ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ପନ୍ଦନ ଙ୍କ ବିୟୋଗେ ଯୋଡ଼ା ବାସୀ ସ୍ତୋବ୍ଧ

ସ୍ପନ୍ଦନ ଙ୍କ ବିୟୋଗେ ଯୋଡ଼ା ବାସୀ ସ୍ତୋବ୍ଧ

ଯୋଡ଼ା ୨୫/୦୭/୨୫:କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ୩ ନମ୍ବର ୱାର୍ଡ ର ବେଶ ଜଣାଶୁଣା ସ୍ପନ୍ଦନ ସେନ ଓରଫ (କାହ୍ନା)ଙ୍କ ୩୪ ବର୍ଷ ବୟସରେ ଆଜି ଭୋର ୨ ଟା ପାଖା ପାଖି ହୃଦଘାତ ରେ ମୃତ୍ୟ ହେବା ପରେ ଯୋଡ଼ାବାସି ସ୍ତପ୍ଧ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ସେ ଗୁରୁବାର ଦିବାରାତ୍ରୀ ଛାତି ରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ତୁରନ୍ତ ନିକଟସ୍ଥ ଟାଟା ମେନ ହସ୍ପିଟାଲ କୁ ଚିକିତ୍ସା ପାଇଁ ଯାଇଥିଲେ।କିନ୍ତୁ ମେଡ଼ିକାଲ ରେ ହିଁ ପୁନ୍ନବାର ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଚିକତ୍ସାଧୀନ ଅବସ୍ଥାରେ ହିଁ ପ୍ରାୟ ୨ଟା ପାଖା ପାଖି ଶେଷ ନିଶ୍ଵାସ ନେଇଥିଲେ ।ସେ ଟାଟା ଷ୍ଟିଲ ଫାଓଉଣ୍ଡେସନ ରେ ଏକ ସଦୃଢ଼ କର୍ମଚାରୀ ଭବେ ୧୦ ବର୍ଷ ଉର୍ଦ୍ଧ୍ବ ରୁ କାର୍ଯ୍ୟରତ ଥିଲେ। ସ୍ପନ୍ଦନ ଯୋଡ଼ା ଅଞ୍ଚଳର ବେଶ ଜଣାଶୁଣା ହିନ୍ଦୁ ଯୁବ ସଙ୍ଘଠକ, କ୍ରିକେଟ କମେଣ୍ଟେଟୋର,ଗୋ ସେବକ,ଭାବେ ବେସ ପରିଚିତ ବ୍ୟକ୍ତି ଥିଲେ।ତାଙ୍କ ବିୟୋଗ ଖବର ପାଇ ସକାଳୁ ସହ ସହ ଲୋକେ ତାଙ୍କୁ ମେଡିକାଲ ରେ ଦେଖିବାପାଇଁ ଭିଡ଼ ଲାଗି ରହିଥିଲା।ତେବେ ତାଙ୍କର ଶେଷକୃତ୍ୟ କାର୍ଯ୍ୟ ରେ ବଜରଙ୍ଗ ଦଳ ତରଫରୁ ସମ୍ମାନ ରେ ତାଙ୍କୁ କେଶରୀଆ ରଙ୍ଗର ର କୋଫୋନ ଦେଇ ଅନ୍ତିମ ବିଡ଼ାଇ ଦେଇଥିଲେ।ଯୁବଗୋଷ୍ଠୀ ଙ୍କ ପାଇଁ ସେ ପ୍ରେରଣା ର ସ୍ରୋତ ଥିଲେ ତାଙ୍କର ବିୟୋଗେ ଏକ ଅପୁରଣୀୟ କ୍ଷତି ବୋଲି ବଜରଙ୍ଗ ଦଳ ସଭ୍ୟ ମାନେ କହିଛନ୍ତି।ସ୍ପନ୍ଦନ ଙ୍କ ଶେଷକୃତ୍ୟ କାର୍ଯ୍ୟ ସ୍ଵର୍ଗଦ୍ୱାର ରେ ହେବା ସମୟରେ ଯୋଡ଼ା ଅଞ୍ଚଳର ସହ ସହ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ଏହି ଖବର ପରେ ଯୋଡ଼ା ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। 

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଲୁହାଶିଳା ପଞ୍ଚାୟତର ଦଲଗକି ଗ୍ରାମରେ ହାତୀ ଉପଦ୍ରବ ; ୫ ଜଣ ଚାଷୀଙ୍କ ଧାନକ୍ଷେତ ନଷ୍ଟ

Sunil Chandra Nayak

କମଳା ବୈକୁଣ୍ଠ ଫାଉଣ୍ଡେସନ ଦ୍ବାରା ରୋଡ ଶେଫ୍ଟି ମିରର ପ୍ରତିଷ୍ଠା 

masiha

ମଧୁସୂଦନ ଶିକ୍ଷା ନିବାସରେ ମଧୁବାବୁଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!