ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ପାଇଁ ରାଜରାସ୍ତାରେ ଦଶପୁର ବାସୀ 

ପାଣି ପାଇଁ ରାଜରାସ୍ତାରେ ଦଶପୁର ବାସୀ 

ଜୁନାଗଡ଼:-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଗାଆଁ ରେ ମୌଳିକ ଅଧିକାର ପାଇଁ ରାଜ ରାସ୍ତା କୁ ଓହ୍ଲେଇ ଲେ ଶତାଧିକ ମହିଳା ଓ ପୁରୁଷମାନେ । ପାନୀୟ ଜଳ ସଂକଟ ପାଇଁ ବୃନ୍ଦାବାହାଲ ରୁ ଜାରିଙ୍ଗ କୁ ସଂଯୋଜକ କରୁଥିବା ମୁଖ୍ୟ ରାସ୍ତା କୁ ଅବୋରୋଧ କରି ଦଶପୁର ଠାରେ ରାସ୍ତାରେ ଗରା, ମାଠିଆ, ବାଲ୍ଟି ପାଣି ଡବା ରଖି ରାସ୍ତା ରୋକ କରିଥିବାର ଦେଖିବାକୁ ମିଳିଛି । ଦିନ ୧୧ ଟା ଠାରୁ ରାସ୍ତା ଅବରୋଧ ଯୋଗୁଁ ଅନେକ ଗାଡ଼ି ମଟର ଯାତାୟାତ ଠପ୍ ରହିଥିବାର ଦେଖିବାକୁ ମିଳିଥିଲା। ଏ ବିଷୟରେ ଦୀର୍ଘ ଦୁଇବର୍ଷ ହେବ ପଞ୍ଚାୟତ ପ୍ରଶାସନ ଠାରୁ ବ୍ଲକ ପ୍ରଶାସନ ଙ୍କୁ ଜଣାଇଲେ ସୁଦ୍ଧା କିଛିବି ଫଳପ୍ରଦ ହେଉନଥିବା ଗ୍ରାମବାସୀ ଙ୍କ ଠାରୁ ପ୍ରକାଶ ପାଇଛି । ଗତ ତିନି ମାସ ତଲେ ମଧ୍ୟ ରାସ୍ତା ଅବରୋଧ କରିଥିଲେ ଦଶପୁର ଗ୍ରାମ ବାସିନ୍ଦା ହେଲେ। ସେହି ସମୟରେ ପ୍ରଶାସନ ଅଧିକାରୀ ଓ ଦଶପୁର ସରପଞ୍ଚ ପାଣି ଯୋଗାଇ ଦେବା ପାଇଁ  ପ୍ରତିଶ୍ରୁତି   ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜିଯାଏଁ ପାଣିର ସମସ୍ୟା ର ସମାଧାନ ହେଇପାରିଲା ନାହିଁ । ଯାହା ଫଳରେ ବାଧ୍ୟ ହୋଇ ଆଜି ମଧ୍ୟ  ରାସ୍ତା କୁ ଓଲ୍ଲାଇ ଥିବାର ଦେଖିବାକୁ ମିଳିଛି । ପାଣି ସମସ୍ୟା ର ସମାଧାନ ନହେଲେ ରାସ୍ତା ରୋକ ଜାରି ରହିବ ବୋଲି ଗ୍ରାମବାସୀ ଙ୍କ ମଧ୍ୟରୁ ପ୍ରକାଶ ପାଇଛି ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜୀବନ ସାଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା 

ଏନ ଏ ସି ର ମଣ୍ଡି ଦାୟିତ୍ୱ ନେଲେ ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠି

masiha

ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମ୍ପନ୍ନ

masiha

Leave a Comment

error: Content is protected !!