ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚମ୍ପି ପଞ୍ଚାୟତ ଠାରେ ପରବ ୨୦୨୩ ଅନୁଷ୍ଠିତ 

ଚମ୍ପି ପଞ୍ଚାୟତ ଠାରେ ପରବ ୨୦୨୩ ଅନୁଷ୍ଠିତ 

ଲକ୍ଷ୍ମୀପୁର ଚମ୍ପି ଗ୍ରାମ ପଞ୍ଚାୟତ ସ୍ତରୀୟ ପରବ ପିଇଓ ସଞ୍ଜୀବ କୁମାର ବିଡ଼ିକାଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ଦଳର ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର କୁଲେସିକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ବ୍ଲକର ଉପାଧ୍ୟକ୍ଷା ଶ୍ରୀମତି ଆରତୀ କୁଲଦୀପ, ଚମ୍ପି ସରପଞ୍ଚ ମଞ୍ଜି ପ୍ରାସ୍କା, ବିଜେପି ଜିଲ୍ଲା ଯୁବ ଉପ ସଭାପତି ମନୋଜ କୁମାର ସାହୁ, ପ୍ରଧାନ ଶିକ୍ଷକ ସେବା ଆଶ୍ରମ ବିଦ୍ୟାଳୟ ଚମ୍ପି ବି.ତିରୁପତି ରାଓ, ନାଏବ ସରପଞ୍ଚ ମାଳତି କଲେକା,ଯୁବ ବିଜେଡି ନେତା ଦେବ ଖରା ଓ ତୈଲ ପ୍ରାସ୍କା ପ୍ରମୁଖ ଉପସ୍ଥିତ ସ୍ଥାନୀୟ ଠାକୁରାଣୀ ମନ୍ଦିର ପୂଜା ଅର୍ଚ୍ଚନା କରି ମାଶାଲ ସଭାଯାତ୍ରାରେ ବାହାରି ଚମ୍ପି ପରବ ପଡ଼ିବାକୁ ଆସି ସେଠାରେ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରି ପରବ ଶୁଭାରମ୍ଭ କରିଥିଲେ। ଅତିଥି ମାନଙ୍କୁ ମିଞ୍ଜି ପ୍ରାସ୍କା ଉପଢୌକନ ପ୍ରଦାନ ସମ୍ମାନିତ କରିଥିଲେ ଏହାପରେ ଖେଳ ପ୍ରତିଯୋଗୀତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗି ମାନଙ୍କୁ ମାନ ପତ୍ର ସହ ଟ୍ରୋଫିକ୍ ପ୍ରଦାନ କରିଥିଲେ। ଉକ୍ତ ପରବକୁ ଚମ୍ପି ବିଦ୍ୟାଳୟ ଶିକ୍ଷକ ମହନ୍ତ ଖରା ପରିଚାଳନା କରିଥିଲେ। ପରବରେ ଯୋଗ ଦେଇଥିବା ସମସ୍ତଙ୍କ ପାଇଁ ଚମ୍ପି ଗ୍ରାମ ପଞ୍ଚାୟତ ତରଫରୁ ଖାଇବା ଆୟୋଜନ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନଡ଼ିଆ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା 

masiha

ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

masiha

ଜିଲ୍ଲାପାଳଙ୍କ ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!