶୁ ଶେଖର ନାୟକ ଏବଂ ଜି. ଦେବ କୁମାର ରେଡି, ପାପଡାହାଣ୍ଡି ବ୍ଲକ ରୁ ଜି. ଆରୟାନ, ଡାବୁଗାଁ ବ୍ଲକ ରୁ ଆକାଶ କାଶ୍ୟପ, ତେନ୍ତୁଳିଖୁଣ୍ଟି ବ୍ଲକ ରୁ ଦୁଷ୍ମନ୍ତ ବିଷୋୟୀ,ରାଇଘର ବ୍ଲକ ରୁ ସୁକେଶ ହୀରା ଏବଂ ଦିନେଶ ଶ୍ରୀବାସ୍ତଵ, ଉମରକୋଟ ବ୍ଲକ ରୁ ଦିଗମ୍ବର ପୂଜାରୀ ଏବଂ ସୌରଭ ଅଧିକାରୀ । ସୂଚନା ଯୋଗ୍ୟ ଯେ ଉକ୍ତ ପ୍ରତିଯୋଗିତା ରେ ବ୍ଲୁ ଦଳରେ ସ୍ଥାନ ପାଇଥିବା ନବରଙ୍ଗପୁର ଦଳ, ଅନୁଗୁଳ, ବରଗଡ଼, କିଟ, ବୌଦ୍ଧ ଏବଂ ସମ୍ବଲପୁର ଦଳ ସହ ମ୍ୟାଚ ଖେଳିବ। ଆସନ୍ତା ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ଦଳ କଟକ ଗସ୍ତ କରିବ ଏବଂ ଦଳ ସହ କୋଚ ଅଶୋକ ନାୟକ ଏବଂ ମ୍ୟାନେଜର ଭାବେ ଶଶାଙ୍କ ଶେଖର ବେହେରା ଗସ୍ତ କରିବେ ବୋଲି କ୍ରିକେଟ ସଙ୍ଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଅଲ ଇଣ୍ଡିଆ INTAR ବିଶ୍ୱବିଦ୍ୟାଳୟ କିକ୍ ବକ୍ସିଂ ରେ ମିସ୍ ରୋଶନି ବେଗମ୍ ଙ୍କ ବ୍ରୋଞ୍ଜ୍  ପଦକ ହାସିଲ

Sunil Chandra Nayak

ପ୍ରଥମ ପ୍ରଶାନ୍ତ ସିଂହ ସ୍ମାରକୀ ୧୪ ବର୍ଷ ରୁ କମ୍ ଗ୍ରାସରୁଟ ଚମ୍ପିୟାନ ଫୁଟବଲ ପ୍ରତିଯୋଗିତା

Sunil Chandra Nayak

ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!