ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୨୮ କେଜି ଗଞ୍ଜେଇ ଜବତ ଜଣେ ଗିରଫ 

କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ୬୮ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଗୋଛାପଡା ଥାନା ପୋଲିସ ଗତକାଲି ଏକ ଓଡ଼ି ୨୬ସି ୭୬୫୪ ମୋଟର ସାଇକେଲ ରେ ଜିଲ୍ଲା ବାହାର କୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗୋଛାପଡା ଥାନା ଅନ୍ତର୍ଗତ କୁମ୍ଭାରଖୋଲ ଛକ ନିକଟରେ ଚଢ଼ାଉ କରି ୬୮ କେଜି ଗଞ୍ଜେଇ ଜବତ କରିବା ସହ ଥାନା କେସ ନଂ ୪୨/୨୩ ଏକ ମାମଲା ରୁଜୁ କରି ଜଣେ ବ୍ୟକ୍ତି କୁ ଗିରଫ କରିଥିଲା।ଗିରଫ ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲାର ସାନ ବାବଡ ଗ୍ରାମର ତିଜୁରା ବେହେରା ଙ୍କର ପୁଅ ସୁବଳ ବେହେରା ବୋଲି ଜଣାପଡିଛି। ପୋଲିସ ଗିରଫ କରିଥିବା ଅଭିଯୁକ୍ତ ଜଣକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

୧୭ ଲିଟର ଦେଶୀ ହାତରନ୍ଧା ମଦ ଜବତ, ଜଣେ ଗିରଫ

Sunil Chandra Nayak

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

masiha

ଟ୍ରାକ୍ଟର ଧକାରେ ବୃଦ୍ଧ ମୃତ 

masiha

Leave a Comment

error: Content is protected !!