ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ପୁରୀ ଶ୍ରୀଜଗନ୍ନାଥଙ୍କ ଚାରି ଦ୍ବାର ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ରାଇରଙ୍ଗପୁରରେ ପୁରୀ ଶ୍ରୀଜଗନ୍ନାଥଙ୍କ ଚାରି ଦ୍ବାର ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

 ମୟୂରଭଞ୍ଜ -୯/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଆଜି କଂଗ୍ରେସ ଦଳ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଓ ସଚେତନତା ଶୋଭାଯାତ୍ରା ସହ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଏଥିରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ ଏହାର ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ସତ୍ୟାଗ୍ରହରେ ରାଜ୍ୟ ସରକାର ଜଗନ୍ନାଥ ପ୍ରେମୀ,ସଂସ୍କୃତି ସଂପନ୍ନ ବ୍ୟକ୍ତି,ଆଧ୍ଯାତ୍ମିକ ବ୍ୟକ୍ତି, ଶ୍ରଦ୍ଧାଳୁମାନଙ୍କ ଆବେଗ ଓ ଭିଡ଼କୁ ଲକ୍ଷ୍ୟ କରି ଶିଘ୍ର ୪ ଦ୍ବାର ଖୋଲିବା ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ।ଏବେ ଚାଲିଛି ପବିତ୍ର କାର୍ତ୍ତିକ ମାସ ଓ ପାର୍ବଣ ଋତୁ ।ପୁରୀକୁ ଜନ ସମୁଦ୍ର ଶୁଅ ଛୁଟୁଛି । ଯେମିତି କୌଣସି ଭକ୍ତ ସହଜରେ ଜଗନ୍ନାଥ ଦର୍ଶନ ଓ ସାନିଧ୍ଯ ଲାଭ କରି ପାରିବେ ।ଏଥିରେ ବହୁ ସଂଖ୍ୟାରେ ଯୁବ, ଛାତ୍ର,ମହିଳା କଂଗ୍ରେସର ସଦସ୍ୟ ବୃନ୍ଦ ତଥା ଜିଲ୍ଲା ସଂପାଦକ ଆଡଭୋକେଟ ହରି ଚରଣ ସାହୁ, ଏସି ସେଲ ଜିଲ୍ଲା ସଭାପତି ଭାଗିରଥି ପାତ୍ର,ଅଶୋକ ଅଗ୍ରୱାଲ, ସ୍ତମ୍ଭକାର ଲଳିତ ମହାନ୍ତ,ଏମଡି ଇନ୍ତେକାମ୍ ଅଲ୍ଲୀ, ବସନ୍ତ ପଟ୍ଟନାୟକ,ରୂପକ ମହାନ୍ତି ( ଚିକୁ), ମହିଳା କଂଗ୍ରେସ ନେତ୍ରୀ ରାକ୍ଷୀ ପୂର୍ଣ୍ଣିମା ଡଗରା, ଅନନ୍ତ ମାର୍ଣ୍ଡୀ,ଜାନେଶ୍ବର ଅଖତାର, ଯୋଗେନ୍ଦ୍ର ବାନରା,ମନୋଜ ନାୟକ, ସବ୍ୟସାଚୀ ଖୁଣ୍ଟିଆ, ରଘୁରାମ ସାହୁ,ଅମର ସିଂ ମହାନ୍ତ,ମୋହନ ହେମ୍ବ୍ରମ, ଜୟରାମ ଦାସ, ଦେବାଶିଷ ପାତ୍ର,ରାହୁଲ ମହାନ୍ତି ଏହି ସତ୍ୟାଗ୍ରହରେ ସାମିଲ ହୋଇ ରାଜ୍ୟବାସୀଙ୍କୁ ଏହା ସଚେତନ କରାଇବା ପାଇଁ ମନ୍ଦିର ପରିକ୍ରମା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ମାଳିଯୁବାଙ୍ଗଠାରେ କଂଗ୍ରେସର କର୍ମୀ ସମ୍ମିଳନୀ, ଗଠନ ହେଲା ପଞ୍ଚାୟତ କମିଟି

masiha

ରାଇରଙ୍ଗପୁରରେ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ବିଜୟ ଓ ଶୁଭେଚ୍ଛା ଶୋଭାଯାତ୍ରା

masiha

ଟାଟା ପାୱାର ର ଗ୍ରାହକ ଶୋଷଣ ନିତୀ ବିରୁଦ୍ଧରେ ଓ ସମସ୍ତ ପରିବାର କୁ ୨ଶହ ୟୁନିଟ୍ ବିଜୁଳି ଦେୟ ମୁକ୍ତ କରିବା ଦାବିରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିର୍ବାହୀ ଯନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!