ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ପାଇଁ ରାଜରାସ୍ତାରେ ଦଶପୁର ବାସୀ 

ପାଣି ପାଇଁ ରାଜରାସ୍ତାରେ ଦଶପୁର ବାସୀ 

ଜୁନାଗଡ଼:-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଗାଆଁ ରେ ମୌଳିକ ଅଧିକାର ପାଇଁ ରାଜ ରାସ୍ତା କୁ ଓହ୍ଲେଇ ଲେ ଶତାଧିକ ମହିଳା ଓ ପୁରୁଷମାନେ । ପାନୀୟ ଜଳ ସଂକଟ ପାଇଁ ବୃନ୍ଦାବାହାଲ ରୁ ଜାରିଙ୍ଗ କୁ ସଂଯୋଜକ କରୁଥିବା ମୁଖ୍ୟ ରାସ୍ତା କୁ ଅବୋରୋଧ କରି ଦଶପୁର ଠାରେ ରାସ୍ତାରେ ଗରା, ମାଠିଆ, ବାଲ୍ଟି ପାଣି ଡବା ରଖି ରାସ୍ତା ରୋକ କରିଥିବାର ଦେଖିବାକୁ ମିଳିଛି । ଦିନ ୧୧ ଟା ଠାରୁ ରାସ୍ତା ଅବରୋଧ ଯୋଗୁଁ ଅନେକ ଗାଡ଼ି ମଟର ଯାତାୟାତ ଠପ୍ ରହିଥିବାର ଦେଖିବାକୁ ମିଳିଥିଲା। ଏ ବିଷୟରେ ଦୀର୍ଘ ଦୁଇବର୍ଷ ହେବ ପଞ୍ଚାୟତ ପ୍ରଶାସନ ଠାରୁ ବ୍ଲକ ପ୍ରଶାସନ ଙ୍କୁ ଜଣାଇଲେ ସୁଦ୍ଧା କିଛିବି ଫଳପ୍ରଦ ହେଉନଥିବା ଗ୍ରାମବାସୀ ଙ୍କ ଠାରୁ ପ୍ରକାଶ ପାଇଛି । ଗତ ତିନି ମାସ ତଲେ ମଧ୍ୟ ରାସ୍ତା ଅବରୋଧ କରିଥିଲେ ଦଶପୁର ଗ୍ରାମ ବାସିନ୍ଦା ହେଲେ। ସେହି ସମୟରେ ପ୍ରଶାସନ ଅଧିକାରୀ ଓ ଦଶପୁର ସରପଞ୍ଚ ପାଣି ଯୋଗାଇ ଦେବା ପାଇଁ  ପ୍ରତିଶ୍ରୁତି   ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜିଯାଏଁ ପାଣିର ସମସ୍ୟା ର ସମାଧାନ ହେଇପାରିଲା ନାହିଁ । ଯାହା ଫଳରେ ବାଧ୍ୟ ହୋଇ ଆଜି ମଧ୍ୟ  ରାସ୍ତା କୁ ଓଲ୍ଲାଇ ଥିବାର ଦେଖିବାକୁ ମିଳିଛି । ପାଣି ସମସ୍ୟା ର ସମାଧାନ ନହେଲେ ରାସ୍ତା ରୋକ ଜାରି ରହିବ ବୋଲି ଗ୍ରାମବାସୀ ଙ୍କ ମଧ୍ୟରୁ ପ୍ରକାଶ ପାଇଛି ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜୀବନ ସାଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ ମାଗିବାନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ 

Sunil Chandra Nayak

ବେଲଗୁଣ୍ଠା ପୋଲିସ ପକ୍ଷରୁ ଗାଡ଼ି ଚେକିଂ 

Sunil Chandra Nayak

ରାୟଗଡ଼ା ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!