ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିର୍ଲି ବିଦ୍ୟାଳୟରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ପାପଡାହାଣ୍ଡି,07/02, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ହିର୍ଲି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ନବରଙ୍ଗପୁର ଜିଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଉନ୍ମୋଚନ କରିଥିଲେ | ସମ୍ମାନିତ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ,ଡିଏସପି ଚନ୍ଦ୍ରଶେଖର ହୋତ୍ତା, ଜିଲ୍ଲା ଲୋକ ସମ୍ଫକ ଅଧିକାରୀ ହଳଦର ନିଆଲ, ବିଡ଼ିଓ ରଞ୍ଜିତା ମଲ୍ଲିକ, ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ,ତୁମ୍ବଲ୍ଲା ସରପଞ୍ଚ ମୁରଲୀ ନାୟକ, ସମିତି ସଭ୍ୟା ବୈଜନ୍ତି ଯାନୀ, ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିନାଥ ପାତ୍ର , ଏସଏମସି ସଭାପତି ନୀଳାମ୍ବର କୁମ୍ବାର,ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପଣ୍ଡା ପ୍ରମୁଖ ମଞ୍ଚାସିନ ରହିଥିଲେ | ଜିଲ୍ଲାପାଳ ଙ୍କ ଦ୍ୱାରା 10 ଜଣ ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ନିଜ ବକ୍ତ୍ୟବ ରେ କହିଥିଲେ ନବରଙ୍ଗପୁର ଜିଲ୍ଲା ରେ ସମସ୍ତ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ଏହି ବିଦ୍ୟାଳୟ ଆସି ଏହି ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି ଦେଖିବାକଥା, ଚେଷ୍ଟା କଲେ ଉପାୟ ନିଶ୍ଚୟ ଆସେ ବୋଲି କହିଥିଲେ | ମଞ୍ଚ ପରିଚାଳନା ଡା. ପ୍ରଭାତ ବିଶ୍ୱାଳ କରିଥିବା ବେଳେ ପି. ସତ୍ୟନାରାୟଣ, ଦୀପାଞ୍ଜଳି ଯାନୀ, ଚରଣ ସିଂ ହରିଜନ, ବିକ୍ରମ କୁମାର କରଣ, ରଞ୍ଜିତା ସୁନା, ଜଗନ୍ନାଥ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ୱପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପରିବହନ ମନ୍ତ୍ରୀଙ୍କ ଜିଲ୍ଲା ଚିକିଟି ଅଞ୍ଚଳରେ ଦୌଡ଼ୁଛି ବେଆଇନ ଯାତ୍ରୀବାହୀ ଗାଡ଼ି ପ୍ରଶାସନ ନିରବ, ଯାତ୍ରୀଙ୍କ ଜୀବନ କାହା ଭରସାରେ 

Sunil Chandra Nayak

ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ 

masiha

କଥା ଦେଇଥିଲେ କଥା ରଖିଲେ ୫ ଟି ସଚିବ ଭି କେ ପାଣ୍ଡିଆନ! ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟାକୁ ସରକାରଙ୍କ ସ୍ଵିକୃତି

Sunil Chandra Nayak

Leave a Comment

error: Content is protected !!