ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ଶ୍ରମ ଦିବସ ୨୦୨୩

ଆଜି ତା ୦୧/୦୫/୨୦୨୩ ଢେଙ୍କାନାଳ ଜିଲ୍ଲା ପୁରାତନ ଜିଲ୍ଲା ପରିଷଦ ଭବନ ସମ୍ମିଳନୀ କକ୍ଷ ରେ ଜିଲ୍ଲା ଆନ୍ତର୍ଜାତୀୟ ଶ୍ରମ ଦିବସ ୨୦୨୩ ସମାରୋହ ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଛି ।  ଏଥିରେ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ଆଇ.ଏ.ଏସ. ସାଭାପତିତ୍ୱ କରିଥିବା ବେଳେ ସମ୍ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷ।, ଶ୍ରୀମତୀ ଅର୍ଚନା ପୁହାଣ ସମ୍ମାନୀତ ଅତିଥୁ ରୂପେ ଯୋଗଦାନ କରିଥିଲେ । ୟୁନିସେଫ, ଜିଲ୍ଲା ସଞ୍ଜୋଜିକା, ଶ୍ରୀମତୀ ଅଙ୍ଗୁରା ମିଶ୍ର, ଅତିଥୁ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରି ଥିଲେ । ଶ୍ରୀଯୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ ସ୍ବାଗତ ଭାଷଣ ରେ ଜିଲ୍ଲା ରେ ସମସ୍ତ କାର୍ଯ୍ୟରତ ଶ୍ରମିକ ବର୍ଗ ତଥା ଶ୍ରମିକ ସଂଗଠନ ଓ ଜନ ସାଧାରଣ ଙ୍କୁ ଆହ୍ବାନ ଦେଇ ଅନୁରୋଧ କଲେକି, ପ୍ରକୃତ ନିର୍ମାଣ ଶ୍ରମିକ ତଥା ଅଣସଙ୍ଗଠିତ ଶ୍ରମିକ ମାନେ ଓଡିଶା କୋଠବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଓ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୂନରେ ପଞ୍ଜୀକୃତ ହୋଇ ବୋର୍ଡ ତରଫରୁ ପ୍ରଦାନ କରାଯାଉଥିବା ସମସ୍ତ ଯୋଜନା ର ଲାଭ ଉଠେଇବା ସହିତ ନିଜର ଶିଶୁଙ୍କୁ ପାଠ ପଢାଇବା ଓ ୧୮ ବର୍ଷ ରୁ କମ କନ୍ୟା ସନ୍ତାନ ଙ୍କୁ ବିବାହ ନ କରିବା ପାଇଁ ପ୍ରବର୍ତ୍ତାୟୀ ଥିଲେ । ଏହି ସମାରୋହରେ ଝିଅ ମାନଙ୍କୁ ବୈଷୟିକ ଶିକ୍ଷା ତଥା ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ସହ ସ୍ବ।ବଲମ୍ବି ତଥା ଦକ୍ଷ କରି ଗଢି ତୋଳି ବାଲ୍ୟ ବିବାହ କୁ ବନ୍ଦ କରିବା ପାଇଁ “କୁଶଳୀ ନାରୀ ଦକ୍ଷ ନାରୀ” ର ସ୍ଲୋଗନ ଦେଇଥିଲେ । ମୁଖ୍ୟ ଅତିଥ୍‌ ଜିଲ୍ଲା ପରିଷଦ ଅଧ୍ୟକ୍ଷ।, ଶ୍ରୀମତୀ ଅର୍ଚନା ପୁହାଣ ତାଙ୍କର ଅଭିଭାଷଣ ରେ ଶ୍ରମିକ ଦିବସ ପାଳନ ର ଇତିହାସ ୧୮୮୬ ମଣିହ। ରୁ ଶ୍ରମିକ ଙ୍କ ୮ ଘଣ୍ଟା କାର୍ଯ୍ୟ ଦାବୀରୁ ଆରମ୍ଭ ଶ୍ରମିକ ଦିବସ ସମ୍ବନ୍ଧରେ ସୂଚନା ଦେବା ସହିତ ଶ୍ରମିକ ଙ୍କ ର ଉନ୍ନତି ନିମନ୍ତେ ସରକାରଙ୍କର ଆଭିମୁଖ୍ୟ ତାହାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକ ସଂଗଠନ କୁ ଆହ୍ବାନ ଦେଇଥିଲେ । ସମସ୍ତ ବିକାଶ ରେ ଶ୍ରମିକ ଙ୍କ ର ଅବଦାନ ଅତୁଳନୀୟ ଓ ସରକାରଙ୍କର ସମସ୍ତ ଯୋଜନା ର ଲାଭ ପ୍ରକୃତ ଶ୍ରମିକ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲାର ବିକାଶ ଦିଗରେ ପ୍ରମୂଖ ଭୂମିକା ଗ୍ରହଣ କରିବା ପାଇଁ ଆହ୍ବାନ ଦେଇଥିଲେ । ଜିଲ୍ଲାପାଳ, ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ନିଜ ଅଭିଭାଷଣ ରେ ସମସ୍ତ ଯୋଜନା ରେ ଆର୍ଥିକ ସହାୟତା ଶ୍ରମିକ ଙ୍କର ଜମା ଖାତାରେ ପ୍ରଦାନ କରିବାକୁ ପ୍ରାଧାନ୍ୟ ଦେବା ସହିତ ସମସ୍ତ ଉପସ୍ଥିତ ଶ୍ରମିକ ମାନଙ୍କୁ ନିଜର ଶିଶୁ ଙ୍କୁ ଶିକ୍ଷା ଓ ଦକ୍ଷତା ପ୍ରଦାନ କରିବାକୁ ଆହ୍ବାନ ଦେଇଥିଲେ, ଏହି ମତେ ଜିଲ୍ଲାପାଳ ସମସ୍ତ ଅନାଥ କନ୍ୟା ଙ୍କର ବିବାହ ନିମନ୍ତେ ଟ. ୫୦,୦୦୦ ଙ୍କ। ଓ ସମସ୍ତ ଗରିବ ଶ୍ରେଣୀର ପିଲାଙ୍କୁ ITI ତଥା Polytechnic ରେ ଶିକ୍ଷା ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଖର୍ଚ ବହନ କରିବେ ବୋଲି ଦୋହରାଇଥିଲେ । ଏତଦବ୍ୟତୀତ “ସମ୍ଭବ” କାର୍ଯ୍ୟକ୍ରମ ହାତକୁ ନେଇ ବିଭିନ୍ନ ବିଭାଗ ର ସହାୟତାରେ ବ୍ଲକ ସୃତରେ ସ୍କୁଲ ମାନଙ୍କରେ ରେ କିଶୋର କିଶୋରୀ ମାନଙ୍କୁ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ର ଭୟାଭୟତା ସମ୍ବନ୍ଧରେ ସଚେତନ କରିବା ସହିତ ଜରୁରୀ ଦିନ ମାନଙ୍କରେ ସ୍ବଚ୍ଛତା ରହିବା, ସ୍ବାସ୍ଥ୍ୟ ଗତ ଓ ଶାରୀରିକ ପରିବର୍ତ୍ତନ ସମୟରେ ମାନସିକ ସ୍ଥିତି କୁ ସଠିକ ଭାବରେ ପରିଚାଳନା କରିବା ନିମନ୍ତେ ସଚେତନତା କାର୍ଯ୍ୟ ହେଉଥିବାର ଜଣାଇଥିଲେ । ଜିଲ୍ଲାପାଳ ଜିଲ୍ଲାର ୪୬ ଟି ଦୁର୍ଗମ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରି ଅଦ୍ୟାବଧୂ ୩୬ ଟି ଗ୍ରାମକୁ ସୁଗମ ଗ୍ରାମ କରି ଗଢି ତୋଳିବା ସହିତ ରାଜ୍ୟ ସରକାରଙ୍କର ସମସ୍ତ କଲ୍ୟାଣକାରୀ ଯୋଜନା ବିଭିନ୍ନ ବିଭାଗ ମାଧ୍ୟମରେ ସମ୍ପୃକ୍ତ ଗ୍ରାମରେ ପହଞ୍ଚାଇବା ସହିତ ଆଗାମୀ ଦିନରେ ଅବଶିଷ୍ଟ ୧୦ ଗୋଟି ଗ୍ରାମ କୁ ସୁଗମ ଅଞ୍ଚଳ ଭାବରେ ଘୋଷଣା କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରମ ବିଭାଗ କୁ ସାଧୁବାଦ ଦେବା ସହିତ ଢେଙ୍କାନାଳ ଜିଲ୍ଲା ଆଗାମୀ ଦିନରେ କିପରି ରାଜ୍ୟରେ ଏକ ନମ୍ବର ଜିଲ୍ଲା ହେବ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି କାର୍ଯ୍ୟକ୍ରମ ରେ ୪୮୪ ଜଣ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ମୋଟ ଟ ୩,୦୬,୪୫,୦୦୦ ଙ୍କ। ସେମାନଙ୍କର ଜମା ଖାତାରେ ପ୍ରଦାନ କରାଯାଇଥିବା ବେଳେ ୩୧୦ ଜଣଙ୍କୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ରେ ପଞ୍ଜୀକୃତ ଥାଇ ପରିଚୟ ପାତ୍ର ଓ ୩୦ଜଣ ଅଣସଙ୍ଗଠିତ ଶ୍ରମିକ ଙ୍କୁ ପରିଚୟ ପତ୍ର ଜିଲ୍ଲାପାଳ ଓ ମୁଖ୍ୟ ଅତିଥ୍‌ଙ୍କ ଦ୍ବାରା ପ୍ରଦାନ କରଯାଇଥିଲା କାର୍ଯ୍ୟକ୍ରମ ଶେଷରେ ୟୁନିସେଫ, ଜିଲ୍ଲା ସଞ୍ଜୋଜିକା, ଶ୍ରୀମତୀ ଅଙ୍ଗୁରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଂଗ୍ରାମ ଦଲାଇ, ଶ୍ରୀ ରଶ୍ମି ରଞ୍ଜନ ବରଳ ଓ ଶ୍ରୀ ହଲଧର ବରକୂଳ ତଥା ବୋର୍ଡ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ତ୍ରୟୋଦଶତମ ବାର୍ଷିକ ଉତ୍ସବ ପାଳିତ.

masiha

କବୟିତ୍ରୀ ସରସ୍ୱତୀ ପଣ୍ଡାଙ୍କ ପୁସ୍ତକ ନୀଳନିମନ୍ତ୍ରଣ ଉନ୍ମୋଚିତ

Sunil Chandra Nayak

ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକର୍ତ୍ତା ମିଳନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!