ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ପରିଚାଳନା ଭାର କାହାର ? ପ୍ରକଳ୍ପ ନା ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଖାଲିଥିବା ଟି ଜି ଟି ଶିକ୍ଷକ ପି ଇଟି ଶିକ୍ଷକ କ୍ଲାସିକାଲ ଶିକ୍ଷକ ନିଯୁକ୍ତି ଦେବ କିଏ ? 

ତେନ୍ତୁଳିଖୁଣ୍ଟି ୦୩/୦୬/୨୩ – ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ପରିଚାଳନା ଭାର ଆଜିର ଦିନରେ କାହା ପାଖରେ ରହିଛି ଏହି ପ୍ରଶ୍ନ ର ଉତ୍ତର କାହା ପାଖରେ ନାହିଁ। ବର୍ତ୍ତମାନ ପ୍ରଧାନ ଶିକ୍ଷକ ,ଜଣେ ଟି ଜି ଟି କଳା ଶିକ୍ଷୟତ୍ରୀ ତଥା ପିଅନ ତିନି ଜଣ ଙ୍କ ଦରମା hrms ପ୍ରକ୍ରିୟା ରେ ଜଳସମ୍ପଦ ବିଭାଗ ଦରମା କରୁଥିବା ବେଳେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା ତିନି ବିଜ୍ଞାନ ଟି ଜି ଟି ଶିକ୍ଷକ ଙ୍କ ଦରମା ଜଳ ବିଦ୍ୟୁତ ନିଗମ କରୁଛି। ଅନ୍ୟ ଦୁଇ ଏନ ଇ ୱାନ ଙ୍କ ଦରମା ଓଡିଶା ଜଳବିଦ୍ୟୁତ ନିଗମ ର ମୁଖୀଗୁଡା ରୁ ହେଉଛି। ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ମୂଳତଃ ଜଳ ସମ୍ପଦ ବିଭାଗ ଦ୍ଵାରା ଖୋଲା ଯାଇଥିଲେ ମଧ୍ୟ ଜଳସମ୍ପଦ ବିଭାଗ ବିଭକ୍ତ ହୋଇ ଜଳସେଚନ ଓ ଶକ୍ତି ବିଭାଗ ହେବା ପରଠାରୁ ଓଡିଶା ଜଳ ବିଦ୍ୟୁତ ନିଗମ ର ଆର୍ଥିକ ଅନୁଦାନରେ ବିଦ୍ୟାଳୟ ପରିଚାଳିତ ହୋଇ ଆସୁଥିଲା। ୨୦୨୨ ଜାନୁଆରୀ ରୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ସିଭିଲ ଉଇଙ୍ଗ(civil wing) କୁ ଜଳସମ୍ପଦ ବିଭାଗ କୁ ହସ୍ତାନ୍ତର ନେଇ ନିଷ୍ପତ୍ତି ତଥା ଜଳସମ୍ପଦ ବିଭାଗ ତା ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକଳ୍ପ ର ଆଠଟି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ ହସ୍ତାନ୍ତର କରାଯିବା ନେଇ ନିଷ୍ପତ୍ତି ପରେ ବିଶ୍ଵାମିତ୍ର ଙ୍କ ତୃତୀୟ ବିଶ୍ୱ ଭଳି ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ପରିଚାଳନା ଝୁଲି ରହିଛି। 

   ଓଡିଶା ଜଳ ବିଦ୍ୟୁତ ନିଗମ ଦ୍ୱାରା ଚୁକ୍ତି ଭିତ୍ତିକ ନିଯୁକ୍ତ ତିନି ବିଜ୍ଞାନ ସ୍ନାତକ ତାଲିମପ୍ରାପ୍ତ ଶିକ୍ଷକ ଙ୍କ ଚୁକ୍ତି ନବୀକରଣ ଗତ ବର୍ଷ ବହୁ ବଡ଼ବିବାଦ ପରେ ଜୁଲାଇ 2023 ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ବୃଦ୍ଧିକରାଯାଇଛି। ଗତ ବର୍ଷ ନବୀକରଣ ନକରି ଚାରିମାସ ସେମାନଙ୍କ ଦରମା ଦିଆ ଯାଇନଥିଲା । ପରେ ଚୁକ୍ତି ନବୀକରଣ କରା ଯାଇଥିଲା। ସେତେବେଳେ ସେମାନେ ନବୀକରଣ ହୋଇନଥିବାରୁ ବିଦ୍ୟାଳୟ ରେ ଶିକ୍ଷା ଦାନ କରୁ ନଥିଲେ। ଚୁକ୍ତି ଅବଧି ଜୁଲାଇ ମାସରେ ସରିଯିବା ପରେ ପୁଣି ଚୁକ୍ତି ନବୀ କରଣ ଓଡିଶା ଜଳବିଦ୍ୟୁତ ନିଗମ କରିବ ତ ? ଯଦି ନବୀକରଣ ନହୁଏ ତେବେ 

ବିଦ୍ୟାଳୟ ରେ ବର୍ତ୍ତମାନ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ, ଜଣେ ଟି ଜି ଟି ଶିକ୍ଷୟତ୍ରୀ ,ଦୁଇ ଜଣ ସିଟି ତାଲିମ ପ୍ରାପ୍ତ ଶିକ୍ଷକ ଓ ଦୁଇଜଣ Non executive -1 ଶିକ୍ଷା ଦାନ କରିବେ । ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପାଞ୍ଚଟି ଶ୍ରେଣୀରେ ଦୁଇଟି ଲେଖାଏଁ ବିଭାଗ ଥାଇ ପ୍ରାୟ 350 ଛାତ୍ର ଛାତ୍ରୀ ବିଦ୍ୟାଳୟରେ ପଢୁଛନ୍ତି।ଦଶଟି ଶ୍ରେଣୀକକ୍ଷ କୁ ମାତ୍ର ପାଞ୍ଚ ଜଣ କିପରି ଓ କଣ ପଢ଼ାଇବେ?

ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ରେ ସରକାରୀ ( ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ) ପରିଚାଳିତ ବଉଚ୍ଚ ବିଦ୍ୟାଳୟ ନାହିଁ। ଏହି ପଂଚାୟତର ତିନୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସାଙ୍ଗ କୁ ମଞ୍ଚାଗାଁ ପଂଚାୟତ ର ଦୁଇଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏଇ ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖାଇ ଥାନ୍ତି। ଏଣୁ ବୃହତ୍ତର ସ୍ୱାର୍ଥ ପାଇଁ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ପ୍ରକୃତରେ କିଏ ପରିଚାଳନା କରିବ ତ୍ୱରିତ ନିଷ୍ପତ୍ତି ନେଇ ଶିକ୍ଷା ଅଧିକାର ଆଇନ ଅନୁସାରେ ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ପୂରଣ କରିବା ପ୍ରୟାସ ହେଉ। ଗୋଟିଏ ଉଚ୍ଚ ବିଦ୍ୟାଳୟ ରେ ତିନି ଜଣ ଟି ଜି ଟି ବିଜ୍ଞାନ ,ତିନିଟି ଟି ଜି ଟି କଳା ,ଦୁଇ ଜଣ କ୍ଲାସିକାଲ ଶିକ୍ଷକ ଜଣେ ପି ଇ ଟି ଶିକ୍ଷକ ଆବଶ୍ୟକ । କିନ୍ତୁ ଏଠାରେ ଶିକ୍ଷକ ସମସ୍ୟା ଗୁରୁତର। ଏଣେ ଏହି ବିଦ୍ୟାଳୟ ରେ ରୂପାନ୍ତର 5ଟି କାମ ଚାଲିଛି। ବିଦ୍ୟାଳୟ ଗ୍ରୀଷ୍ମ ଅବକାଶ ରୁ ଖୋଲିବା ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷାଦାନ ପାଇବେ କି ନାସନ୍ଦେହ ? ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରିବ କିଏ ? ଦ୍ବନ୍ଦ୍ୱ ରେ ! ପ୍ରଧାନ ଶିକ୍ଷକ ଙ୍କ ଉଚ୍ଚ ଅଧିକାରୀ ପୋଡା ଗଡ଼ ବିଭାଗ ନିର୍ବାହୀ ଯନ୍ତ୍ରୀ ହୋଇଥିବା ବେଳେ ଉଭୟ ସକ୍ରିୟତା ସହ ହସ୍ତାନ୍ତର କାର୍ଯ୍ୟ କରିବେ ନା ରାଜ୍ୟ ସ୍ତରରେ କୌଣସି ଦ୍ବନ୍ଦ୍ୱ ରହିଛି ପ୍ରକଳ୍ପ ପରିଚାଳିତ ବିଦ୍ୟାଳୟ ହସ୍ତାନ୍ତର ରେ । ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷାଅଧିକାରୀ ସୌମେନ୍ଦ୍ର ଭୌମିକ ଙ୍କୁ ପଚାରିବାରୁ କହିଲେ ଆମ ଅଧିନ କୁ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଆସିଗଲେ ଶିକ୍ଷକ ସମସ୍ୟା ସମାଧାନ କରିଦେବୁ କିନ୍ତୁ ହସ୍ତାନ୍ତର ପ୍ରକ୍ରିୟା କେଉଁଠି ଅଟକିଛି ଆମ ପାଖରେ ଖବର ନାହିଁ। ଏବେତ ବିଦ୍ୟାଳୟ ପରିଚାଳନା ରେ ବିଦ୍ୟାଳୟ ଓଗଣ ଶିକ୍ଷା ବିଭାଗ ପରିଚାଳିତ ବିଦ୍ୟାଳୟ ଭଳିଅନ୍ୟ ଅନୁଦାନ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର କୁ ଦିଆ ଯାଇଛି ଏବଂ 5ଟି ରେ ମଧ୍ୟ ସାମିଲ କରାଯାଇ କାମ ଜାରି ଅଛି।  

ଇନ୍ଦ୍ରାବତୀ ଡ୍ୟାମ ସର୍କଲ ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଂଜୀବ କୁମାର ଭତ୍ରା ଙ୍କୁ ପଚାରିବାରୁ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ରେ ଚୁକ୍ତି ଭିତ୍ତିକ ଶିକ୍ଷକ ଙ୍କ ଚାକିରୀ ନିୟମିତ ବିଷୟରେ ନିଷ୍ପତ୍ତି ନେବାକୁ ସର୍ବୋଚ୍ଚ ଯନ୍ତ୍ରୀ ଜଳ ସେଚନ ବିଭାଗ ଓ ମୁଖ୍ୟଯନ୍ତ୍ରୀ ,ଇନ୍ଦ୍ରାବତୀ କୋଲାବ ବେସିନ ଙ୍କୁ ଚିଠି କରିଛୁ। ପ୍ରକଳ୍ପ ଦ୍ବାରା ପରିଚାଳିତ ବିଦ୍ୟାଳୟ ଗୁଡିକ ହସ୍ତାନ୍ତର ପାଇଁ ପ୍ରସ୍ତାବ ପ୍ରାୟତଃ ଶେଷ ପର୍ଯ୍ୟାୟରେ ଜିଲ୍ଲାପାଳ ଙ୍କ ନିଷ୍ପତ୍ତି ରେ ଅଟକିଛି। କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ବକ୍ତବ୍ୟ ପ୍ରକରେ ଜିଲ୍ଲାପାଳ ଙ୍କ ନିଷ୍ପତ୍ତି ରେ ଅଟକିଥିବା କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ଙ୍କୁ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ହସ୍ତାନ୍ତର ପାଇଁ ଚିଠି କରିଛୁ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କିସ ଓ କିଟ ପକ୍ଷରୁ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

15th Bharat Muni Saman Samaroh has started in Odisha.

masiha

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଦାବି ନେଇ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଲିଖିତ ଦାବିପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!