ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହାବିଦ୍ୟାଳୟର ଆଲୁମନି ଆସୋସିଏସନର ବୈଠକ      

ରାଇରଙ୍ଗପୁର ମହାବିଦ୍ୟାଳୟର ଆଲୁମନି ଆସୋସିଏସନର ବୈଠକ      

     ମୟୂରଭଞ୍ଜ -୫/୦୧ // ରାଇରଙ୍ଗପୁର ମହାବିଦ୍ୟାଳୟର ଆଲୁମନି ଆସୋସିଏସନ ର ବୈଠକ ମୟୂରଭଞ୍ଜ ସାଂସଦ ତଥା ଆଲୁମନି ଆସୋସିଏସନର ସଭାପତି ନବ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି. । ସାଧାରଣ ସମ୍ପାଦକ ମନୋଜ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ ।. ରାଇରଙ୍ଗପୁର କଲେଜକୁ ସରକାରୀ କଲେଜରେ ପରିଣତ କରିବା ସମ୍ପର୍କରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାଂସଦ ଶ୍ରୀ ମାଝୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ. । ମହାବିଦ୍ୟାଳୟର ଆବଶ୍ୟକ ହେଉଥିବା ଶ୍ରେଣୀ ଗୃହ ନିର୍ମାଣ, ନୂଆ ବିଷୟ ଖୋଲିବା, ସ୍ନାତ୍ତକୋତର ଶ୍ରେଣୀ ଖୋଲିବା, କଲେଜର ବାର୍ଷିକ ଉତ୍ସବ ପାଳନ, ହୀରକ ଜୟନ୍ତୀ ପାଳନ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ କରିବା ଆଦି ସମ୍ପର୍କରେ କଲେଜ ଅଧ୍ୟକ୍ଷ ସୁନୀଲ ଜେନା, କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ମହାନ୍ତି, ମନୋଜ ମହାନ୍ତ, ସୌରଭ ପଟ୍ଟନାୟକ, ବୁଲୁ ଦିଗାର, ବିଜୟ ରାମ, ଗୌରୀ ଦତ୍ତ, ଅମିତ ମହାନ୍ତ, ପ୍ରମୁଖ ଆଲୋଚନା କରିଥିଲେ ।. ଶେଷରେ ଦିଗମ୍ବର ଗିରି ଧନ୍ୟବାଦ ଅର୍ପଣ କରିଥିଲେ. ସଭାପତିଙ୍କ ପରାମର୍ଶ କ୍ରମେ ଚଳିତ ଜାନୁଆରୀ ମାସ 25ତାରିଖ ଦିନ ପରବର୍ତ୍ତୀ ବୈଠକ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି. ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଧର୍ମଗଡ଼ ପଞ୍ଚାୟତ ସମିତି ବୈଠକ , ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପ୍ରଶାସନ କରିବ – ଜିଲ୍ଲାପାଳ, ନୂଆପଡା 

masiha

ନିତାଇ ଗୌର ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!