ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

 ବ୍ରହ୍ମପୁର (ମସୀହା)_ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଜଣେ ଦକ୍ଷ ,ଅନୁଭୂତି ସମ୍ପନ୍ନ ବ୍ୟକ୍ତିତ୍ଵ ହେଉଛନ୍ତି ଖଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକ l ସେ ଦୀର୍ଘ ୨୫ ବର୍ଷ ଧରି ସେ ନିଜ କର୍ତ୍ତବ୍ୟବୋଧକୁ ସୂଚାରୁ ରୂପେ ସଂପାଦନ କରି ଆସୁଛନ୍ତି l ତାଙ୍କର ଦିଗଦର୍ଶନ, ଉତ୍ତମ ବ୍ୟକ୍ତିତ୍ଵ ଓ ବଳିଷ୍ଠ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସଫଳ ହାସଲ କରିଛନ୍ତି l ବିଗତଦିନରେ ତାଙ୍କରି ଦିଗ୍ ଦର୍ଶନରେ ଅନୁପ୍ରେରିତ ଓ ପ୍ରଭାବିତ ହୋଇ ଜାପାନରେ ଅନୁଷ୍ଠିତ ବିଶ୍ବ ସମ୍ମିଳନୀରେ ଯୁବଛାତ୍ର ଅଭିଷେକ ସାମନ୍ତରାୟ ପାଣିପାଗ ପରିବର୍ତ୍ତନ ସଂପର୍କିତ ପ୍ରସଙ୍ଗ ଉପସ୍ଥାପନ କରି ସଫଳତା ହାସଲ କରିଛନ୍ତି l ସର୍ବୋପରି ତାଙ୍କ ଦୃଢ଼ ଇଚ୍ଛାଶକ୍ତି , ଅଭିଜ୍ଞତା ଓ ଦକ୍ଷତାକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗପତ୍ର ସଂଖ୍ୟା ୪୨୯୨୫/ ତା ୨୯.୧୦.୨୪ ମୁତାବକ ତାଙ୍କୁ ଆସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି ମିଳିଛି l ଏଥିପାଇଁ ଡ଼ଃ ନାୟକଙ୍କୁ ବିଦ୍ୟାଳୟର ଅଧ୍ୟାପିକା ଡ଼ଃ ସନ୍ଧ୍ୟା ରାଣୀ ପଟ୍ଟନାୟକ, ମନ୍ମୟୀ ପଣ୍ଡା ଓ ସଂଘମିତ୍ରା ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବି , ପ୍ରଶଂସକ ସମେତ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟି ଚାଲିଛି l 

Related posts

ଓଭରବ୍ରିଜ ନିର୍ମାଣ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପ୍ରତିନିଧି ପକ୍ଷରୁ ଖଡଗପୁର ରେଳ ଡିଭିଜନର ବରିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା

Sunil Chandra Nayak

ଜିଲ୍ଲାସ୍ତରୀୟ ବିଶ୍ଵ ନିଶା ନିବାରଣ ଦିବସ ପାଳିତ

Sunil Chandra Nayak

ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!