ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ 

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ସ୍ଥାନୀୟ ଜି ସି ଡି ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ଏହି ମେଳା ରେ ରାୟଗଡ଼ ବ୍ଲକ ରୁ 80 ଗୋଟି ବିଜ୍ଞାନ ପ୍ରକଳ୍ପ ସ୍ଥାନିତ ହୋଇଥିଲା ଏହି ପ୍ରକଳ୍ପ ର 45 ଜଣ ମାର୍ଗ ଦର୍ଶକ ଶିକ୍ଷକ ଓ 250 ଜଣ ଛାତ୍ର /ଛାତ୍ରୀ ଭାଗନେଇ ଥିଲେ ଏବଂ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା କୁ ମୋଟ 8 ଗୋଟି ବିଜ୍ଞାନ ପ୍ରକଳ୍ପ କୁ ଅନୁମୋଦନ କରାଯାଇଥିଲା ଏହି ପ୍ରକଳ୍ପ ମଧ୍ୟରୁ ବାଳିକା ଉଚ୍ଚ ବିଦ୍ୟାଳୟ ର 2 ଗୋଟି ହଳୁଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର 1 ଗୋଟି କେ ମାଳୀଗାଓଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ 1ଗୋଟି କାର୍ଲା କଣା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ 1 ଗୋଟି ଓ ଏ ବି ତାଡମା ରୁ 1 ଗୋଟି ଏବଂ ଜି ସି ଡ଼ି ଉଚ୍ଚ ବିଦ୍ୟାଳୟ ରୁ 1 ଗୋଟି ପ୍ରକଳ୍ପ କୁ ମଞ୍ଜୁରୀ କରାଯାଇଥିଲା ଏହି ମେଳା କୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭଜନଲାଲ ମାଝୀ ଉଦଘାଟନ କରିଥିଲେ ଏବଂ ପ୍ରତେକ ଛାତ୍ର ଛାତ୍ରୀ ଙ୍କିପରି ନିଜ ନିଜର ବୈଜ୍ଞାନିକ ପ୍ରତିଭା ବିକାଶ କରିପାରିବେ ତାହା ଉପରେ ଛାତ୍ର ଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ ଏହି ଉଦଘାଟନ ଉତ୍ସବରେ ଆବାହକ ଭାବେ ଜି ସି ଡ଼ି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିଖ୍ୟୟିତ୍ରୀ ନମିତା ପଧାନ,ଗୋଷ୍ଟି ଶିକ୍ଷା ଅଧିକାରୀ ସୁବ୍ରତ କୁମାର ଦାସ. ସଭାପତିତ୍ୱ କରିଥିଲେ ଉଦଯାପନୀ ଅବସରରେ ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅମୁଲ୍ୟ କୁମାର ସାହୁ ଏବଂ ସମ୍ମାନୀୟ ଅତିଥି ଶ୍ରୀମତୀ ସୁନିତା ଭୋଇ ଉପସ୍ଥିତ ରହିଥିଲେ ଏହି ବିଜ୍ଞାନ ମେଳା କୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ ପରିଦର୍ଶନ କରିଥିଲେ ଏବଂ ଛାତ୍ର ଛାତ୍ରୀ ଙ୍କ ପ୍ରକଳ୍ପ ଗୁଡିକୁ ଦେଖି ଖୁସି ପ୍ରକଟ କରିଥିଲେ ।

ଏହି ବିଜ୍ଞାନ ମେଳା କୁ ସୁପରିଚାଳନା କରିବାରେ ବି ଆର ସି ସି ସହ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଓ ସି ଆର ସି ସି ମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଛାତ୍ର କଲ୍ୟାଣ ମୂଳଦୁଆ ପକ୍ଷରୁ ସରକାରୀ ସଂୟଶାସିତ ମହାବିଦ୍ୟାଳୟ ରେ ବ୍ଲାକ ଡେ ପାଳନ

Sunil Chandra Nayak

ଧରାକୋଟ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ଡାବୁଗାଁରେ ରଥକାଠ ଅନୁକୂଳ 

Sunil Chandra Nayak

Leave a Comment

error: Content is protected !!