ତାଳଗାଁରେ ଶ୍ରୀ ରାମ ନବମୀ ପାଳିତ,ଭକ୍ତଙ୍କ ଶୋଭାଯାତ୍ରା
ମୟୂରଭଞ୍ଜ;ତା/୦୬/୦୪/୨୦୨୫ // ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ତାଳଗାଁ ଥିବା ଧବଳେଶ୍ବର ପୀଠ ଓ ହନୁମାନ ମନ୍ଦିରରେ ଆଜି ଆଡମ୍ବରରେ ଶ୍ରୀରାମ ନବମୀ ପାଳନ କରାଯାଇଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ମନ୍ଦିରରେ ପୂଜକ ନବ କିଶୋର ଶତପଥୀ ଜରିଆରେ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ , ହୋମ ଯଜ୍ଞ କରିବା ସହ ରାମ ଚରିତ ପାଠ କରାଯାଇଛି । ସକାଳୁ ବହୁ ଭକ୍ତ ମାନେ ହନୁମାନ ମନ୍ଦିରରେ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଆଜି ଭକ୍ତମାନେ ତାଳଗାଁରେ ଏକତ୍ରିତ ହୋଇ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶ୍ରୀରାମଙ୍କ ଫୋଟ ଲଗାଇ ବାଇକ ଓ ଚାଲିରେ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହ କାଣ୍ଡସର ଗାଁ ମଧ୍ୟ ପରିକ୍ରମା କରିଥିଲେ।ସମାଜସେବୀ ଅସିତ ମଣ୍ଡଳ ଙ୍କ ନେତୃତରେ ରଜତ ମଣ୍ଡଳ,ବକ୍ସି ଜଗବନ୍ଧୁ ପାଲ,ରାଜୁ ମଣ୍ଡଳ,ଜଗେଶ୍ବର ମୁଣ୍ଡାରୀ,ଚନ୍ଦନ ମଣ୍ଡଳ,ଦୀପୁ ମଣ୍ଡଳ,ସୁଜିତ ରଣା,ଭାସ୍କର ମଣ୍ଡଳ,ଗୁନୁ ବେହେରା ପ୍ରମୁଖ ତାଳଗାଁ ଓ କାଣ୍ଡସର ଗାଁ ପରିକ୍ରମା କରିଥିଲେ |
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

