ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଉପଖଣ୍ଡ ର ସର୍ବାଙ୍ଗୀନ ବିକାଶ ପାଇଁ ଏହାକୁ ଜିଲ୍ଲା ମାନ୍ୟତା ର ଆଵଶ୍ୟକତା ଅଛି

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ 

ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ସରପଞ୍ଚ ସଂଘ ର ଦାବୀ ପତ୍ର ପ୍ରଦାନ 

ଧର୍ମଗଡ:୩୦/୧୨/୨୨: ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଘୋଷଣା ଦାବୀ ନେଇ ଆଜି ଧର୍ମଗଡ଼ ବ୍ଲକ ସରପଞ୍ଚ ସଂଘ ରାଜ ରାସ୍ତା କୁ ଓହ୍ଲାଇଛି ।ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଙ୍କ ଆବାହକତ୍ୱ ରେ ଧର୍ମଗଡ ବ୍ଲକ ର ୨୪ ଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ପ୍ରତିନିଧି ମାନେ ଏକତ୍ରିତ ହୋଇ ଥିଲେ । ସ୍ଥାନୀୟ ମା ଭଣ୍ଡାର ଘରଣୀ ଙ୍କ ପୀଠ ରୁ ଏକ ରେଲି ରେ ସେମାନେ ବାହାରି ସହର ପରିକ୍ରମା ପୂର୍ବକ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ସେଠାରେ ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ଡେପୁଟି କଲେକ୍ଟର ନନ୍ଦ କିଶୋର ତାଣ୍ଡି ଙ୍କୁ ପ୍ରଦାନ କରାଯାଇ ଥିଲା ।

ସର୍ବ ସମ୍ମତି କ୍ରମେ ଧର୍ମଗଡ ଉପଖଣ୍ଡକୁ ଏକ ସ୍ୱତନ୍ତ୍ର ଧର୍ମଗଡ ଜିଲ୍ଲା ଭାବେ ମାନ୍ୟତା ପ୍ରଦାନ କରିବାକୁ ମୂଖ୍ୟ ମନ୍ତ୍ରୀ ଙ୍କୁ ନିବେଦନ କରା ଯାଇଛି I ମୋଟ ୧୪୧ଟି ଗ୍ରାମପଞ୍ଚାୟତ ବିଶିଷ୍ଟ ୬ଟି ବ୍ଲକ୍ କୁ ନେଇ ଗଠିତ ଧର୍ମଗଡ ଉପଖଣ୍ଡର ଭୌଗଳିକ ପରିସୀମା, ଜନସଂଖ୍ୟାକୁ ହିସାବକୁ ନେଲେ ଏହା ଏକ ସ୍ୱତନ୍ତ୍ର ଜିଲ୍ଲା ହେବାର ସମସ୍ତ ମାନଦଣ୍ଡକୁ ପୂରଣ କରୁଅଛି I ଧର୍ମଗଡ ଠାରୁ କମ୍ ଭୌଗଳିକ ସୀମା ଅଂଚଳ ଓ କମ ଜନସଂଖ୍ୟା ଥିବା ସୋନପୁର ,ନୂଆପଡା , ବୌଦ୍ଧ କୁ ଜିଲ୍ଲା ମାନ୍ୟତା ଦିଆଯାଇଛି I କିନ୍ତୁ ଚିରଅବହେଳିତ ଭାବେ ରହିଥିବା ଧର୍ମଗଡ କୁ ଅଣଦେଖା କରାଯାଇଛି I ଧର୍ମଗଡ ଉପଖଣ୍ଡ ଏକ ଉପାନ୍ତ ତଥା ସୀମାନ୍ତ ଅଂଚଳ ହୋଇଥିବା ବେଳେ ଏହି ଅଂଚଳର ଆଖିଦୃଶିଆ ଉନ୍ନତି ହୋଇପାରିନାହିଁ I ବରଗଡ଼ ପରେ ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ କରି କଳାହାଣ୍ଡି ଜିଲ୍ଲା, ଦ୍ଵିତୀୟ ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲା ଭାବେ ଗଣାଯାଉଛି I ଧର୍ମଗଡ ଉପଖଣ୍ଡ ଅଂଚଳରେ ସର୍ବାଧିକ ଧାନ ଉପ୍ତାଦନ ହୋଇଥାଏ I କିନ୍ତୁ ଏଠାରେ ଏକ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବୀ ହେଉଥିଲେ ହେଁ ଏହା ହୋଇ ପାରୁ ନାହିଁ I ଏଠାରେ ସବୁ ପ୍ରକାରର ଭିତ୍ତି ଭୂମି ଥିବାସତ୍ତ୍ୱେ ଧର୍ମଗଡ କୁ ଲଗାତାର ଭାବେ ଉପେକ୍ଷା କରାଯାଇ ଆସୁଛି I ଧର୍ମଗଡ ଠାରେ ଇଲେକ୍ଟ୍ରି ଡିଭିଜନ ଅଫିସ୍ ର ଶୁଭ ଉଦ୍ଘାଟନକରି ପରବର୍ତ୍ତୀ ସମୟରେ ଏଠାରୁ ଅନ୍ୟତ୍ର ଉଠାଇ ନିଆଯାଇଛି I ଏଠାରେ କାର୍ଯ୍ୟକ୍ଷମଥିବା ଏକ ମାତ୍ର ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜକୁ ବନ୍ଦ କରାଦିଯାଇଛି I ଧର୍ମଗତ ଡାକ୍ତରଖାନା ଉପଖଣ୍ଡ ସ୍ତରୀୟ ହୋଇଥିଲେ ସୁଦ୍ଧା ସଠିକ୍ ସେବା ଯୋଗାଇନପାରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଖାଲି ଏତିକି ନୁହେଁ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ଅଂଚଳକୁ ଅବହେଳିତ ଭାବେ ଛାଡି ଦିଆଯାଇଛି I ଧର୍ମଗଡ ମହାବିଦ୍ୟାଳୟ ଠାରେ ଥିବା ପଞ୍ଚାୟତ ମହାବିଦ୍ୟାଳୟକୁ ସ୍ଵଂୟ ଶାସିତ ମାନ୍ୟତା ପ୍ରଦାନ କରାଯାଉନାହିଁ I ଏକମାତ୍ର ମହିଳା ମହାବିଦ୍ୟାଳୟରେ ଏକ କଳାବିଭାଗ ରହିଥିବାବେଳେ ଏଠାରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲାଯାଉନାହିଁ I ଫଳରେ ଅଂଚଳର ଛାତ୍ରଛାତ୍ରୀ ମାନେ ଶିକ୍ଷାରେ ଆଗକୁ ବଢ଼ିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି I ଏଣୁ ସବୁସମସ୍ୟାର ସମାଧାନ ପାଇଁ ଧର୍ମଗଡ ଉପଖଣ୍ଡକୁ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ଦିଆଯାଉ ବୋଲି ସଂଘ ଦାବି କରିଛି I ଦାବୀ ପତ୍ର ପ୍ରଦାନ ସମୟ ରେ ସରପଞ୍ଚ ସଂଘ ସଭାପତି ହାତୀ ରାମ ଦୁର୍ଗା, ସମ୍ପାଦକ ଉଦିତ କୁମାର ନାଏକ, ଉପ ସଭାନେତ୍ରି ଗୌରୀ ସେଠୀଆ ଙ୍କ ସମେତ ତମ୍ବାଛଡ଼ା ସରପଞ୍ଚ ଆଶୁତୋଷ ପଟଯୋଷୀ, ପର୍ଲା ସରପଞ୍ଚ ବ୍ରିଜଲାଲ ନାଏକ, ବଡ ବସୂଲ୍ ସରପଞ୍ଚ ମକୁନ୍ଦ ଶବର, ଜୟନ୍ତ ପୁର ସରପଞ୍ଚ ଜୟନ୍ତୀ ବାଗ, ବଗାଡ ସରପଞ୍ଚ ବିନୋଦିନୀ ଗୌଡ଼, କଙ୍କେରୀ ସରପଞ୍ଚ ମମତା କେତକୀ, ବଡଫୁର୍ଲା ସରପଞ୍ଚ ପଙ୍କଜିନି ଶବର, ବଡ ଘୁମର ସରପଞ୍ଚ ଜନ୍ମେଜୟ ଗୋପାଲ, ଖଇର ପଦର ସରପଞ୍ଚ ସଂଯୁକ୍ତା ବାଗ, ବୋଡ଼େନ ସରପଞ୍ଚ ଅର୍ଜୁନ ବାଗ, ତରାପୁର ସରପଞ୍ଚ ପ୍ରତିନିଧି ସଞ୍ଜୀବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନ ରେ ଉପଖଣ୍ଡ ର ସମସ୍ତ ପଞ୍ଚାୟତ ରୁ ପ୍ରତିନିଧି ମାନେ ଏକତ୍ରିତ ହୋଇ ଆନ୍ଦୋଳନ କୁ ଜୋରଦାର କରିବେ ବୋଲି ଆବାହକ ବୀଭୁ ଦତ୍ତ ପ୍ରଧାନୀ ପ୍ରକାଶ କରିଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

Sunil Chandra Nayak

ଦକ୍ଷିଣି ଶୌଣ୍ଢିକ ମହାସଂଘର  ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ବୈଠକ

Sunil Chandra Nayak

ଚିଲିକା ନଳ ବଣରେ ହୁତୁହୁତୁ ହୋଇ ଜଳୁଛି ନିଆଁ : ବିପଦରେ ଜଳଚର ଜୀବ !!!

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort