ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଓକିଲ ସଙ୍ଘର ନିର୍ବାଚନ – ତୁଷାର ରଞ୍ଜନ ପଟ୍ଟଯୋଷୀ ସଭାପତି ଓ ଥବିର ପ୍ରସାଦ ସାହୁ ସଂପାଦକ ନିର୍ବାଚିତ

ଧର୍ମଗଡ ଓକିଲ ସଙ୍ଘର ନିର୍ବାଚନ – 

ତୁଷାର ରଞ୍ଜନ ପଟ୍ଟଯୋଷୀ ସଭାପତି ଓ ଥବିର ପ୍ରସାଦ ସାହୁ ସଂପାଦକ ନିର୍ବାଚିତ

ଧର୍ମଗଡ଼ ଓକିଲ ସଂଘର ନିର୍ବାଚନ ଆଜି ଶେଷ ହୋଇଛି। ଆଜି ସକାଳ ୧୦ଟାରୁ ଅପରାହ୍ନ ୩ଘଣ୍ଟା ପର୍ଯ୍ୟନ୍ତ କୋର୍ଟ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ ତୁଷାର ରଞ୍ଜନ ପଟ୍ଟଯୋଷୀ ଏବଂ ଥବିର ପ୍ରସାଦ ସାହୁ ସଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉପ ସଭାପତି ବିନୋଦ କୁମାର ନାଏକ, ସହ ସମ୍ପାଦକ ଗଙ୍ଗାଧର ମଙ୍ଗରାଜ ଓ ସୁମନ୍ତ କୁମାର ପଣ୍ଡା କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଆଇନଜୀବୀ ଭବାନୀ ଚରଣ ଦାସ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ମେହେର, ପ୍ରେମଲାଲ ସାଗର, କୃପାସିନ୍ଧୁ ପଣ୍ଡା, ଲିଙ୍ଗରାଜ ବେହେରା ଙ୍କୁ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଷୀ ନିର୍ବାଚନ ପରିଚାଳନା କରିଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଓଡ଼ିଆ ସାହିତ୍ୟ ସଂସଦ ପକ୍ଷରୁ ଗୁରୁ ଦିବସ ଉପଲକ୍ଷେ କବିତା ପାଠୋତ୍ସବ ଅନୁଷ୍ଠିତ 

Sunil Chandra Nayak

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ପାଳିତ

masiha

ତେନ୍ତୁଳିପଡାକୁ ସବୁଦିନିଆ ରାସ୍ତା ନିର୍ମାଣ କେବେ? ୬୫ ପରିବାରଙ୍କ ଯାତାୟତ ବାଧାପ୍ରାପ୍ତ , ବର୍ଷା ଦିନେ ଅଧାବାଟରେ ଅଟକୁଛି ଯାନବାହନ, ଅପହଞ୍ଚ ଆମ୍ବୁଲାନ୍ସ

Sunil Chandra Nayak

Leave a Comment

error: Content is protected !!