ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦର “ଫଗୁରେ ଫଗୁଣ” ସାଂସ୍କୃତିକ କାର୍ଯ୍ୟକ୍ରମ !

ତିର୍ତ୍ତୋଲ :-ଆମ ଗାଁ ଆମ ସଂସ୍କୃତିର ସ୍ଥିତିକୁ ବଜାୟ ରଖିବା ତଥା ଲୋକ କଳା ,ଲୋକ ସଂସ୍କୃତିକୁ ପୁନଃ ଉଦ୍ଜୀବିତ କରିବାର ଲକ୍ଷ୍ୟ ନେଇ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ଗତ ଗୁରୁବାର ସନ୍ଧ୍ୟା ସମୟରେ ଦଶମାଣକୂଳ ଗ୍ରାମ ପଡ଼ିଆରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଆୟୋଜିତ କାଠି,ଲଉଡି କଳାକାର ମାନଙ୍କୁ ନେଇ ପାଳନ କରିଥିଲା ଏକ ଭବ୍ୟ ଉତ୍ସବ ।ଏହି ଉତ୍ସବକୁ ସରସ ସୁନ୍ଦର କରିବାପାଇଁ କଳା ସାହିତ୍ୟ ସଂସଦର ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କ ଦ୍ଵାରା ଏକ ସଭା କାର୍ଯ୍ୟ କରାଯାଇଥିଲା । ଏହି ସଭାର ଅଧ୍ୟକ୍ଷତା କରିଥିଲେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଶିକ୍ଷାବିତ୍ ବସନ୍ତ ମଞ୍ଜରୀ ଦାସ୍ । ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଥିଲେ କୁଜଙ୍ଗ ତହସିଲଦାର ଶ୍ରୀମତୀ ପ୍ରୀତିପର୍ଣ୍ଣ। ମିଶ୍ର ।ସମ୍ମାନୀତ ଅତିଥି ଭାବରେ ରଜନୀଦେବୀ ଜରାଶ୍ରମ ଅଧ୍ୟକ୍ଷା ଆଇନଜୀବୀ ମଞ୍ଜୁଲତା ରାଉତ, ଓ ମା ସାରଳା ଫାଉଣ୍ଡେସନ ସମ୍ପାଦିକା ଶ୍ରୀମତୀ ସୋନାଲି ମହାନ୍ତି ! କଳା ,ସଂସ୍କୃତି ହିଁ ସମାଜର ପରିବର୍ତ୍ତନରେ ନିର୍ଣ୍ଣାୟକ ଭୂମିକା ବହନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ବାବା ବଟିଆ କାଠି ଲଉଡି, ଦଶମାଣକୂଳ,ବାବା ନିରଞ୍ଜନ ଗୋସ୍ୱାମୀ କାଠି ଲଉଡି ଚୌଧୁରୀ କୁଦ,ବନ୍ଧନ ଗୋଠ କାଠି ଲଉଡି ତାଳପଡ଼ା,ଶ୍ରୀ ଶ୍ରୀ ମା ଚାଳିଶି କାଠି ଲଉଡ଼ିର କଳାକାର ମାନଙ୍କୁ, ଉପସ୍ଥିତ ଅତିଥି ମାନେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ଋତୁପର୍ଣ୍ଣା ଛାତ୍ରୀ ଗଣ ଏହି କାର୍ଯ୍ୟ କ୍ରମରେ ସହାୟତା ପ୍ରଦାନ କରିଥିବାବେଳେ ଗ୍ରାମବାସୀ ଗଣ କରତାଳି ଓ ହୁଳହୁଳି ଦେଇ କଳାକାର ମାନଙ୍କୁ କରିଥିଲେ ।ପରିଶେଷରେ ସୁଚିନ୍ତା ର ସମ୍ପାଦକ ଶିବ ପ୍ରସାଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଘୁନଘୁଟି ପଡା ସମସ୍ୟା ନେଇ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କୁ ଦାବିପତ୍ର

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ଜିଲ୍ଲା ପରିଷଦ ଉପାଧକ୍ଷା  ଶ୍ରୀମତୀ ସୁଧିରା ମେହେର

Sunil Chandra Nayak

ନୂତନ ଜିଲ୍ଲାପାଳ ଙ୍କ ବନ୍ୟା ପରସ୍ଥିତି ସମୀକ୍ଷା 

Sunil Chandra Nayak

Leave a Comment

error: Content is protected !!