ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁ ଠାରେ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ

କୋକସରା,୧/୫ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଠାରେ ରବିବାର ସମ୍ବିଧାନର ପ୍ରଣେ ଡ଼. ଭୀମ ରାଓ ବାବା ସାହେବ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଲଡୁଗାଁ ମିନି ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ଆମ୍ବେଦକର ପ୍ରେମୀଙ୍କ ବିଶାଳ ସମାବେଶ ଏକତ୍ରିତ ହୋଇ ବାବା ସାହେବଙ୍କ ଜନ୍ମ ଜୟନ୍ତୀକୁ ପାଳନ କରିଛନ୍ତି। ଲଡୁଗାଁରେ ଶତାଧିକ ଆମ୍ବେଦକର ପ୍ରେମୀ ଯୁବକ ଯୁବତୀ କର୍ମକର୍ତ୍ତା ମାନେ ଶୋଭାଯାତ୍ରାରେ ଯୋଗଦାନ କରି ନଗର ପରିକ୍ରମା କରି ଜୟ ଭୀମ ନାରା ଦେଇ ଲଡୁଗାଁ ମିନି ଷ୍ଟାଡିୟମରେ ପହଞ୍ଚିଥିଲେ। ଲଡୁଗାଁ ଆମ୍ବେଦକର ଜନ୍ମ ଜୟନ୍ତୀ ପାଳନ କମିଟିର ଆବାହକ ଗରୁଡ଼ ବାଗଙ୍କ ସଭାପତିତ୍ୱ ରେ ସମ୍ବିଧାନର ପ୍ରଣେତା ବହୁଜନ ସମାଜର ଡ଼. ଭୀମ ରାଓ ଆମ୍ବେଦକର ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରି ଉପସ୍ଥିତ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସାଧାରଣ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ନିର୍ଦେଶକ ଜଳଛାୟା ରାୟଗଡା ଦୟାନିଧି ବାଗ, ମୁଖ୍ୟ ବକ୍ତା ଆମ୍ବେଦକର ବାଦୀ ନେତା ଭୋଦେବ ମହାନନ୍ଦିଆ, ବିଶିଷ୍ଟ ଅତିଥି ଭାବେ ବହୁଜନ ସମାଜ ସଂଗଠକ ସରୋଜ କୁମାର ନାଏକ, ସମ୍ମାନିତ ଅତିଥି ଭାବେ ରମଣୀ ଦୁରିଆ, ସୁଗ୍ରୀବ ଦୀପ, ଅଵସର ପ୍ରାପ୍ତ ଅଧ୍ୟକ୍ଷ କୋକସରା ପଞ୍ଚାୟତ ସମିତି କଲେଜ ଗୋବର୍ଦ୍ଧନ ବାଗ, ଆଇନଜୀବୀ ତଥା ଯୁବନେତା ଦିଗାମ୍ବର ଦୁରିଆ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଉପଦେଷ୍ଟା ଅଳ ଓଡ଼ିଶା ସିଡୁଲ କାଷ୍ଟ ଫେଡରେସନ ବିଶ୍ୱନାଥ କର, ଧନଞ୍ଜୟ ଦୀପ, ଅଵସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଦେବାନନ୍ଦ ନାଏକ, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ସଭାପତି କୋକସରା ବ୍ଲକ କ୍ଷୀରସିନ୍ଧୁ ବୋଡ଼କିଆ, ଆଇନଜୀବୀ ଛବିଲାଲ ନାଏକ, ପୁର୍ବତନ ମହା ସଚିବ ଅଳ ଓଡ଼ିଶା ସିଡୁଲ କାଷ୍ଟ ଫେଡରେସନ ଯତୀନ୍ଦ୍ର କର, ସମ୍ପାଦିକା ଅଳ ଓଡ଼ିଶା ସିଡୁଲ କାଷ୍ଟ ଫେଡରେସନ ଅଶୋକା ନାଏକ ଯୋଗଦେଇ ବାବା ସାହେବ ଙ୍କ ସମ୍ବିଧାନ ପ୍ରତି ସମର୍ପିତ ବଳିଦାନ ର ସ୍ମୃତିକୁ ଉଜାଗର କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସାମାଜିକ ମୁଖ୍ୟ ଅଳ ଓଡ଼ିଶା ସିଡୁଲ କାଷ୍ଟ ଫେଡରେସନ ଧବଳେଶ୍ବର ନାଗ, ସମ୍ପାଦକ କୌଶିକ ଦୁରିଆ, ସଙ୍ଗଠନ ସମ୍ପାଦକ ତେଜରାଜ ଦୁରିଆ, ଉପ ସଭାପତି ରତ୍ନାକର ନାଏକ, ରତ୍ନାକର ନିଆଲ, କୋଷାଧ୍ୟକ୍ଷ ଦିବାକର ଦୁର୍ଗା, ଭୁବନେଶ୍ବର ଦୁର୍ଗା ଓ ଆମ୍ବେଦକର ପ୍ରେମୀ ମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଚନ୍ଦାହାଣ୍ଡି ରେ ଜାତୀୟ ସେବା ଶିବିର

Sunil Chandra Nayak

ନଇରି ଦଶଦୋଳ ଉତ୍ସବ ରେ ଗଣନାଥ ଗୋଷ୍ଠୀ ର ସାମାଜିକ କାର୍ଯ୍ୟକ୍ରମ !!!

Sunil Chandra Nayak

ନବରଙ୍ଗପୁର ଠାରେ ବିଶ୍ଵ ନିମୋନିଆ ଦିବସ ପାଳିତ 

masiha

Leave a Comment

error: Content is protected !!