ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପାପଡାହାଣ୍ଡି,7/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ମହାକୁମାରେ ଥିବା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ପାଳନ ହୋଇଯାଇଛି | କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଯୋଗ ଦେଇ ଉପସ୍ଥିତ ଛାତ୍ରୀ ଛାତ୍ରଙ୍କୁ ପାଠ ପଢି ଖାଲି ଚାକିରି କରିବି ଆଶା ନ ରଖି କିପରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ କିଛି ଲୋକମାନଙ୍କୁ ସ୍ୱାବଲମ୍ବୀ କରିପାରିବି ସେଥି ଲାଗି ପ୍ରେରଣା ଦେଇଥିଲେ | ଏହି ଅବସରରେ ଆର୍ଟ ଗେଲେରି କୁ ଉନ୍ମୋଚନ କରିଥିଲେ | ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ସ୍ୱପ୍ନା ସିଂ ଙ୍କ ସଭାପତିତ୍ୱ ରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର କଲେଜର ଅଧ୍ୟାପକ ଦିଲୀପ ହୋତା, ବିଡ଼ିଓ ରଞ୍ଜିତା ମଲିକ, ତହସିଲଦାର ଯୋଗେଶ୍ୱର ଭୋଇ, ଡିଇଓ ପ୍ରଦୀପ ନାଗ,ଡିଆଇପିଆରଓ ହଳଧର ନିଆଲ,ବିଇଓ ବୀରେନ୍ଦ୍ର ପାଢ଼ୀ, ଆଇଆଇସି ଦୀପକ ଜେନା, ଜିଲ୍ଲା ଓୟୁଜେ ସଂଘ ସଭାପତି ସୁଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ | ପ୍ରଦୀପ ପ୍ରଜ୍ବଳନ ପରେ ଅତିଥି ମାନେ ଅଭିଭାଷଣ ଦେଇଥିଲେ | ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କରାଯାଇଥିଲା | ମଞ୍ଚ ପରିଚାଳନା ସୁଦାମ ସେଠି ଓ ମାଧବ ମଣ୍ଡଳ କରିଥିଲେ | ଛାତ୍ରୀ ଛାତ୍ରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା | ଏଥିରେ ବିଦ୍ୟାଳୟର ସହଶିକ୍ଷୟତ୍ରୀ ଶିକ୍ଷକ ମାନେ ଏଥିରେ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

୨୮ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ୧ ରେ…

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ୩୮ ତମ ପ୍ରତିଷ୍ଠା ଉତ୍ସବ

masiha

ଏଫଏମୟୁରେ ପ୍ରାକ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଚୟନ ଶିବିର

masiha

Leave a Comment

error: Content is protected !!