ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ 

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ଶ୍ରୀରାମ ନବମୀ ,ଉତ୍ସବ ଓ ପରମ ପୂଜ୍ୟ ସ୍ୱାମୀଜୀ ମହାରାଜାଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ରାଉରକେଲାର ସେକ୍ଟର – ୧୯ ସ୍ଥିତ ଶାରଳା ମନ୍ଦିର ଯୋଗକେନ୍ଦ୍ର ପରିସରରେ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା ଦୀପ ପ୍ରଜ୍ବଳନ ପୂର୍ବକ ବୈଦିକ ରୀତି ଅନୁଯାୟୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ଓ ଯଜମାନ ସୁଭାଶିସ ସାହୁ ଓ ପୁଷ୍ପିତା ସାହୁଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟ କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଇଥିଲା । ଉପସ୍ଥିତ ସମସ୍ତ ଯୋଗ ଶିକ୍ଷକ, ସାଧକ ସାଧିକା ଭାଇ ଓ ଭଉଣୀମାନେ ଯଜ୍ଞରେ ସାକଲ୍ୟ ଓ ଆହୁତି ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମାର୍ଥା ପବିତ୍ର ଶ୍ରୀରାମନବମୀ ପାଳିତ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଶ୍ରୀରାମଙ୍କ ଜନ୍ମ ତିଥି ଏବଂ ଏହା ଭାରତୀୟ ମାନଙ୍କ ପାଇଁ ଅତି ପବିତ୍ର ଦିବସ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଜଣେ ଆଦର୍ଶ, ଧର୍ମପ୍ରାଣ , ପିତୃ ଭକ୍ତ ଥିଲେ । ଭାରତୀୟ ସଂସ୍କୃତି ଓ ସମାଜରେ ଶ୍ରୀରାମ ହେଇଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେଲେ ଆମେ ରାମରାଜ୍ୟ ପ୍ରତିଷ୍ଠା କରିପାରିବା ବୋଲି ପ୍ରକାଶ କରିଥିଲେ । ପରମପୂଜ୍ୟ ସ୍ୱାମୀଜୀ ମହାରାଜଙ୍କ ସନ୍ନ୍ୟାସ ଦୀକ୍ଷା ଗ୍ରହଣ ଦିବସ ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ନିତମ୍ବିନି ସ୍ୱାଇଁ , ଜିଲ୍ଲା ବି ଏସ ଟୀ ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ଯୁବା ପ୍ରଭାରୀ ରଞ୍ଜନ ସାମଲ, ଜିଲ୍ଲା ମହିଳା ମିଡ଼ିଆ ପ୍ରଭାରୀ ଆରତୀ କର ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ବି ଏସ ଟି ସହ ପ୍ରଭାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ମହିଳା କୋଷାଧ୍ୟକ୍ଷା ବିଷ୍ଣୁପ୍ରିୟା ଦାଶ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି ଓ ସସ୍ମିତା ସାହୁ, ବିଶ୍ରା ତହସିଲ ପ୍ରଭାରୀ ହେମନ୍ତ କୁମାର ଜେନା, କୁନ୍ତଳା ସ , ଅନୁସୁୟା ବାରିକ, କନକଲତା ଜେନା, ତପସ୍ଵିନୀ ପତି, ମମତା ମହାନ୍ତି, ଅଞ୍ଜଳୀ ବେହେରା,ଜସ୍ମିନ ମହାନ୍ତ, ରେଣୁବାଳା ମହାନ୍ତ, ପ୍ରବାସିନୀ ମିଶ୍ର , ସରୋଜିନୀ ଦାସ, ଉର୍ମିଳା ସାହୁ,ଗଙ୍ଗାଧର ପୁହାଣ,ଏସ ସୁଶୀଳା, କଳ୍ପନା ହାତୀ, ସରୋଜିନୀ ବିଶ୍ଵାଳ, କୁମାରୀ ରାଉତ, ସନ୍ଧ୍ୟା ରାଣୀ ବିଶ୍ଵାଳ, ଶୋଭା ମହାନ୍ତ, ରେବତୀ ବେହେରା, ଚିନ୍ମୟୀ ମଣ୍ଡଳ, ରେଣୁବାଳା ସ୍ୱାଇଁ ଙ୍କ ସମେତ ବହୁ ଉପସ୍ଥିତ ଥିଲେ । ସମସ୍ତ ପ୍ରକାର ସହଯୋଗ ମନ୍ଦିର ଓ ଯୋଗ କେନ୍ଦ୍ର ତରଫରୁ କରାଯାଇ ଥିଲା । ଜିଲ୍ଲା ସଂଗଠନ ମନ୍ତ୍ରୀ ସନ୍ଧ୍ୟା ରାଣୀ ସାହୁ ଧନ୍ୟବାଦ ଦେଇଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେରେସିଂହାରେ ବନ ମହୋତ୍ସବ ପାଳିତ

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

ଗଭୀର କୂଅ ରୁ ଏକ ବଳଦ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

masiha

Leave a Comment

error: Content is protected !!