ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେରଳା ପବ୍ଲିକ ସ୍କୁଲରେ ଓଡିଶା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ 

କେରଳା ପବ୍ଲିକ ସ୍କୁଲରେ ଓଡିଶା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ 

 ମୟୂରଭଞ୍ଜ -୦୧/୦୪ // ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ ବିଜାତଳା ବ୍ଳକର ଅସନଵଣି ଗ୍ରାମର ୧୯୯୫ ମସିହାରୁ ସ୍ଥାପିତ ଇଂରାଜୀ ମିଡିୟମ କେରଳା ପବ୍ଲିକ ସ୍କୁଲରେ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ତ୍ରୀପାଠୀ ଙ୍କ ସଭାପତିତ୍ବରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି ।ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ,ଅଭିଭାବିକା  ତଥା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ଏହି ମହାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ନେଇଥିବା ମହାମନିଷୀ ଉତ୍କଳ ଗୌରବ ମଧୁସୂଦନ ଦାସ,ଉତ୍କଳମଣି ଗୋପବନ୍ଧୁ ଦାସ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ,ବ୍ୟାସକବି ଫକିରମୋହନ ସେନାପତି,କର୍ମବୀର ଗୌରୀଶଙ୍କର ରାୟ, ପଲ୍ଲିକଵି ନନ୍ଦ କିଶୋର ବଳ,କବିବର ରାଧାନାଥ,ଭକ୍ତକବି ମଧୁସୂଦନ ରାଓ, ପଣ୍ଡିତ ଗୋଦାବରୀଶ ମିଶ୍ର,, ପଣ୍ଡିତ ନୀଳକଣ୍ଠ ମିଶ୍ର ପ୍ରମୁଖ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଅଧ୍ୟକ୍ଷା କହିଥିଲେ ଓଡ଼ିଆ ଭାଷା ହେଉଛି ଆମ ପ୍ରାଣ,ଆମ ମନ, ଏବଂ ଆମ ଆତ୍ମାର ଭାଷା ।ଓଡ଼ିଶା ଦିବସ ଆସିଲେ ଆମ ଦେହରେ କେମିତି ଏକ ଶିହରଣ ସୃଷ୍ଟି ହୁଏ । ମହାମନିଷୀଙ୍କ ସଂଗ୍ରାମ, ତ୍ୟାଗ,ତିତୀକ୍ଷା ଉଦ୍ୟମ ଯୋଗୁଁ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇଛି । ସେ ଓଡିଶା ଗଠନରେ ସଂପୃକ୍ତ ଥିବା ଓଡ଼ିଶାର ସମସ୍ତ ମହାପୁରୁଷ ମାନଙ୍କର ସ୍ମୃତିଚାରଣ କରିବା ସହିତ ଓଡ଼ିଆ ଭାଷା, ସଂସ୍କୃତି ତଥା ଐତିହ୍ୟର ମହତ୍ୱକଥା ବର୍ଣ୍ଣନା କରିଥିଲେ। ସେହି ମହାମନିଷୀଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧାଞ୍ଜଳୀ ପୂର୍ବକ ଗୌରବମୟ ଆମ ଅତୀତର କଥା ଓ ଖାତାକୁ ସ୍ମରଣ କରିବା ଆମର ପ୍ରଥମ କର୍ତ୍ତବ୍ୟ । ଆମେ ସମସ୍ତେ ଆଜିର ଦିନରେ ସଂକଳ୍ପ ନେବା ଆମ ନିଜ ଭାଷା, ସାହିତ୍ୟ ଓ ସଂଊକୁ ଚିହ୍ନି ଆମର ପୂର୍ବ ଗୌରବ ଫେରାଇ ଆଣିବାକୁ ନିଷ୍ଠାପର ଭାବରେ ଉଦ୍ଯମ କରିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗୀତ ଓ ନୃତ୍ୟ ର ମାନମୁଗ୍ଧକର ପରିବେଶ ସମସ୍ତଙ୍କୁ ଆନନ୍ଦିତ କରିଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମିତାରାଣୀ ସାହୁ ମଞ୍ଚ ପରିଚାଳନା କରିବା ସହିତ ସାଧାରଣ ଜ୍ଞାନ ପରୀକ୍ଷା କରିଥିଲେ। ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଭାଗ ନେଇ ଥିଲେ। ପରିଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଆକାଶ ମହାନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ବିଦ୍ଯୁତ ଟ୍ରାନ୍ସଫର୍ମର ତାର ସଂପର୍ଶ ରେ ଆସି ଲକ୍ଷ୍ମଣ ଗଉଡଙ୍କ ମୃତ୍ୟୁ କୁ ନେଇ ମାନବାଧିକାର କମିଶନଙ୍କ ନୋଟିସ ଜାରି

Sunil Chandra Nayak

ଭବାନୀପାଟଣା ରିଷିଗାଁ କ୍ଳଷ୍ଟର ରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମୁହିକ ସମ୍ବର୍ଦ୍ଧନା 

masiha

କବି ବ୍ରଜନାଥ ବଡ଼ଜେନା ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ

Sunil Chandra Nayak

Leave a Comment

error: Content is protected !!