ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କଲେ ମୟୂରଭଞ୍ଜ ଜିଲ୍ଲାପାଳ

ରାଇରଙ୍ଗପୁରରେ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କଲେ ମୟୂରଭଞ୍ଜ ଜିଲ୍ଲାପାଳ

 ମୟୂରଭଞ୍ଜ -୯/୧୧ ( ମସିହା)ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨୭ ରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ଦୁଇଟି ନିର୍ବାଚନ ମଣ୍ଡଳୀ ରାଇରଙ୍ଗପୁର ( ସଂରକ୍ଷିତ )ଏବଂ ସାରସକଣା ( ସଂରକ୍ଷିତ) ର ଭୋଟର ମାନଙ୍କୁ ସଚେତନ କରିବା ପାଇଁ ଦୁଇଟି ସଚେତନତା ରଥକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସବୁଜ ପତକା ଦେଖାଇ ଗୁରୁବାର ଦିନ ଶୁଭାରମ୍ଭ କରିଛନ୍ତି । ଏହି ଦୁଇଟି ରଥ ରାଇରଙ୍ଗପୁର ପୌରାଞ୍ଚଳ ସମେତ ସମସ୍ତ ବଳକ ଏବଂ ଗ୍ରାମାଞ୍ଚଳରଜ ବୁଲି ବୁଲି ଡ଼ାକବାଜି ଯନ୍ତ୍ର ଏବଂ ପ୍ରଚାର ପତ୍ର ଦ୍ବାରା ଯୁବଠାରୁ ବୟସ୍କ ଭୋଟରଙ୍କୁ ସଚେତନ କରିବ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ନିର୍ବାଚନ ଅଧିକାରୀ ଲକ୍ଷ୍ୟ ରଖିଛନ୍ତି ।୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଯୋଗ୍ୟ ଭୋଟର ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ,ତ୍ରୁଟି ସମାଧାନ ଓ ନାମ ବାଦ ଦେବାକୁ ଆବେଦନକାରୀ ଉଭୟ ଅନଲାଇନ ଓ ଅଫ ଲାଇନରେ ଆବେଦନ କରି ପାରିବେ । ନଭେମ୍ବର ୫,୧୧,୧୯ ଓ ୨୫ ତାରିଖରେ ସ୍ଵତନ୍ତ୍ର ଅଭିଯାନ ଦିବସ ଧାର୍ଯ୍ୟ କରାଯାଇଛି ।ଏହି ଦିନ ମାନଙ୍କରେ ବୁଥ ସ୍ତରୀୟ ଅଧିକାରୀ ( ଵିଏଲଓ) ନିକଟସ୍ଥ ମତଦାନ କେନ୍ଦ୍ରରେ ରହି ଆବେଦନ ଫର୍ମ ଗ୍ରହଣ କରିବେ । ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ତାଲିକାରେ ଯୋଗ,ବାଦ୍, ସଂଶୋଧନ ଏବଂ ସ୍ଥାନ ପରିବର୍ତ୍ତନ ଲାଗି ଆବେଦନ ଗ୍ରହଣ କରାଯିବ ।ଭୋଟର ତାଲିକାରେ ନାମ ପଂଜୀକରଣ କରିବାକୁ ଫର୍ମ ୬,ନାମ ବାଦ ଦେବାକୁ ଫର୍ମ ୭ ଓ ତଥ୍ୟ ସଂଗ୍ରହ କରିବାକୁ ଫର୍ମ ୮ ରେ ଆବେଦନ କରିବାକୁ କୁହାଯାଇଛି । ଆସନ୍ତା ନବବର୍ଷ ୨୦୨୪ ଜାନୁଆରୀ ୫ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସରୋଜ ଦାସ, ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ସହକାରୀ ଜିଲ୍ଲାପାଳ ରମେଶ ଚନ୍ଦ୍ର ନାୟକ, ବରିଷ୍ଠ ବିଭାଗୀୟ ଅଧିକାରୀ ଉମାକାନ୍ତ ପାତ୍ର, ବରିଷ୍ଠ ରାଜସ୍ବ ସହାୟକ ପ୍ରସାଦ ବେହେରା, ଦୁର୍ଗା ପ୍ରସାଦ ଦାଶ,ସୁନ୍ଦର ମୋହନ୍ ମୁର୍ମୁ,ଦୀପକ ମହାନ୍ତ,ଗୌରୀ ଶଙ୍କର ସାମନ୍ତରାୟ,ରେବତୀ ମୁର୍ମୁ, ପ୍ରିୟଙ୍କା ଗୁପ୍ତା,ଛାତ୍ରୀ ଚରଣ ଵେଶ୍ରା,କେଶବ ନାଏକ,ଲକି ପାଣି, ଚନ୍ଦ୍ର ଭାନୁ ଦାସ,ଜଗତ ଜୀବନ ମହାକୁଡ଼, ଦେବେନ୍ଦ୍ର କୁମ୍ଭକାର , ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ମାନେ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଅଣ୍ଡାର ବଜାର ଦର ବୃଦ୍ଧି କୁ ନେଇ ପ୍ରଶାସନ ନିକଟରେ ଦାବୀପତ୍ର ଓ ଆଲୋଚନା

Sunil Chandra Nayak

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଜୁଲାଇ ୧୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ୨୬ ଟି ବ୍ଲକରେ ଏସ ଆଇ ଏସ ଇଣ୍ଡିଆ ଲିଃ,କଟକ ଆନୁକୁଲ୍ୟରେ ନିଯୁକ୍ତି ଶିବିର

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort