ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ସେନାବାହିନୀ ରେ ଅଗ୍ନିପଥ ଯୋଜନାରେ ଜିଲ୍ଲାର ଯୁବାବର୍ଗ ଙ୍କ ଭର୍ତ୍ତି ସମ୍ଭନ୍ଧିୟ ବୈଠକ 

ଭାରତୀୟ ସେନାବାହିନୀ ରେ ଅଗ୍ନିପଥ ଯୋଜନାରେ ଜିଲ୍ଲାର ଯୁବାବର୍ଗ ଙ୍କ ଭର୍ତ୍ତି ସମ୍ଭନ୍ଧିୟ ବୈଠକ 

ନବରଙ୍ଗପୁର :(ତା ୬.୪.୨୨୬)(ରବିନାରାୟଣମହାନ୍ତି)ଗତ ୪.୦୪.୨୦୨୬ ତାରିଖରେ ନବରଙ୍ଗପୁରର ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ଅଶୋକ ମେହତା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୋପାଳପୁରର ସେନା ନିଯୁକ୍ତି ଅଧିକାରୀ କର୍ଣ୍ଣେଲ କଲ୍ୟାଣ କୁମାର ରେଡ୍ଡି ଅଗ୍ନିବୀରଙ୍କ ଦରମା ଏବଂ ସୁବିଧା ବିଷୟରେ ଅନଲାଇନ ରେ ସୂଚନା ଦେଇଥିଲେ। ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ସ୍ତରୀୟ ଅଧିକାରୀ,ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ସହର ଡିଗ୍ରୀ କଲେଜର ଅଧ୍ୟକ୍ଷ, ଜିଲ୍ଲା କଲ୍ୟାଣ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀ ଉପସ୍ଥିତ ଥିଲେ। ଅଗ୍ନିବୀର ପଞ୍ଜିକରଣର ଶେଷ ତାରିଖ ୧୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏବଂ ଉପସ୍ଥିତ ସମସ୍ତଙ୍କୁ ଅଗ୍ନିଵୀର ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ନବରଙ୍ଗପୁର ଜିଲ୍ଲାର ଯୋଗ୍ୟ ଯୁବକମାନଙ୍କୁ ସର୍ବାଧିକ ପଞ୍ଜିକରଣ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ। ଯଦି କୌଣସି ପ୍ରାର୍ଥୀ କୌଣସି ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଅନ୍ତି, ତେବେ ରେଡକ୍ରସ୍ ପାଣ୍ଠିରୁ ପଞ୍ଜିକରଣ ଫି ବାବଦ ୨୫୦ ଟଙ୍କା ବହନ କରାଯିବ ବୋଲି ସୂଚନା ଦିଆଯାଇଥିଲା।

ସୂଚନା ଯୋଗ୍ୟ ଯେ ସେନାବାହିନୀରେ କାମ କରିବା ପାଇଁ ଆଗ୍ରହୀ ଯୁବବର୍ଗ www.joinindianarmy.nic.in ୱେବସାଇଟ ରେ ଅନଲାଇନ ଆବେଦନ କରିପାରିବେ।ନିୟମିତ କ୍ୟାଡ଼ର ପଦବୀ ବ୍ୟତୀତ ଟେକ୍ନିକାଲ ଷ୍ଟ୍ରିମ୍ ରେ ଅନେକ ପଦବୀ ରେ ମଧ୍ୟ ଆବେଦନ କରିବାକୁ ଆହ୍ୱାନ କରାଯାଇଛି।ଦେଶ ମାତୃକାର ସେବା ଓ ନିଜର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆବେଦନ କରିବାକୁ ଜିଲ୍ଲାପାଳ ଆହ୍ୱାନ କରିଥିଲେ ଏବଂ ସମସ୍ତ ବି ଡି ଓ ତାଙ୍କ ଅଞ୍ଚଳରେ ଯେଭଳି ଅଧିକରୁ ଅଧିକ ଯୁବା ପଞ୍ଜୀକରଣ କରିବେ ସେଥିପାଇଁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୁନାଗଡ଼ରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନେଇ ଉତ୍ସବ ମୁଖର ସହର

Sunil Chandra Nayak

ଉମରକୋଟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ଇଟିଆଇ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!