ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନିଦିନିଆ ଅଙ୍ଗନବାଡି କର୍ମୀଙ୍କ ପୋଷଣ ପ୍ରଶିକ୍ଷଣ ଶିବିର ଉଦଯାପିତ

ତିନିଦିନିଆ ଅଙ୍ଗନବାଡି କର୍ମୀଙ୍କ ପୋଷଣ ପ୍ରଶିକ୍ଷଣ ଶିବିର ଉଦଯାପିତ

ଆସିକା, ୨୩/୫/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ର ମିଶନ ଶକ୍ତି ଗୃହ ରେ ଅଙ୍ଗନବାଡି କର୍ମୀ ମାନଙ୍କ ତ୍ରିଦିବସୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି l ପୋଷଣ ଭି, ପଢ଼ାଇ ଭି’ ହେଉଛି ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୨୩ ମସିହାରେ ଆରମ୍ଭ ହୋଇଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ୬ ବର୍ଷରୁ କମ୍ ପିଲାଙ୍କୁ ପୌଷ୍ଟିକ ଖାଦ୍ୟ ସହିତ ଉନ୍ନତ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ପୋଷଣ ଭି, ପଢ଼ାଇ ଭି’ ର ମୁଖ୍ୟ ବିଶେଷତା ହେଲା ଶିକ୍ଷା ଓ ପୋଷଣର ମିଶ୍ରଣ ଅଟେ l ଏହା ଏକ ଏଭଳି ପଦକ୍ଷେପ, ଯେଉଁଥିରେ ପିଲାଙ୍କ ଶାରୀରିକ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟ ସହିତ ସେମାନଙ୍କ ମାନସିକ ବିକାଶ ନିମନ୍ତ୍ରଣ ଖେଳକୁଦ ଓ ଶିକ୍ଷାକୁ ମିଶାଯାଇଛି। ନୂତନ ଶିକ୍ଷା ନୀତି ଏନ ଇ ପି ଉପରେ ଆଧାରିତ ରହିଛି l ଏହି କାର୍ଯ୍ୟକ୍ରମ ଜାତୀୟ ଶିକ୍ଷା ନୀତି ୨୦୨୦ର ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରୁଛି l ଯାହା ପିଲାଙ୍କୁ ଖେଳ ମାଧ୍ୟମରେ ଶିକ୍ଷା ଦେବାକୁ ପ୍ରୋତ୍ସାହିତ କରେ। ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଏହି ଯୋଜନାର ଏକ ପ୍ରମୁଖ ଲକ୍ଷ ଅଟେ l ଏହି ଯୋଜନା ଅଧୀନରେ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି, ଯାହାଦ୍ୱାରା ସେମାନେ ଛୋଟ ପିଲାଙ୍କୁ ଉତ୍ତମ ଶିକ୍ଷା ଏବଂ ଯତ୍ନ ତଥା ଇ ସି ସି ଇ ଦେଇପାରିବେ। ଉଦ୍ଦେଶ୍ୟ:ଏହାର ଲକ୍ଷ୍ୟ ହେଉଛି ଅଙ୍ଗନବାଡ଼ିକୁ କେବଳ ପିଲାଙ୍କୁ ଖାଦ୍ୟ ଦେଉଥିବା ସ୍ଥାନ ଭାବେ ନ ରଖି, ବରଂ ଶିଶୁର ପ୍ରାରମ୍ଭିକ ବୁଦ୍ଧି ଏବଂ ଦକ୍ଷତା ବିକାଶର ଏକ ଶକ୍ତିଶାଳୀ କେନ୍ଦ୍ରରେ ପରିଣତ କରିବା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସିଡିପିଓ ସୁନୀଲ ପ୍ରଭା ରଥ, ଭାଗ୍ୟଲତା ମଣ୍ଡଳ, ରାଜଲକ୍ଷ୍ମୀ ପ୍ରଧାନ, ସୁଶୀଳା ମଲ୍ଲିକ, ଲକ୍ଷ୍ମୀ ଦଳେଇ, ପଦ୍ମାବତୀ ମଲ୍ଲିକ ପ୍ରମୁଖ ପ୍ରଶିକ୍ଷଣ ରେ ସହଯୋଗ କରିଥିଲେ l

Related posts

ପାନୀୟ ଜଳ ସମାଧାନ ପାଇଁ ଦାବି ନଚେତ ଆନ୍ଦୋଳନ

Sunil Chandra Nayak

ଚେମ୍ୱର ଅଫ କମର୍ସ ପକ୍ଷରୁ  ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଙ୍କୁ ସ୍ୱାଗତ ଓ ବିଦାୟୀ ଡିଏସପି ଙ୍କୁ ବିଦାୟ ସମ୍ବର୍ଧନା 

masiha

ଅବସର ପରେ ବି କ୍ଷମତା ଉପଭୋଗ କରୁଛନ୍ତି କୁଳପତି : ନିଯୁକ୍ତିକୁ ନେଇ ବିବାଦ

Leave a Comment

error: Content is protected !!