କାମାକ୍ଷାନଗର :(ମ ନି ସ)୦୩/୦୩_ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିଝାଟୀ ଗ୍ରାମର ବରିଷ୍ଠ ଆଏଏସ ଅଫିସର୍ ପ୍ରଦୀପ କୁମାର ଜେନା ୧୯୬୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୯୮୯ ବ୍ୟାଚ୍ ର ବରିଷ୍ଠ ଆଏଏସ୍ ଅଫିସର୍ ଭାବେ ପ୍ରଥମେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ର ଉପଜିଲ୍ଲା ପାଳ ଭାବେ କାର୍ଯ୍ୟ ଆରମ୍ଭ କରି ୧୯୯୯ ମସିହା ମହାବାତ୍ୟା ପରେ କଟକ ଜିଲ୍ଲାପାଳ ଓ ୨୦୧୭ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରେ ଉନ୍ନୟନ କମିଶନ ର ଭାବେ କାର୍ଯ୍ୟ କରିଛନ୍ତି। ମହାବାତ୍ୟା ପରବର୍ତ୍ତୀ ପୂର୍ନରୁଦ୍ଧାର କାର୍ଯ୍ୟ ଓ କୋଭିଡ଼ ମହାମାରୀ ସମୟରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ଗୁରୁ ଦାୟିତ୍ୱ ତୁଲାଇ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଫ୍ରଶସିତ ହୋଇଥିଲେ। ଆସନ୍ତା କାଲି ଏକ ତାରିଖରେ ରାଜ୍ୟ ସରକାରଙ୍କର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରୁଥିବାରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି। ଶ୍ରୀଯୁକ୍ତ ଜେନା ଙ୍କୁ କାମାକ୍ଷାନଗର ର ଏନ୍ଏସି ନଗର ପାଳ ଧର୍ମାନନ୍ଦ ପରିଡା ବ୍ଳକ୍ ଅ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଓକିଲ ସଂଘର ସଭାପତି ଧର୍ମାନନ୍ଦ ମଲ୍ଲିକ,କାମାକ୍ଷାନଗର ପ୍ରେସ୍ କ୍ଲବ୍, ଆମ୍ବେଦକର ବିଚାର ମଞ୍ଚ ପ୍ରମ୍ମୁଖ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
previous post