ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁନିଟେକ ଏବଂ ୱାଇ.ଏମ.ଏଫ.ଆଇ ପକ୍ଷରୁ ଏକାଡେମିକ ଏକ୍ସିଲେନ୍ସ ଆୱାର୍ଡ -୨୦୨୬ ଆୟୋଜିତ

ୟୁନିଟେକ ଏବଂ ୱାଇ.ଏମ.ଏଫ.ଆଇ ପକ୍ଷରୁ ଏକାଡେମିକ ଏକ୍ସିଲେନ୍ସ ଆୱାର୍ଡ -୨୦୨୬ ଆୟୋଜିତ

ରାଉରକେଲା: ୟୁନିଟେକ ଗ୍ରୁପ ଅଫ କମ୍ପାନୀଜ ଏବଂ ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ର ମିଳିତ ଆନୁକୂଲ୍ୟରେ ଏକାଡେ଼ମିକ ଏକ୍ସିଲେନ୍ସ ଆୱାର୍ଡ – ୨୦୨୬ ଆୟୋଜିତ ହୋଇଯାଇଛି l ଚଳିତ ବର୍ଷ ବିଭିନ୍ନ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ମାର୍ଟ ସିଟି ରାଉରକେଲା ର ୧୫୦ ରୁ ଉର୍ଦ୍ଧ୍ବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଏନଆଇଟି ସ୍ଥିତ ପିକେ ପରିଜା ଅଡ଼ିଟୋରିୟମ ଠାରେ ସମ୍ବର୍ଦ୍ଧିତ କରାଯାଇଛି l ଏଥିରେ ଏନଆଇଟି ର ରେଜିଷ୍ଟାର ପ୍ରଫେସର ରୋହନ ଧୀମାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ୟ ରେ କହିଲେ ଯେ, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଶୈକ୍ଷିକ ଉତ୍କର୍ଷତା ଓ କୌଶଳ ବିକାଶକୁ ପ୍ରୋତ୍ସାହନ ଦେବାର ଏହି ପ୍ରୟାସ କୁ ପ୍ରଶଂସା କରିଥିଲେ l ୟୁନିଟେକ ଗ୍ରୁପ ର ମହାପ୍ରବନ୍ଧକ ହର୍ଷ ଆର୍ଯ୍ୟ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ଉଦଘାଟନୀ କାର୍ଯ୍ୟକ୍ରମ ର ସଂଚାଳନ କରିଥିଲେ l ସେ ତାଙ୍କ ପ୍ରେରଣା ଦାୟକ ଅଭିଭାଷଣରେ ନିଜର ଶିକ୍ଷାଜୀବନର ଅନୁଭୁତି ସମ୍ପର୍କ ରେ ଆଲୋକପାତ କରିଥିଲେ l କଠିନ ପରିଶ୍ରମ, ନିରନ୍ତରତା ଓ କୌଶଳ ବିକାଶ ହିଁ ଜୀବନର ସଫଳତା ର ଚାବିକାଠି ବୋଲି ସେ କହିଥିଲେ l ୟୁନିଟେକ ଗ୍ରୁପ ର ଅଧ୍ୟକ୍ଷ ନରେଶ ଆର୍ଯ୍ୟ ଏଥିରେ ଅଧ୍ୟକ୍ଷତା କରିବା ସହ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିଲେ l ସେ ତାଙ୍କ ବକ୍ତବ୍ୟ ରେ ପ୍ରଯୁକ୍ତି କୁ ଅଙ୍ଗିକାର କରିବା ଓ ଭବିଷ୍ୟତ ପାଇଁ ନିଜକୁ ସଦା ପ୍ରସ୍ତୁତ ରଖିବାକୁ ପ୍ରେରିତ କରିଥିଲେ l ସମ୍ମାନିତ ଅତିଥି ଭାବେ ୱାଇଏମଏଫଆଇ ର ଉପଦେଷ୍ଟା ଇଂ ନଳିନୀ କାନ୍ତ ଧର ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ନିରନ୍ତର ପରିବର୍ତ୍ତନ ଶୀଳ ସମୟକୁ ଧ୍ୟାନରେ ରଖି ଭବିଷ୍ୟତ ପାଇଁ ନିଜକୁ ଅନୁକୂଳ ରଖିବାକୁ ଆହ୍ୱାନ କରିଥିଲେ l ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସେ ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷାର୍ଥୀ ମାନେ ନିଷ୍ଠାବାନ, ସମୟାନୁବର୍ତ୍ତିତା ହେବାସହ ଅଭିନଵ ଚିନ୍ତାଧାରା, ଚରିତ୍ରବାନ ଓ ଦାୟିତ୍ୱବାନ ହୋଇ ଦେଶର ପ୍ରଗତିରେ ରେ ସହାଭାଗୀ ହେବାକୁ ଆହ୍ୱାନ କରିଥିଲେ l ସିବିଏସସି, ଆଇ.ସି.ଏସ.ସି ଓ ଓଡିଶା ବୋର୍ଡ ରୁ ଉତ୍ତୀର୍ଣ୍ଣ ହୋଇଥିବା ଦଶମ, ଦ୍ୱାଦଶ ଶ୍ରେଣୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ l ଏହି ଅବସରରେ ମଂଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷୟତ୍ରୀ ଶୁଭ୍ରା ମିଶ୍ର ସଂଯୋଜନା କରିଥିଲେ l ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଉଭୟ ଅନୁଷ୍ଠାନର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଳ ଯୋଗାଣ ଅଫିସ୍ ଗେଟ ରେ ପିଟି ହୋଇ ମଟର ସାଇକଲ ଚାଳକ ମୃତ

Sunil Chandra Nayak

ଆର୍ ଏମ ସ୍କୁଲ ପିଲାଙ୍କ ଦ୍ଵାରା ଗାନ୍ଧୀ ଜୟନ୍ତୀ ପାଳନ 

masiha

ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )ପ୍ରକ୍ରିୟାର ସୁଚାରୁ ପରିଚାଳନା ସମ୍ବନ୍ଧୀୟ ବୈଠକ

Leave a Comment

error: Content is protected !!