ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଟିଆ ପାଳିଲା ଓଡ଼ିଶା ଦିବସ ଗୋଟିଏ ମଞ୍ଚରେ ଏକାଠି ହେଲେ ସର୍ବ ଦଳୀୟ ନେତା ଏକାଠି ହେଲେ ବିବାଦୀୟ ଗ୍ରାମବାସି

କୋଟିଆ ପାଳିଲା ଓଡ଼ିଶା ଦିବସ

ଗୋଟିଏ ମଞ୍ଚରେ ଏକାଠି ହେଲେ ସର୍ବ ଦଳୀୟ ନେତା
ଏକାଠି ହେଲେ ବିବାଦୀୟ ଗ୍ରାମବାସି

ପଟ୍ଟାଙ୍ଗି ତା-୦୧/୦୪ଆଜି ରାଜ୍ୟ ପାଳୁଛି ଓଡିଶା ଦିବସ।ଏହି ଅବସରରେ କୋରାପୁଟ ଜିଲ୍ଲା ପକ୍ଷରୁ ଆୟୋଜନ କରାଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆନ୍ଧ୍ର ଓଡ଼ିଶା ବିବାଦୀୟ କୋଟିଆ ଠାରେ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ।

କୋଟିଆ ପାଳିଲା ଓଡ଼ିଶା ଦିବସ।ସୀମାନ୍ତ ଗ୍ରାମବାସୀ ଙ୍କୁ ଏକାଠି କରି ଆମେ ଓଡ଼ିଆ, ଆମ ସଂସ୍କୃତି ଓଡ଼ିଆ, ଲଢ଼ିବୁ ପଛେ କୋଟିଆ କୁ ଛାଡ଼ିବୁ ନାହିଁ।ଏହି ପରି ମଞ୍ଚ ଉପରେ ଏକତ୍ରିତ ହୋଇଥିବା ରାଜ ନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ଗୋଟିଏ ସ୍ୱର ଶୁଣିବାକୁ ମିଳିଛି। କୋରାପୁଟ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ବହୁ ଚର୍ଚ୍ଚିତ କୋଟିଆ ସଦର ମହକୁମା ରେ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଭି କୀର୍ତ୍ତି ଭାଶନ ଅଧକ୍ଷତା ରେ କୋରାପୁଟ ବିଧାୟକ ରଘୁରାମ ମାଛ ,ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ବରିଷ୍ଠ ନେତା ଜୟରାମ ପାଙ୍ଗି, ପୂର୍ବତନ ଜିଲ୍ଲାପାଳ ତଥା ଆମ କୋଟିଆର ଅଧକ୍ଷ ଗଦାଧର ପରିଡା, ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ଉପଜିଲାପାଳ ପ୍ରେମ ଲାଲ ହିଆଲ, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ସରପଞ୍ଚ ଲିୟୁ ଗେମେଲ, ଜଲା ପରିଷଦ ସଭ୍ୟା ଟିକାଇ ଗେମେଲ , ଜିଲା ପରିଷଦ ସଭ୍ୟ ଲଇଚନ ଖରା, ସିଡିଓ ବେଣୁଧର ଶବର ଏବଂ ଏମ୍‌ପି ପ୍ରତିନିଧି ଶୁକ୍ରାଖରା ଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଓଡିଆ ଭାଷା ପ୍ରଚାରକୁ ଗୁରୁତ୍ୱ ଦେଇଥିଲେ । କୋଟିଆ ପଞ୍ଚୟତ ର ସବୁ ଗ୍ରାମରୁ ପ୍ରାୟ ହଜାରରୁ ଅଧିକ ଲୋକେ ଆସିଥିଲେ ।ଜିଲାର ସବୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ସମସ୍ତେ କୋଟିଆ ରେ ଆନ୍ଧ୍ର ର ଅନୁପ୍ରବେଶ ଉପରେ ଗୁରୁତ୍ୱ ଦେବାକୁ ମତ ପ୍ରକାଶ କରିଥିଲେ ।ସେପରି କୋରାପୁଟ ଜିଲାପାଳ କୋଟିଆ ର ସାମଗ୍ରିକ ବିକାଶ କୁ ସରକାର ଗୁରୁତ୍ୱ ଦେଉଛନ୍ତି ଓ ଆଗକୁ କୋଟିଆ ବିକାଶ ପାଇଁ ଧ୍ୟାନ ଦିଆଯିବ ବୋଲି କହିବା ସହିତ ଆନ୍ଧ୍ର ଯାହାବି କରୁଛି ଲୁଚିଛପି କରୁଛି ତାକୁ ଜବାବ ଦେବାପାଇଁ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ସବୁବେଳେ ପ୍ରସ୍ତୁତ ଅଛି ବୋଲି ପ୍ରକାଶ କରିଥିଲେ।ସେହିପରି କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ କାଡାମ କହିଥିଲେ ରାଜ୍ୟ ର ଓଡ଼ିଆ ଅସ୍ମିତା ଭାଷାଭିତିକ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏହି କୋଟିଆ ମାଟିରୁ ବାର୍ତ୍ତା ଯାଉଛି ଆମେ ଏକ ଏବଂ କୌଣସି ରାଜ୍ୟ ର ଅନୁପ୍ରବେଶ କୁ ଆମେ ବରଦାସ୍ତ କରିବୁ ନାହିଁ ବୋଲି କହିଛନ୍ତି।ଆନ୍ଧ୍ର ତାଙ୍କ ରାଜ୍ୟ ସମ୍ଭାଳୁ ଆମେ ଆମ ରାଜ୍ୟ ସମ୍ଭାଳି କୁ ପ୍ରସ୍ତୁତ ଅଛୁ।ଓଡ଼ିଆ ଭାଷା ଓ ଓଡ଼ିଶାର ସ୍ୱାଭିମାନ କୁ ବଞ୍ଚେଇ ବା ପାଇଁ ଆମେ ଆଜି ଏହି କୋଟିଆ ରେ ଏକାଠି ହୋଇଛୁ ଯଦିଓ ଦାଦାଗିରି ଦେଖେଇବ ତାହାହେଲେ ଆମେ ପାଣି ପ୍ରଥମେ ବନ୍ଦ କରିଦେବୁ କିନ୍ତୁ ଆମେ ଏତେ କଠୋରତା ହେବାକୁ ଚାହୁଁନୁ ବୋଲି କହିଥିଲେ।ଏହାପରେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉଚ୍ଚ ବାଳିକା ପରିସରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

masiha

ଇଦ ଉଲ ଫିଦର ର ବନ୍ଧୁମିଳନରେ ପ୍ରେମ, ଶ୍ରଦ୍ଧା ଓ ଭାଇଚାରା

Sunil Chandra Nayak

ବାପ ଛେଉଣ୍ଡ ,ଭିନ୍ନକ୍ଷମ ତଥାପି ନା ରାସନ ପାଉଛନ୍ତି ନା ଭତ୍ତା

Sunil Chandra Nayak

Leave a Comment

error: Content is protected !!