ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢଉଗାଁ ରେ ସମିତି ସ୍ତରୀୟ ଯୁଗ୍ମ ଜନଶୁଣାଣି 

ଢଉଗାଁ ରେ ସମିତି ସ୍ତରୀୟ ଯୁଗ୍ମ ଜନଶୁଣାଣି 

ଆସିକା, ୨୫/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଢଉଗାଁ ପଞ୍ଚାୟତ ରେ ସମିତି ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଜନ ଶୁଣାଣି ଶିବିର ଚାଲିଥିବା ଗ୍ରାମ ପଞ୍ଚାୟତ ଗୃହର ନିଜସ୍ୱ ସ୍ଥାୟୀ ପଟା ନଥିବାରୁ ସରପଞ୍ଚ ଶ୍ରୀମତୀ ମନୁ ପାତ୍ର ପ୍ରଥମ ଆବେଦନକାରୀ ଭାବରେ ତହସିଲଦାର ଓ ଏ ବି ଡି ଓ ଙ୍କୁ ନିଜ ପଞ୍ଚାୟତ ଗୃହର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏହି ଶିବିରରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସରପଞ୍ଚ ଶ୍ରୀମତୀ ମନୁ ପାତ୍ର, ଇନ୍ସପେକ୍ଟର ଅଞ୍ଜଳି ବେହେରା, ଭି ଏ ଏସ ମାନସ ରଞ୍ଜନ ପଲାଇ, ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ସୁଶାନ୍ତ ଭୂୟାଁ, ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଶିବାନୀ ମହାନ୍ତି, କୃଷି ଅଧିକାରୀ ବିଶ୍ୱନାଥ ବେହେରା, ସି ଡି ପି ଓ ସୁନିଲ ପ୍ରଭା ରଥ,ବନପାଳ ଲାଯୁ ସବର, ରାଜସ୍ୱ ନିରୀକ୍ଷକ ରାଜେଶ ବଳ,ଅମିନ ନିରଞ୍ଜନ ସବର, ବି ପି ଏମ ପ୍ରତାପ ସ୍ୱାଇଁ, ମିସନଶକ୍ତି ବି ପି ସି ସୁଶାନ୍ତ ନାୟକ, ମୃତ୍ତିକା ସଂରକ୍ଷଣ ବିଭାଗ ର ଭାସ୍କର ସାହୁ, ଯୋଗାଣ ବିଭାଗ ର ରଶ୍ମିରାଣୀ ପ୍ରଧାନ, ଗ୍ରାମ୍ୟ ଗୃହ ନିର୍ମାଣ ଵିଭାଗ ର ଗାୟତ୍ରୀ ସାହୁ, ପି ଇ ଓ କାଳୁ ଚରଣ ସ୍ୱାଇଁ, ଏ ଡି ଇ ଓ ସଞ୍ଜୟ ପଲେଇ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜିର ଜନ ଶୁଣାଣି ରେ 30 ଗୋଟି ବିଭିନ୍ନ ବିଭାଗର ଆବେଦନ ଗ୍ରହଣ କରାଯାଇଥିଲା ।

Related posts

ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳ

Sunil Chandra Nayak

କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନ ର ବିର୍ଷିକ ଉତ୍ସବ ପାଳିତ

masiha

ନିଟ୍ ପରୀକ୍ଷାରେ ସଫଳ ହେଲେ ବିକାଶ କୁମାର

masiha

Leave a Comment

error: Content is protected !!