ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ତେନ୍ତୁଳିଖୁଣ୍ଟି ୧୧/୦୩/୨୩ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ର ବାର୍ଷିକ ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀ କୃଷ୍ଣ ଦାସ ଙ୍କ ସଭାପତିତ୍ତ୍ୱ ରେ ବୈଠକ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ବ୍ରାହ୍ମଣ ସମାଜ ସଭାପତି ସୁରେଶ ଚନ୍ଦ୍ର ତ୍ରିପାଠୀ ସମ୍ନାନିତ ଅତିଥି ଭାବେ ଜିଲ୍ଲା ବ୍ରାହ୍ମଣ ସମାଜ ସମ୍ପାଦକ ଗଣେଶ୍ୱର ଦାଶ ଓ କାର୍ଯ୍ୟକାରିଣୀ ସଭ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ପ୍ରମୋଦ ଦାସ ଯୋଗ ଦେଇଥିଲେ । ପ୍ରଦୀପ ପ୍ରଜ୍ଵଳନ ସହ ସଭା ଆରମ୍ଭ ହୋଇଥିଲା। ମଞ୍ଚ ରେ ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ସଧାରଣ ସମ୍ପାଦକ ରମଣୀ ରଞ୍ଜନ ତ୍ରିପାଠୀ ,ସନ୍ତୋଷ କୁମାର ଚୌଧୁରୀ ,ଶ୍ରୀକୃଷ୍ଣ ଦାସ ପ୍ରମୁଖ ଆସୀନ ଥିଲେ। ବୈଠକ ରେ ସାଧାରଣ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ। ଝରିଗୁମ୍ମା ,ଦିଗି ,ଲମତଗୁଡା ଫଟାଗୁଡା, ସଲପା,ତେନ୍ତୁଳିଖୁଣ୍ଟି ଆଦି ଗ୍ରାମରୁ ଆସିଥିବା ସଦସ୍ୟ ମାନେ ସମାଜ କୁ ଆହୁରି କ୍ରିୟାଶୀଳ କରିବା ପାଇଁ କଣ କରିବାକୁ ହେବ ପ୍ରସ୍ତାବ ଦେବା ସହ ସଙ୍ଗଠନ ର ଭୂଲ ତ୍ରୁଟି ଉପସ୍ଥାନ କରି ସୁଧାରିବା ର ଉପାୟ ନେଇ ମତ ରଖିଥିଲେ। ଆଜି ଶ୍ରୀ କୃଷ୍ଣ ଦାଶ ତାଙ୍କ ବାସସ୍ଥାନ ଏହି ଅଞ୍ଚଳ ରୁ ବଦଳ କରୁଥିବା ରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ମୁଖ୍ୟଅତିଥି ଓ ସମ୍ମାନିତ ଆତିଥି ଉପଢୌକନ ଓ ଉତ୍ତରୀୟ ଦେଇ କରିଥିଲେ। ଆଜି ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା।। ସଭାପତି ଭାବେ ସନ୍ତୋଷ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ଭାବେ ପ୍ରମୋଦ ଦାଶ, ଉପସଭାପତି ଭାବେ ଗୋପୀ ନାଥ ମହାନ୍ତି, ବସନ୍ତ ପାଣିଗ୍ରାହୀ ,ଓ ଶ୍ରୀନିବାସ ମିଶ୍ର ଓ ସାଧାରଣ ସମ୍ପାଦକ ଭାବେ ରମଣୀ ରଞ୍ଜନ ତ୍ରିପାଠୀ ସଂଗଠନ ସମ୍ପାଦକ ଭାବେ ଗୋବର୍ଦ୍ଧନ ସାହୁ ଙ୍କୁ ଚୟନ କରାଯାଇଛି। ସହ ସମ୍ପାଦକ ଭାବେ କୁଞ୍ଜ ବିହାରୀ ପଣ୍ଡା ଓ ଉପଦେଷ୍ଟା ମଣ୍ଡଳୀ ରେ ରମାକାନ୍ତ ତ୍ରିପାଠୀ, ସୁବ୍ରତ ଚୌଧୁରୀ , କୁଳମଣି ମିଶ୍ର ,ଓ ହରିହର ମିଶ୍ର ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ସମସ୍ତ ବ୍ରାହ୍ମଣ ଗ୍ରାମରୁ ଜଣେ ଲେଖାଏଁ କାର୍ଯ୍ୟକାରୀ ଜମିଟି ର ସଭ୍ୟ ଭାବେ ମନୋନୀତ ହୋଇଥିଲେ। ପ୍ରତ୍ୟେକ ମାସ ର ଦ୍ଵିତୀୟ ଶନିବାର ଦିନ ବ୍ରାହ୍ମଣ ସମାଜ ର କାର୍ଯ୍ୟକାରିଣୀ କମିଟି ର ବୈଠକ ଇ ଦୁଇ ମାସ କୁ ଥରେ ସାଧାରଣ ପରିଷଦ ବୈଠକ କରି ବାକୁ ନିଷ୍ପତ୍ତି ହୋଇଛି। ଶାନ୍ତିପାଠ ସହ ବୈଠକ ଶେଷ କରାଯାଇଥିଲା।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ: ପୁରପଲ୍ଲୀ ଉତ୍ସବ ମୁଖର

masiha

ଚେମ୍ବର ଅଫ କମର୍ସ,ଧର୍ମଗଡ ଆନୁକୁଲ୍ୟରେ ନବ ନିର୍ବାଚିତ ମାଟିର ସନ୍ତାନ ଧର୍ମଗଡ ବିଧାୟକ ଶ୍ରୀ ପଟ୍ଟଯୋଷୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ଅଯୋଧ୍ୟା ରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: କର ସେବକ ବଖାଣିଲେ ନିଜ ଅନୁଭୂତି

masiha

Leave a Comment

error: Content is protected !!