ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨ଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ୧ ମୃତ, ୨ ଆହତ

୨ଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ୧ ମୃତ, ୨ ଆହତ 

ଡାବୁଗାଁ, ୬/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ – ବୋରିଗାଁ ମୁଖ୍ୟ ରାସ୍ତା ଉପରେ ବୋରିପଦର ଛକ ନିକଟ ରେ ରବିବାର ରାତ୍ରି ରେ ୨ ଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇ ଜଣେ ମୃତ ଓ ୨ଜଣ ଆହତ ହୋଇଛନ୍ତି | ସୂଚନଯୋଗ୍ୟ:- ଉମରକୋଟ ଥାନା ଅଧିନ ଡଙ୍ଗରିଗୁଡ଼ା ଗ୍ରାମ ର ଜୟସିଂ ଲହରା (୩୭) ଏକ ମୋଟର ସାଇକେଲନଂ ଓଡି ୦୪ ସିଜି ୭୭୫୭ ଯୋଗେ କୌଣସି କାମରେ ଆସି ଫେରୁଥିବା ସମୟରେ ସେହି ଦିଗରୁ ଘୋଡ଼ାଖୁଣ୍ଟା ଗ୍ରାମର ବିଶାଳ ସାହୁ (୧୭) ଓ ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତର ଜୟନ୍ତୀନଗର ସାହିର ଜିତ୍ ସୁନ୍ଦର (୧୭) ଏକ ମୋଟରସାଇକେଲ ନଂ ଓଡ଼ି ୨୪ ଏଲ ୨୩୯୬ ପଛପଟୁ ଧକ୍କା ଦେଇଥିଲା ଫଳରେ ଉଭୟ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ଜୟସିଂ ଙ୍କର ମୃତ୍ୟୁ ଘଟିଥିବା ବେଳେ ବିଶାଳ ଓ ଜିତ୍ ଆହତ ହୋଇଥିଲେ । ଖବରପାଇ ଡାବୁଗାଁ ଅଗ୍ନିସମ କେନ୍ଦ୍ର ଗାଡି ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା । ସେଠାରେ ବିଶାଳ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଜିତ ଙ୍କ ଅବସ୍ଥା ଠିକ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । ଉଭୟ ଗାଡି କୁ ପୋଲିସ୍ ଜବତ କରିଥିବା ନେଇ ସୂଚନା ମିଳିଛି । ଏନେଇ ମୃତକର ସ୍ତ୍ରୀ ସନବାରି ଲହରା ସୋମବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୭୦/୨୬ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲାରେ ହୋଇପାରୁନି ଶିକ୍ଷକ ପଦୋନ୍ନତି , ଶିକ୍ଷକ ସଂଘ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ଭେଳା ଗ୍ରାମର ଷୋହଳ ପ୍ରହରୀ ନାମ ଯଜ୍ଞ ବାତିଲ

Sunil Chandra Nayak

ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ, ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!