ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଗାଁରେ ଶ୍ରୀ ରାମ ନବମୀ ପାଳିତ,ଭକ୍ତଙ୍କ ଶୋଭାଯାତ୍ରା

ତାଳଗାଁରେ ଶ୍ରୀ ରାମ ନବମୀ ପାଳିତ,ଭକ୍ତଙ୍କ ଶୋଭାଯାତ୍ରା

ମୟୂରଭଞ୍ଜ;ତା/୦୬/୦୪/୨୦୨୫ // ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ତାଳଗାଁ ଥିବା ଧବଳେଶ୍ବର ପୀଠ ଓ ହନୁମାନ ମନ୍ଦିରରେ ଆଜି ଆଡମ୍ବରରେ ଶ୍ରୀରାମ ନବମୀ ପାଳନ କରାଯାଇଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ମନ୍ଦିରରେ ପୂଜକ ନବ କିଶୋର ଶତପଥୀ ଜରିଆରେ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ , ହୋମ ଯଜ୍ଞ କରିବା ସହ ରାମ ଚରିତ ପାଠ କରାଯାଇଛି । ସକାଳୁ ବହୁ ଭକ୍ତ ମାନେ ହନୁମାନ ମନ୍ଦିରରେ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଆଜି ଭକ୍ତମାନେ ତାଳଗାଁରେ ଏକତ୍ରିତ ହୋଇ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶ୍ରୀରାମଙ୍କ ଫୋଟ ଲଗାଇ ବାଇକ ଓ ଚାଲିରେ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହ କାଣ୍ଡସର ଗାଁ ମଧ୍ୟ ପରିକ୍ରମା କରିଥିଲେ।ସମାଜସେବୀ ଅସିତ ମଣ୍ଡଳ ଙ୍କ ନେତୃତରେ ରଜତ ମଣ୍ଡଳ,ବକ୍ସି ଜଗବନ୍ଧୁ ପାଲ,ରାଜୁ ମଣ୍ଡଳ,ଜଗେଶ୍ବର ମୁଣ୍ଡାରୀ,ଚନ୍ଦନ ମଣ୍ଡଳ,ଦୀପୁ ମଣ୍ଡଳ,ସୁଜିତ ରଣା,ଭାସ୍କର ମଣ୍ଡଳ,ଗୁନୁ ବେହେରା ପ୍ରମୁଖ ତାଳଗାଁ ଓ କାଣ୍ଡସର ଗାଁ ପରିକ୍ରମା କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଓଡ଼ିଆ ପକ୍ଷ ର ଚତୁର୍ଥ ଦିବସରେ ଓଡ଼ିଆ ରେ ନାମଫଳକ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

masiha

ରାଇରଙ୍ଗପୁରରେ ଶ୍ରୀ ଶ୍ଯାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ୧୮ ତମ ଶ୍ୟାମ ଜନ୍ମୋତ୍ସବ 

masiha

କାଉନସିଲ୍ ଅଫ୍ ଆନାଲାଇଟିକାଲ୍ ଟ୍ରାଇବାଲ୍ ଷ୍ଟଡିଜ୍ ସହିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ

Sunil Chandra Nayak

Leave a Comment

error: Content is protected !!